୩ କୃଷି ଆଇନ ଫେରିବା ଚାହୁଛନ୍ତି କଙ୍ଗନା ରାଣାୱତ

କୃଷକ ସଂଗଠନଗୁଡ଼ିକର ଦୀର୍ଘ ଦିନର ଆନ୍ଦୋଳନ ପରେ ପ୍ରତ୍ୟାହାର ହୋଇଥିବା ୩ଟି ବିବାଦୀୟ କୃଷି ଆଇନକୁ ସରକାର ଫେରାଇ ଆଣିବା ଉଚିତ ବୋଲି ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ବୟାନ ଦେଇ ପୁଣି ଥରେ ବିବାଦ ସୃଷ୍ଟି କରିଛନ୍ତି।

dggsgsf

ନୂଆଦିଲ୍ଲୀ: କୃଷକ ସଂଗଠନଗୁଡ଼ିକର ଦୀର୍ଘ ଦିନର ଆନ୍ଦୋଳନ ପରେ ପ୍ରତ୍ୟାହାର ହୋଇଥିବା ୩ଟି ବିବାଦୀୟ କୃଷି ଆଇନକୁ ସରକାର ଫେରାଇ ଆଣିବା ଉଚିତ ବୋଲି ବଲିଉଡ୍ ଅଭିନେତ୍ରୀ ତଥା ବିଜେପି ସାଂସଦ କଙ୍ଗନା ରାଣାୱତ ବୟାନ ଦେଇ ପୁଣି ଥରେ ବିବାଦ ସୃଷ୍ଟି କରିଛନ୍ତି। ହିମାଚଳ ପ୍ରଦେଶରେ  ନିଜ ନିର୍ବାଚନ ମଣ୍ଡଳୀ ମଣ୍ଡିରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା ବେଳେ କଙ୍ଗନା  କହିଛନ୍ତି, ‘ମୁଁ ଜାଣେ ଏହି ବୟାନ ବିବାଦୀୟ ହୋଇପାରେ, କିନ୍ତୁ ତିନୋଟି କୃଷି ଆଇନକୁ ଫେରାଇ ଆଣିବା ଉଚିତ ।

କୃଷକମାନେ ନିଜେ ଏହାର ଦାବି କରିବା ବହୁତ ଭଲ ହେବ। କଙ୍ଗନା  ଯୁକ୍ତି ବାଢ଼ିଥିଲେ ଯେ ଏହି ତିନୋଟି ଆଇନ କୃଷକମାନଙ୍କ ପାଇଁ ଲାଭଦାୟକ କିନ୍ତୁ କେତେକ ରାଜ୍ୟରେ କୃଷକ ସଂଗଠନଗୁଡ଼ିକର ବିରୋଧ ଯୋଗୁଁ ସରକାର ଏହାକୁ ପ୍ରତ୍ୟାହାର କରିଥିଲେ। ଦେଶର ବିକାଶରେ କୃଷକମାନେ ଶକ୍ତିର ସ୍ତମ୍ଭ । ମୁଁ ସେମାନଙ୍କୁ ନିବେଦନ କରିବାକୁ ଚାହୁଁଛି ଯେ ସେମାନେ ନିଜ ସ୍ୱାର୍ଥ ପାଇଁ ଆଇନର ପ୍ରତ୍ୟାବର୍ତ୍ତନ ଦାବି କରନ୍ତୁ।

କଙ୍ଗନାଙ୍କ ଏଭଳି ମନ୍ତବ୍ୟ ଉପରେ କଂଗ୍ରେସ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ ଦଳ ଏହାକୁ କେବେ ବି କାର୍ଯ୍ୟକାରୀ ହେବାକୁ ଦେବ ନାହିଁ। ୩ଟି କଳା କୃଷକ ବିରୋଧୀ ଆଇନକୁ ବିରୋଧ କରି ୭୫୦ରୁ ଅଧିକ କୃଷକ ସହିଦ ହୋଇଛନ୍ତି ବୋଲି କଂଗ୍ରେସ କହିଛି। ଏଭଳି ଆଇନକୁ ପୁଣି ଫେରାଇ ଆଣିବା ପାଇଁ ଉଦ୍ୟମ  ହେଲେ ଆମେ ଏହାକୁ କେବେ ବି ହେବାକୁ ଦେବୁ ନାହିଁ ବୋଲି କଂଗ୍ରେସ ମୁଖପାତ୍ର ସୁପ୍ରିୟା ଶ୍ରୀନେତ କହିଛନ୍ତି। ଆଗାମୀ ହରିୟାଣା ବିଧାନସଭା ନିର୍ବାଚନକୁ ଦୃଷ୍ଟିରେ ରଖି ସେ କହିଛନ୍ତି, ହରିୟାଣା ପ୍ରଥମେ ଏହାର ଜବାବ ଦେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe