ଏନ୍‌କାଉଣ୍ଟର୍‌ରେ ୩ ଖାଲିସ୍ତାନୀ ଆତଙ୍କବାଦୀ ନିହତ

ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ପୁଲିସ୍‌ ପୋଷ୍ଟ ଉପରେ ଆକ୍ରମଣ କରିଥିବା ୩ ଅଭିଯୁକ୍ତ ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ଡିସେମ୍ବର ୨୩ ତାରିଖ (ସୋମବାର) ଏନ୍‌କାଉଣ୍ଟ୍‌ର କରାଯାଇଛି।

Thumbnail

ଗୁରୁଦାସପୁର: ପଞ୍ଜାବର ଗୁରୁଦାସପୁର ଜିଲ୍ଲାର ପୁଲିସ୍‌ ପୋଷ୍ଟ ଉପରେ ଆକ୍ରମଣ କରିଥିବା ୩ ଅଭିଯୁକ୍ତ ଖାଲିସ୍ତାନୀ ଆତଙ୍କବାଦୀଙ୍କୁ ଡିସେମ୍ବର ୨୩ ତାରିଖ (ସୋମବାର) ଏନ୍‌କାଉଣ୍ଟ୍‌ର କରାଯାଇଛି। ଉତ୍ତରପ୍ରଦେଶର ପିଲିବିଟ୍ ଜିଲ୍ଲାରେ ପୁଲିସ୍ ଗୁଳିରେ ସୋମବାର ସକାଳୁ ସକାଳୁ ଖାଲିସ୍ତାନୀ ଆତଙ୍କବାଦୀମାନେ ଟଳି ପଡ଼ିଥିବା ସୂଚନା ରହିଛି। 

ଅଭିଯୁକ୍ତମାନେ ହେଲେ ଗୁରୁବିନ୍ଦର ସିଂ, ବିରେନ୍ଦ୍ର ସିଂ ଏବଂ ଜସନପ୍ରୀତ ସିଂ। ସେମାନେ ସମସ୍ତେ ଖଲିସ୍ତାନ କମାଣ୍ଡୋ ଫୋର୍ସ ନାମକ ସଂଗଠନର ସଦସ୍ୟ ଥିଲେ। ପଞ୍ଜାବ ପୁଲିସ ଏବଂ ଉତ୍ତରପ୍ରଦେଶ ପୁଲିସର ମିଳିତ ଏନକାଉଣ୍ଟରରେ ନିହତ ହୋଇଛନ୍ତି।

ପୁଲିସ ସେମାନଙ୍କ ନିକଟରୁ ଦୁଇଟି ଏକେ-୪୭ ରାଇଫଲ, ଦୁଇଟି ପିସ୍ତଲ ଏବଂ ଅନେକ ଗୁଳି ଜବତ କରିଛି। ପଞ୍ଜାବ ପୁଲିସର ଏକ ଟିମ୍ ଜିଲ୍ଲାର ପୁରାଣପୁର ଥାନା ଅଧୀନରେ ଥିବା ତିନି ଅଭିଯୁକ୍ତଙ୍କ ଉପସ୍ଥିତି ବିଷୟରେ ପିଲବିଟ୍ ପୁଲିସକୁ ସୂଚନା ଦେଇଥିଲା। ଯାହାପରେ ଏହି ଅପରେସନ୍ ଆରମ୍ଭ ହୋଇଥିଲା। ପୁରାଣପୁରରେ ତିନି ଜଣଙ୍କ ଉପସ୍ଥିତି ସହ ସନ୍ଦେହଜନକ ସାମଗ୍ରୀ ଥଇବା ସମ୍ପର୍କରେ ପୁଲିସ ଏକ ସୂଚନା ମଧ୍ୟ ପାଇଥିଲା।

ସୂଚନାକୁ ଭିତ୍ତି କରି ପୁଲିସ ଅଭିଯୁକ୍ତକୁ କୋଣ ଅନୁକୋଣରେ ଖୋଜିବା ଆରମ୍ଭ କରିଥିଲା। ସୋମବାର ସକାଳେ ଏହି ତିନି ଅଭିଯୁକ୍ତ ଏନ୍‌କାଉଣ୍ଟର୍‌ରେ ନିହତ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe