ମହାରାଷ୍ଟ୍ର ଶିଳ୍ପ ବିକାଶ ନିଗମର ତାରପୁର ୟୁନିଟ୍‌ରେ ବିସ୍ଫୋରଣ ଘଟି ୩ ମୃତ ୧୦ ଆହତ

ମହାରାଷ୍ଟ୍ର ଶିଳ୍ପ ବିକାଶ ନିଗମର ତାରପୁର ୟୁନିଟ୍‌ରେ ବିସ୍ଫୋରଣ ଘଟି ୩ ମୃତ ୧୦ ଆହତ

Image Courtesy of TOI

ମୁମ୍ବାଇ: ଗୁରୁବାର ରାତି ସାଢ଼େ ଏଗାରଟା ବେଳେ ମହାରାଷ୍ଟ୍ର ଶିଳ୍ପ ବିକାଶ ନିଗମର ବୋଇସର-ତାରାପୁର ଠାରେ ଚାରିଟି ଔଷଧ କାରଖାନାର ବଏଲର୍‌ରେ କ୍ରମାଗତ ବିସ୍ଫୋରଣ ଘଟିବାରୁ ୩ ଜଣ ଲୋକଙ୍କର ମୃତ୍ୟୁ ହେବା ସହ ୧୦ ଜଣ ପୋଡ଼ି ଯାଇ ଆହତ ହୋଇଛନ୍ତି।

ପ୍ରଥମେ ଆହତ ହୋଇଥିବା ୧୩ ଜଣଙ୍କ ମଧ୍ୟରୁ ୩ ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସାଙ୍ଘାତିକ ଥିଲା। ସେମାନଙ୍କର ମୃତ୍ୟୁ ହୋଇଯାଇଛି ବୋଲି କୁହାଯାଉଛି। ଏକ ଏକରରୁ ଊର୍ଦ୍ଧ୍ୱ ଅଞ୍ଚଳକୁ ଚରି ଯାଇଥିବା ନିଅାଁକୁ ନିୟନ୍ତ୍ରଣ କରିବାକୁ ଏବେ ମଧ୍ୟ ଉଦ୍ୟମ ଚାଲିଛି।

ପ୍ରାଥମିକ ରିପୋର୍ଟ ଅନୁସାରେ, ମହାରାଷ୍ଟ୍ର ଶିଳ୍ପ ବିକାଶ ନିଗମର ବୋଇସରର ଇ-୧୦୭ସ୍ଥିତ ନୋଭାଫେନ୍‌ ସ୍ପେସିଆଲିଟି ଲିମିଟେଡ୍‌ ବିସ୍ଫୋରଣ ସଂଘଠିତ ହୋଇଥିଲା।

ପାଲ୍‌ଘାର୍‌ ଜିଲ୍ଲା ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ମଞ୍ଜୁନାଥ ସିଂଗେ କହନ୍ତି ଯେ ଶ୍ରମିକମାନଙ୍କ ମଧ୍ୟରୁ ତିନି ଜଣଙ୍କର ପୋଡ଼ା ଘା’ ଜଟିଳ ହୋଇଯାଇଛି। ସମଗ୍ର ଅଞ୍ଚଳକୁ ହାଇ ଆଲର୍ଟରେ ରଖାଯାଇଛି।

କାରଖାନାରେ ଗଚ୍ଛିତ ଥିବା ଉଚ୍ଚ ଦହନ କ୍ଷମତା ସମ୍ପନ୍ନ ରାସାୟନିକ ପଦାର୍ଥ ବିସ୍ଫୋରଣର କାରଣ ବୋଲି ସନ୍ଦେହ କରାଯାଉଛି। ଏହି ବିସ୍ଫୋରଣ ଫଳରେ ପାଖରେ ଥିବା ଅନ୍ୟ ତିନିଟି ୟୁନିଟ୍‌କୁ ବିସ୍ଫୋରଣ ବ୍ୟାପିଥିଲା। ଏବେ ସମ୍ପୂର୍ଣ୍ଣ ଇଲାକାକୁ କର୍ଡନ୍‌ କରାଯାଇଛି। ବିସ୍ଫୋରଣ ଯୋଗୁଁ କାରଖାନାଗୁଡ଼ିକର ଚତୁପାର୍ଶ୍ୱସ୍ଥ ୧୨ କି. ମି. ଦୂର ଅଞ୍ଚଳ ଯାଏଁ କମ୍ପନ୍ନ ଅନୁଭୂତ ହୋଇଥିଲା।

ଆଖପାଖରେ ଥିବା ଦମକଳଗୁଡ଼ିକୁ ଅଣାଯାଇ ନିଅାଁ ଲିଭା ଉଦ୍ୟମ ବଳବତ୍ତର ରହିଛି ବୋଲି ଜିଲ୍ଲା ଅଧିକାରୀମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe