ଇରାନ୍‌ରେ ଭୂକମ୍ପ, ୩ ମୃତ

ଇରାନ୍‌ରେ ଭୂକମ୍ପ, ୩ ମୃତ

The Times of Israel

ତେହେରାନ : ଉତ୍ତରପଶ୍ଚିମ ଇରାନ୍‌ରେ ଆଜି ଭୂକମ୍ପ ଆତଙ୍କ ଖେଳାଇ ଦେଇଛି। ତବ୍‌ରିଜ ସହରର ୧୨୦ କିମି ଦକ୍ଷିଣ ପଶ୍ଚିମରେ ଆଜି ୫.୯ ତୀବ୍ରତାର ଭୂକମ୍ପ ଯୋଗୁଁ ବ୍ୟାପକ କ୍ଷୟକ୍ଷତି ଘଟିଛି । ଏଥିରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ଶତାଧିକ ଘର କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ୧୯୯୦ରେ ଇରାନ୍‌ରେ ହୋଇଥିବା ଭୂକମ୍ପ ସବୁଠାରୁ ବଡ଼ ‌ଥିଲା। ଏଥିଯୋଗୁଁ ୪୦,୦୦୦ ଲୋକଙ୍କ ମୃତ୍ୟୁ ହୋଇଥିଲା ଏବଂ ୩ ଲକ୍ଷ ‌ଲୋକ ଆହତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe