Image Courtesy of HT
ନୂଆଦିଲ୍ଲୀ: ଭାସ୍କୋ ଡା ଗାମା-ପାଟନା ଏକ୍ସପ୍ରେସ୍ର ୧୩ଟି ବଗି ଧାରଣାରୁ ଖସି ଯିବାରୁ ୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହେବା ସହ ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି। ଶୁକ୍ରବାର ସକାଳେ ଉତ୍ତରପ୍ରଦେଶର ମାଣିକପୁର ରେଳ ଷ୍ଟେସନ୍ ନିକଟରେ ଗାଡ଼ିଟି ଅଘଟଣର ସମ୍ମୁଖୀନ ହୋଇଥିଲା।
ଉତ୍ତରପ୍ରଦେଶର ଚିତ୍ରକୂଟ ଜିଲ୍ଲା ଅନ୍ତର୍ଗତ ମାଣିକପୁର ରେଳ ଷ୍ଟେସନ୍ ନିକଟରେ ଭୋର୍ ୪ଟା ୧୫ ମିନିଟ୍ରେ ପାଟନା ଯାଉଥିବା ଟ୍ରେନ୍ଟି ଧାରଣାରୁ ବାହାରି ଯାଇଥିଲା।
ଏହାର ପ୍ରାୟ ୧୨ ଘଣ୍ଟା ପୂର୍ବରୁ ଅନ୍ୟ ଏକ ଦୁର୍ଘଟଣାରେ ଗୋଟାଏ ବୋଲେରୋ ଗାଡ଼ି ଗୋଟାଏ ପାସେଞ୍ଜର୍ ଟ୍ରେନ୍ ସହ ଧକ୍କା ଖାଇବାରୁ ଚାରି ଜଣ ବ୍ୟକ୍ତି ନିହତ ହୋଇଥିଲେ ଏବଂ ଦୁଇ ଜଣ ଯାତ୍ରୀ ଆହତ ହୋଇଥିଲେ।
ଆଜିର ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନଙ୍କୁ ଚିକିତ୍ସା ପାଇଁ କାର୍ବି ଡାକ୍ତରଖାନାକୁ ନିଆଯାଇଛି। ମରିଥିବା ୩ ଜଣ ବ୍ୟକ୍ତିଙ୍କ ମଧ୍ୟରୁ ୨ ଜଣଙ୍କର ପରିଚୟ ମିଳିଛି। ସେମାନେ ହେଉଛନ୍ତି ବେଟିଆର ଅଧିବାସୀ ରାମ ସ୍ୱରୂପ ଏବଂ ତାଙ୍କ ପୁଅ ଦୀପକ ପଟେଲ। ଅଧିକାରୀମାନେ ଦୁର୍ଘଟଣାସ୍ଥଳକୁ ଯାଇଛନ୍ତି। ରିଲିଫ୍ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ଏ କଥା କହିଛନ୍ତି ଉତ୍ତର କେନ୍ଦ୍ରୀୟ ରେଳବାଇର ଲୋକସମ୍ପର୍କ ଅଧିକାରୀ ଅମିତ ମାଲବିୟ।
ସେ ଆହୁରି କହିଛନ୍ତି ଯେ ଦୁର୍ଘଟଣା ପରେ ପରେ ସେଠାକୁ ଗୋଟିଏ ମେଡିକାଲ୍ ଟ୍ରେନ୍ ପଠାଇ ଯାଇଥିଲା। ତାହା ସକାଳ ୫ଟା ୨୦ ମିନିଟ୍ରେ ଦୁର୍ଘଟଣାସ୍ଥଳ ନିକଟରେ ପହଞ୍ଚିଛି। ଏକ ଆକ୍ସିଡେଣ୍ଟ୍ ରିଲିଫ୍ ଟ୍ରେନ୍ ମଧ୍ୟ ସେଠାକୁ ପଠାଯାଇଛି।
ଆହ୍ଲାବାଦର ଡିଭିଜ୍ନାଲ୍ ରେଲ୍େଓ୍ଵ ମ୍ୟାନେଜର୍ ଏବଂ ଉତ୍ତର କେନ୍ଦ୍ରୀୟ ରେଳବାଇର ମ୍ୟାନେଜର ଦୁର୍ଘଟଣାସ୍ଥଳକୁ ଯାଇଛନ୍ତି।
Follow Us