ଡେରାଡୁନ୍‌ରେ ଘର ଭୁଶୁଡ଼ି ୩ ମୃତ, ଅନେକ ଭଙ୍ଗା ଘରେ ପୋତି ହୋଇ ପଡ଼ିଥିବା ଆଶଙ୍କା

Advertisment
ଡେରାଡୁନ୍‌ରେ ଘର ଭୁଶୁଡ଼ି ୩ ମୃତ, ଅନେକ ଭଙ୍ଗା ଘରେ ପୋତି ହୋଇ ପଡ଼ିଥିବା ଆଶଙ୍କା

ନୂଆଦିଲ୍ଲୀ: ବିଳମ୍ବିତ ମଙ୍ଗଳବାରେ ଉତ୍ତରାଖଣ୍ଡର ଡେରାଡୁନ୍ ଅନ୍ତର୍ଗତ ଚୁକ୍କୁୱାଲାରେ ଗୋଟାଏ କୋଠା ଭୁଶୁଡ଼ି ପଡ଼ିବା କାରଣରୁ ତିନି ଜଣଙ୍କର ପ୍ରାଣହାନୀ ଘଟିବା ସହ ଅନେକେ ଭଙ୍ଗା ଘର ଭିତରେ ପୋତି ‌ହୋଇ ପଡ଼ିଥିବା ଆଶଙ୍କା ହେଉଛି।

ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ବଳ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି। ପରେ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳକୁ ମଧ୍ୟ ଡକାଯାଇଛି।

publive-image Image Courtesy of Hindustan Times

ଭାଙ୍ଗି ପଡ଼ିଥିବା କୋଠାର ସ୍ତୂପ ମଧ୍ୟରୁ ଉଦ୍ଧାରକାରୀମାନେ ତିନିଜଣଙ୍କୁ ଜୀବନ୍ତ ଅବସ୍ଥାରେ ବାହାର କରି ଆଣିଛନ୍ତି। ସେଠାରୁ ଅନ୍ୟ ତିନିଜଣଙ୍କ ଶବ ମଧ୍ୟ ଉଦ୍ଧାର କରାଯାଇଥିବା କଥା ଏନ୍‌ଡିଆର୍‌ଏଫ୍ ମୁଖ୍ୟ ସତ୍ୟ ପ୍ରଧାନ କହିଛନ୍ତି।

ଆହତମାନଙ୍କୁ ସ୍ଥାନୀୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe