ମେକ୍ସିକୋ ସିଟିରେ ଗ୍ୟାସ୍‌ ବିସ୍ଫୋରଣ: ଟଳିପଡ଼ିଲା ୩ ଜୀବନ

ମେକ୍ସିକୋ ସିଟିରେ ଘଟିଯାଇଛି ଏକ ଭୟଙ୍କର ବିସ୍ଫୋରଣ। ମେକ୍ସିକୋ ସିଟିର ଏକ ପ୍ରମୁଖ ରାଜପଥରେ ଏକ ଗ୍ୟାସ ଟ୍ୟାଙ୍କର୍ ବିସ୍ଫୋରଣ ହେବା ଫଳରେ ୩ ଜଣଙ୍କ ଜୀବନ ଯାଇଛି। ଏହି ବିସ୍ପୋରଣରେ ୭୦ ଜଣ ଲୋକ ଆହତ ହୋଇଛନ୍ତି। 

New Project (23)

ନୂଆଦିଲ୍ଲୀ: ମେକ୍ସିକୋ ସିଟିରେ ଘଟିଯାଇଛି ଏକ ଭୟଙ୍କର ବିସ୍ଫୋରଣ। ମେକ୍ସିକୋ ସିଟିର ଏକ ପ୍ରମୁଖ ରାଜପଥରେ ଏକ ଗ୍ୟାସ ଟ୍ୟାଙ୍କର୍ ବିସ୍ଫୋରଣ ହେବା ଫଳରେ ୩ ଜଣଙ୍କ ଜୀବନ ଯାଇଛି। ଏହି ବିସ୍ପୋରଣରେ ୭୦ ଜଣ ଲୋକ ଆହତ ହୋଇଛନ୍ତି। 

ସେ ଏହି ଘଟଣାକୁ "ଜରୁରୀକାଳୀନ" ବୋଲି ଉଲ୍ଲେଖ କର‌ାଯାଇଛି। ଯେଉଁଥିରେ ୧୮ଟି ଗାଡ଼ି ଜଳିଯାଇଛି। ମେକ୍ସିକୋର ମେୟର ସୂଚନା ଦେଇଛନ୍ତି ଯେ ଏହି ଘଟଣାର ତଦନ୍ତ ଚାଲିଛି, ଏହା ମଧ୍ୟ ମନେ ହେଉଛି ଯେ ଗ୍ୟାସ୍‌ ଟ୍ୟାଙ୍କର୍‌କୁ ନେଇ ଯାଉଥିବା ଟ୍ରକଟି ହାଇୱେରେ ଓଲଟି ପଡ଼ିବା ପରେ ବିସ୍ଫୋରଣ ଘଟିଥିଲା।

ଏହି ଘଟଣାକୁ ନେଇ ଏକ ହୃଦୟଥରା କ୍ଲିପ୍ ମଧ୍ୟ ଅନଲାଇନରେ ଭାଇରାଲ ହୋଇଛି। ଗତକାଲି ଏହି ଘଟଣା ଘଟିଥିଲା । ଆହତଙ୍କ ମଧ୍ୟରୁ ୧୯ ଜଣଙ୍କର ଅବସ୍ଥା ଗୁରୁତର ରହିଛି । ବିସ୍ଫୋରଣଟି ମେକ୍ସିକୋ ସିଟିର ଇଜତାପାଲାପା, ଚାଲ୍କୋ ଓ ଇଗ୍ନାସିଓ ଜାରାଗୋଜାରେ ଥିବା ଜାତୀୟ ରାଜପଥ ନିକଟରେ ଘଟିଛି ।

ଏହି ଦୁର୍ଘଟଣା ଗତ ଏକ ସପ୍ତାହରେ ମେକ୍ସିକୋ ଜାତୀୟ ରାଜପଥରେ ଘଟିଥିବା ଦ୍ୱିତୀୟ ବଡ଼ ଦୁର୍ଘଟଣା । ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ଟ୍ୟାଙ୍କରଟି ଏଲ୍‌ପିଜି ଗ୍ୟାସରେ ଭର୍ତ୍ତି ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe