ମୋଦୀଙ୍କ ପାଇଁ ବଡ଼ ଚ୍ୟାଲେଂଜ ୩ ମହିଳା

Advertisment
ମୋଦୀଙ୍କ ପାଇଁ ବଡ଼ ଚ୍ୟାଲେଂଜ ୩ ମହିଳା

ନୂଆଦିଲ୍ଲୀ: ଭାରତୀୟ ରାଜନୀତିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜକୁ ସବୁଠାରୁ ଶକ୍ତିଶାଳୀ ରାଜନେତା ଭାବେ ପ୍ରତିପାଦିତ କରିଥିଲେ ମଧ୍ୟ ଏବେ ତିନି ଜଣ ମହିଳାଙ୍କ ଆଡ଼ୁ ବଡ଼ ରାଜନୈତିକ ଚ୍ୟାଲେଂଜର ସମ୍ମୁଖୀନ ହୋଇଛନ୍ତି। ଏହି ତିନି ମହିଳା ହେଲେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ, ପଶ୍ଚିମବଂଗ ମୁଖ୍ୟମନ୍ତ୍ରୀ ତଥା ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ଏବଂ ବହୁଜନ ସମାଜ ପାର୍ଟି ସୁପ୍ରିମୋ ମାୟାବତୀ। କଂଗ୍ରେସ ପ୍ରିୟଙ୍କା ଗାନ୍ଧୀଙ୍କୁ ଜାତୀୟ ସାଧାରଣ ସଂପାଦକ ଭାବେ ନିଯୁକ୍ତି ଦେଇ ପୂର୍ବ ଉତ୍ତର ପ୍ରଦେଶର ପ୍ରଭାରୀ ଦାୟିତ୍ବ ନ୍ୟସ୍ତ କରିଥିବାରୁ ଏହା ମୋଦୀଙ୍କ ଚିନ୍ତା ବଢ଼ାଇଛି। ଅନ୍ୟପକ୍ଷରେ ମମତା ଏବଂ ମାୟା ଏନ୍‌ଡିଏ ସରକାରକୁ କ୍ଷମତାରୁ ହଟାଇବା ପାଇଁ ହାତ ମିଳାଇଛନ୍ତି। ଏ ବାବଦରେ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନଥିଲେ ମଧ୍ୟ ମୋଦୀଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରାଇ ନଦେବାକୁ ସେମାନେ ଆକ୍ରମଣାତ୍ମକ ରଣନୀତିରେ ଆଗକୁ ବଢ଼ୁଛନ୍ତି।

ମାୟାବତୀ କେବଳ ମୋଦୀ ଏବଂ ବିଜେପିକୁ ରୋକିବା ପାଇଁ ନିଜର ପରମ ରାଜନୈତିକ ଶତ୍ରୁ ସମାଜବାଦୀ ପାର୍ଟି ସହିତ ହାତ ମିଳାଇ ମେଣ୍ଟ ଗଠନ କରିଛନ୍ତି। ଏସ୍‌ପି-ବିଏସ୍‌ପି ମେଣ୍ଟ ଉତ୍ତର ପ୍ରଦେଶରେ ବିଜେପିର ବିଜୟ ରଥକୁ ରୋକିବାକୁ ସମର୍ଥ ହେଲେ ମୋଦୀଙ୍କ ସମସ୍ୟା ବଢ଼ିଯିବ। ଅନ୍ୟପକ୍ଷରେ ମମତା ମୋଦୀ ସରକାରଙ୍କ ବିରୋଧରେ ଯୁଦ୍ଧ ଘୋଷଣା କରି ବିରୋଧୀ ଦଳଗୁଡ଼ିକୁ ଏକଜୁଟ କରିବା ପାଇଁ ଅଭିଯାନ ଜାରି ରଖିଛନ୍ତି। ନିକଟରେ ମମତାଙ୍କ ମହାରୢାଲିରେ ୨୦ରୁ ଅଧିକ ଦଳର ନେତାଙ୍କ ସମାଗମ ହୋଇଥିଲା ଏବଂ ବିଜେପି ବିରୋଧରେ ଦେଶବ୍ୟାପୀ ଅଭିଯାନକୁ ଜୋର୍‌ଦାର କରିବାକୁ ସେ ଆହ୍ବାନ ଦେଇଥିଲେ।ସକ୍ରିୟ ରାଜନୀତିରେ ପ୍ରିୟଙ୍କା ନୂଆ ହୋଇଥିଲେ ମଧ୍ୟ ତାଙ୍କର ଦୀର୍ଘ ବଷର ଅଭିଜ୍ଞତା ରହିଛି। କଂଗ୍ରେସ ପରିବାର ସହିତ ଘନିଷ୍ଠ ନେତାଙ୍କ କହିବା ମୁତାବକ ପ୍ରିୟାଙ୍କା ମହିଳା, ଯୁବ ଗୋଷ୍ଠୀ ଏବଂ ନୂତନ ଭୋଟର୍‌ମାନଙ୍କୁ ଆକର୍ଷିତ କରିପାରିବେ। ବିଗତ ୨୦ ବର୍ଷ ଧର ପ୍ରିୟଙ୍କା ନିଜ ଭାଇ ରାହୁଲ ଗାନ୍ଧୀ ଏବଂ ମା’ ସୋନିଆ ଗାନ୍ଧୀଙ୍କ ସଂସଦୀୟ ନିର୍ବାଚନ ମଣ୍ଡଳୀ ଆମେଥି ଏବଂ ରାୟବରେଲିରେ ପ୍ରଚାର ଦାୟିତ୍ବ ସଂପାଦନ କରି ଆସିଛନ୍ତି। ଏବେ ମାୟା, ମମତା ଓ ପ୍ରିୟଙ୍କାଙ୍କ ମିଳିତ ଆକ୍ରମଣକୁ ମୋଦୀ କିଭଳି ସାମ୍ନା କରିବେ ତାହା ଉପରେ ସମସ୍ତଙ୍କ ନଜର ରହିଛି। ତେବେ ବିଭିନ୍ନ ଜନମତ ସର୍ଭେ ରିପୋର୍ଟରେ ଏବେ ବି ମୋଦୀଙ୍କୁ ଦେଶର ସର୍ବାଧିକ ଲୋକପ୍ରିୟ ନେତା ଭାବେ ଦର୍ଶାଯାଉଛି ଏବଂ ମହିଳାଙ୍କ କଲ୍ୟାଣ ପାଇଁ ମୋଦୀ ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି। ମୋଦୀ ସରକାରଙ୍କ ବେଟି ବଚାଓ, ବେଟି ପଢ଼ାଓ ଅଭିଯାନଠାରୁ ଉଜ୍ଜଳା ଯୋଜନା ପର୍ଯ୍ୟନ୍ତ ଏବଂ ସ୍ବଚ୍ଛ ଭାରତ ଯୋଜନାରେ ଶୌଚାଳୟ ନିର୍ମାଣ ଠାରୁ ଆରମ୍ଭ କରି ମହିଳା ସୁରକ୍ଷା ସଂକ୍ରାନ୍ତ ବିଭିନ୍ନ ପଦକ୍ଷେପ ଚର୍ଚ୍ଚାରେ ରହିଛି। ଏଭଳି ସ୍ଥିତିରେ ବିରୋଧୀ ଦଳଙ୍କ ମିଳିତ ରଣନୀତି ହିଁ ମୋଦୀ ହାୱାକୁ ପ୍ରତିହତ କରିବାରେ ସକ୍ଷମ ହେବ ବୋଲି କୁହାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe