ସଂକ୍ରମଣ ୩ ଲକ୍ଷ ଟପିଲା: ଆଗକୁ କ’ଣ?

Advertisment

ସଂକ୍ରମଣ କିଭଳି ୩ ଲକ୍ଷ ସଂଖ୍ୟାରେ ପହଞ୍ଚିଲା

ସଂକ୍ରମଣ କିଭଳି ୩ ଲକ୍ଷ ସଂଖ୍ୟାରେ ପହଞ୍ଚିଲା

ସଂକ୍ରମଣ ୩ ଲକ୍ଷ ଟପିଲା: ଆଗକୁ କ’ଣ?

ନୂଆଦିଲ୍ଲୀ: ଭାରତରେ ଦୈନିକ କରୋନା ସଂକ୍ରମଣ ଏବେ ୩ ଲକ୍ଷ ଅତିକ୍ରମ କରିଯାଇଛି ଏବଂ ଆଗକୁ ଆହୁରି ଭୟାନକ ସ୍ଥିତି ଉପୁଜିବା ଆଶଙ୍କା ରହିଛି।‌ ସଂକ୍ରମଣର ଦ୍ବିତୀୟ ଲହରରେ ମୃତ୍ୟୁ ସଂଖ୍ୟା ବଢ଼ିବା ଚିନ୍ତାଜନକ ହୋଇଛି। ହସ୍ପିଟାଲଗୁଡ଼ିକରେ ଭିତ୍ତିଭୂମି ଅଭାବ ଯୋଗୁଁ ଅନେକ ସ୍ଥଳରେ କରୋନା ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସହାୟତା ମିଳିପାରୁନାହିଁ। ଏଭଳି ସଙ୍କଟ ଭିତରେ ଅଗକୁ କ’ଣ ହେବ ସେହି ପ୍ରଶ୍ନ ସମସ୍ତଙ୍କୁ ଆନ୍ଦୋଳିତ କରୁଛି।

ସଂକ୍ରମଣ କିଭଳି ୩ ଲକ୍ଷ ସଂଖ୍ୟାରେ ପହଞ୍ଚିଲା
 ଜାନୁଆରି ୨୫ ତାରିଖ ସୁଦ୍ଧା ଦୈନିକ କରୋନା ସଂକ୍ରମଣ ୧୦ ହଜାରରୁ ତଳେ ରହିଥିଲା। ସେତେବେଳେ କରୋନା କଟକଣା ଓ ନିୟମାବଳି ପାଳନରେ ବ୍ୟାପକ ଅବହେଳା ଦେଖିବାକୁ ମିଳିଥିଲା।
 ମାର୍ଚ୍ଚ ମଧ୍ୟ ଭାଗ ସୁଦ୍ଧା ଦୈନିକ ସଂକ୍ରମଣ ୨୦ ହଜାରକୁ ବଢ଼ିଲା ଏବଂ ଦୁଇ ସପ୍ତାହ ମଧ୍ୟରେ ଏହା ଦୁଇ ଗୁଣ ହେଲା।
 ୧୧ ଦିନରେ ଦୈନିକ ସଂକ୍ରମଣ ୧ ଲକ୍ଷରେ ପହଞ୍ଚିଲା ଏବଂ ଏହାର ୧୦ ଦିନ ପରେ ଏହା ୨ ଲକ୍ଷରେ ପହଞ୍ଚିଲା।
 ଏପ୍ରିଲ ୨୧ରେ ଦେଶ ଦୈନିକ ସଂକ୍ରମଣରେ ୩ ଲକ୍ଷ ସଂଖ୍ୟାକୁ ଅତିକ୍ରମ କଲା ଏବଂ ଭାରତ ଏ କ୍ଷେତ୍ରରେ ଆମେରିକାକୁ ଟପିଗଲା।

ଏବେ ଆମର ଗତି କୁଆଡ଼େ
 ଭାରତରେ ମେ ମଧ୍ୟଭାଗ ସୁଦ୍ଧା ସଂକ୍ରମଣ ଶୀର୍ଷ ଛୁଇଁବ ବୋଲି ଅଧିକାଂଶ ବିଶେଷଜ୍ଞ ମତ ରଖିଛନ୍ତି।
 ଏପ୍ରିଲ ଶେଷ ସୁଦ୍ଧା ମଧ୍ୟ ସଂକ୍ରମଣ ଶୀର୍ଷ ଛୁଇଁପାରେ ବୋଲି କିଛି ବୈଜ୍ଞାନିକ କହିଛନ୍ତି।
 ସଂକ୍ରମଣର ଶୀର୍ଷ ସମୟରେ ଦୈନିକ ସଂକ୍ରମଣ ୩ ଲକ୍ଷ ୫୦ ହଜାରରୁ ୫ ଲକ୍ଷ ପର୍ଯ୍ୟନ୍ତ ଯାଇପାରେ ବୋଲି ଆକଳନ କରାଯାଇଛି।
ସ୍ଥିତି ଏତେ ଖରାପ ହେଲା କେମିତି
 ବିଶେଷଜ୍ଞମାନେ କହିଛନ୍ତି ଯେ କେତେକ ଭୁଲ୍‌ ନୀତି ଏବଂ କରୋନା ନିୟମାବଳି ପାଳନରେ ଚରମ ଅବହେଳା ପାଇଁ ଏଭଳି ପରିସ୍ଥିତି ଆସିଛି।
 ଅକ୍ଟୋବରରୁ ମାର୍ଚ୍ଚ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ କରୋନା ସତର୍କତାକୁ ଲୋକେ ଭୁଲି ଯିବାରୁ ବିଷମ ସ୍ଥିତି ଉପୁଜିଲା।
 ଜନଗହଳି ସ୍ଥାନମାନଙ୍କରେ କରୋନା ନିୟମାବଳି ଆଦୌ ପାଳନ ହେଲାନାହିଁ।
 ଦେଶରେ ସାମାଜିକ, ରାଜନୈତିକ ସମାବେଶ ବଢ଼ିଲା। ନିର୍ବାଚନ ରୢାଲିଠାରୁ ଆରମ୍ଭ କରି ବିଭିନ୍ନ ସଭା ସମିତିରେ କରୋନା ସତର୍କତାକୁ କେହି ମାନିଲେ ନାହିଁ।
 ଟିକାକରଣ ଯେଭଳି ତ୍ବରାନ୍ବିତ ହେବା କଥା ତାହା ହୋଇଲା ନାହିଁ।
 ଦୁଇଥର ରୂପାନ୍ତରିତ ହେଉଥିବା କରୋନା ଭୂତାଣୁ ଯୋଗୁଁ ଅତି କ୍ଷୀପ୍ର ସଂକ୍ରମଣ ହେଲା।
 ବିଭିନ୍ନ ରାଜ୍ୟରେ ଅଧିକ ସଂକ୍ରମଣକ୍ଷମ ଭୂତାଣୁ ପ୍ରଜାତି ଯୋଗୁଁ ସମସ୍ୟା ବଢ଼ିଗଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe