ଶ୍ରୀନଗର ଏନ୍‌କାଉଣ୍ଟର୍‌ରେ ଖାନ୍‌ମୋହ୍‌ ସରପଞ୍ଚ ହତ୍ୟାକାଣ୍ଡରେ ଜଡ଼ିତ ଥିବା ୩ ଆତଙ୍କବାଦୀ ନିହତ

Advertisment
ଶ୍ରୀନଗର ଏନ୍‌କାଉଣ୍ଟର୍‌ରେ ଖାନ୍‌ମୋହ୍‌ ସରପଞ୍ଚ ହତ୍ୟାକାଣ୍ଡରେ ଜଡ଼ିତ ଥିବା ୩ ଆତଙ୍କବାଦୀ ନିହତ

Image Courtesy of ANI

ଶ୍ରୀନଗର: ଖାନ୍‌ମୋହ୍‌ ସରପଞ୍ଚଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଥିଲେ ବୋଲି କୁହାଯାଉଥିବା ‘ଲଶ୍କର୍‌-ଏ-ତୈବା’ର ୩ଜଣ ଆତଙ୍କବାଦୀ ଆଜି ଶ୍ରୀନଗର ସହର ବାହାରେ ସଙ୍ଗଠିତ ଏନ୍‌କାଉଣ୍ଟର୍‌ରେ ନିହତ ହୋଇଛନ୍ତି।

ଉପରୋକ୍ତ ଅଭିଯାନ ସଙ୍କ୍ରାନ୍ତରେ ଅଧିକ ବିବରଣୀ ଦେଇ କଶ୍ମୀର ‘ଆଇଜିପି’ ବିଜୟ କୁମାର କହିଛନ୍ତି, ଶ୍ରୀନଗର ଜିଲ୍ଲା ଉପକଣ୍ଠସ୍ଥିତ ନାଓଗାମ୍‌ ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳି ବିନିମୟ କରି ‘ଏଲ୍‌ଇଟି/ଟିଆର୍‌ଏଫ୍‌’ର ୩ଜଣ ଆତଙ୍କବାଦୀ ପ୍ରାଣ ହରାଇଥିବା କଥା ଜମ୍ମୁ ଓ କଶ୍ମୀର ପୁଲିସ କହିଛି।

publive-image Image Courtesy of Zee News

ଗଣମାଧ୍ୟମକୁ କଶ୍ମୀର ‘ଆଇଜିପି’ କହିଛନ୍ତି, ନିହତ ଆତଙ୍କବାଦୀମାନେ ନିଷିଦ୍ଧ ଆତଙ୍କବାଦୀ ସଙ୍ଗଠନ ‘ଏଲ୍‌ଇଟି/ଟିଆର୍‌ଏଫ୍‌’ର ଏବଂ ସେମାନେ ନିକଟରେ ଖାନ୍‌ମୋହ୍‌ର ସରପଞ୍ଚ ସମୀର ଭଟ୍ଟଙ୍କ ହତ୍ୟାରେ ସମ୍ପୃକ୍ତ ଥିଲେ।

ସହରର ନାଓଗାମ୍‌ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଉପସ୍ଥିତି ବିଷୟରେ ସୂଚନା ଅନୁସାରେ କାମ କରି, ନିରାପତ୍ତା ବଳ ସେଠାରେ ପ୍ରଥମେ ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅଭିଯାନ ଆରମ୍ଭ କରିଥିଲା ବାଲି ଜେଣ ପୁଲିସ ଅଧକାରୀ କହିଛନ୍ତି।

ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ତଲାସକାରୀ ନିରାପତ୍ତା ବଳଙ୍କ ଉପରକୁ ପ୍ରଥମେ ଗୁଳି ଚଳାଇଥିଲେ। ନିରାପତ୍ତା ବଳ ପାଲଟା ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଥିଲା। ଏବେ ମଧ୍ୟ ସେଠାରେ ଗୁଳି ବିନିମୟ ଚାଲିଛି। ଆତ୍ମଗୋପନକାରୀ ଆତଙ୍କବାଦୀମାନଙ୍କୁ ବାହାର କରିବା ପାଇଁ ସେ ଅଞ୍ଚଳରେ ତଲାସ ଅଭିଯାନ ଆରମ୍ଭ ହୋଇଛି ବୋଲି ପୁଲିସ ଅଧିକାରୀଜଣଙ୍କ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe