ଜମ୍ମୁ ଓ କଶ୍ମୀର: ଗୁଳି ଚୋଟରେ ୩ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ନିହତ

Advertisment
ଜମ୍ମୁ ଓ କଶ୍ମୀର: ଗୁଳି ଚୋଟରେ ୩ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ନିହତ

Image Courtesy of Zee News

ଶ୍ରୀନଗର: ଜମ୍ମୁ ଓ କଶ୍ମୀରର ପୁଲ୍‌ୱାମା ଜିଲ୍ଲାରେ ଦୀର୍ଘ ଏଗାର ଘଣ୍ଟା ବ୍ୟାପୀ ଚାଲିଥିବା ଆତଙ୍କବାଦୀ ମୁକାବିଲା ଅଭିଯାନରେ ୩ଜଣ ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ନିହତ ହୋଇଥିବା କଥା ଆଜି ପୁଲିସ କହିଛି।

ପୁଲ୍‌ୱାମାର ଡ୍ରାବଗାମ୍‌ ଅଞ୍ଚଳରେ ଘଟିଥିବା ଉପରୋକ୍ତ ଏନ୍‌କାଉଣ୍ଟର୍‌ରେ ଶନିବାର ସନ୍ଧ୍ୟାରେ ଉକ୍ତ ୩ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ନିହତ ହୋଇଥିଲେ।

କଶ୍ମୀର ପୁଲିସ ଇନ୍‌ସ୍‌ପେକ୍ଟର୍‌ ଜେନେରାଲ୍‌ ବିଜୟ କୁମାର କହିଛନ୍ତି ଯେ, ୩ ଆତଙ୍କବାଦୀ ସ୍ଥାନୀୟ ଅଞ୍ଚଳର ଏବଂ ସେ‌ମାନେ ପାକିସ୍ତାନର ‘ଲଶ୍କର୍‌-ଏ-ତୈବା’ ଆତଙ୍କବାଦୀ ସଙ୍ଗଠନ ସହିତ ସମ୍ପୃକ୍ତ ଥିଲେ। ନିହତ ଆତଙ୍କବାଦୀଙ୍କ ମଧ୍ୟରୁ ଜଣକର ପରିଚୟ ମିଳିଛି। ସେ ହେଉଛନ୍ତି ଜମ୍ମୁ ଓ କଶ୍ମୀର ସ୍ପେସାଲ୍‌ ପୁଲିସ ଅଧିକାରୀ ରେୟାଜ୍‌ ଅହମଦ୍‌ ଠୋକର୍‌ଙ୍କ ହତ୍ୟାକାଣ୍ଡରେ ସମ୍ପୃକ୍ତ ଜୁନୈଦ୍‌ ଶିୟଗୋଜରି।

ନିହତ ଅନ୍ୟ ଦୁଇଜଣ ଆତଙ୍କବାଦୀ ହେଉଛନ୍ତି ଫଜିଲ୍‌ ନାଜିର୍‌ ଭଟ ଏବଂ ଇର୍‌ଫାନ୍‌ ଆହ୍‌ ମଲିକ୍। ଉଭୟ ପୁଲ୍‌ୱାମ୍‌ ଜିଲ୍ଲାର ବାସିନ୍ଦା। ଘଟଣାସ୍ଥଳରୁ ୨ଟି ଏକେ ୪୭ ରାଇଫଲ୍‌ ଏବଂ ଗୋଟିଏ ପିସ୍ତଲ୍‌ ସମେତ ଅନେକ ଅସ୍ତ୍ରଶସ୍ତ୍ର ଉଦ୍ଧାର କରାଯାଇଛି ବୋଲି ପୁଲିସ କହିଛି।

publive-image Image Courtesy of Zee News

ଉଲ୍ଲେଖଯୋଗ୍ୟ, ଶନିବାର ସନ୍ଧ୍ୟା ୬.୫୫ରେ ଦକ୍ଷିଣ କଶ୍ମୀରର ପୁଲ୍‌ୱାମା ଜିଲ୍ଲା ଅନ୍ତର୍ଗତ ଡ୍ରାବଗାମ୍‌ରେ ଜମ୍ମୁ ଓ କଶ୍ମୀର ପୁଲିସ, ସେନାର ୪୪ ଆର୍‌ ଆର୍‌, ୧୨ ସେକ୍ଟର୍‌ ଆର୍‌ ଆର୍‌ ଏବଂ ସିଆର୍‌ଏଫ୍‌ ମଳିତ ଭାବେ ଉକ୍ତ ଅଭିଯାନ ଆରମ୍ଭ କରିଥିଲେ। ଦୀର୍ଘ ୧୧ ଘଣ୍ଟା ଅଭିଯାନ ଚଳାଇବା ପରେ ସେମାନେ ୩ଜଣ ଆତଙ୍କବାଦୀଙ୍କୁ ନିହତ କରିବାରେ ସମର୍ଥ ହୋଇଥିଲେ।

ଜଣେ ପୁଲିସ ଅଧିକାରୀ କହିଛନ୍ତି, ଡ୍ରାବ୍‌ଗାମ୍‌ ଗ୍ରାମର ମୁଖ୍ୟ ଛକ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ସଂକ୍ରାନ୍ତରେ ସୂଚନା ପାଇବା ପରେ ପୁଲିସ, ସେନା ଓ ‘ସିଆର୍‌ପିଏଫ୍‌’ର ମିଳିତ ଦଳ ‘କର୍ଡନ୍‌-ଆଣ୍ଡ୍‌-ସର୍ଚ’ ଅଭିଯାନ ଆରମ୍ଭ କରିଥିଲା। ସେମାନେ ସନ୍ଦିଗ୍ଧ ସ୍ଥାନକୁ ବେଢ଼ି ଯିବା ପରେ ‌ମିଳିତ ଦଳ ଓ ଆତ୍ମଗୋପନକାରୀ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe