୩ ମାସ ବ୍ୟବଧାନରେ ଦିଆ ଯାଉଥିବା ଅକ୍ସଫୋର୍ଡ ଟିକା ଅଧିକ ଫଳପ୍ରଦ ହେଉଛି: ଅଧ୍ୟୟନ

Advertisment
୩ ମାସ ବ୍ୟବଧାନରେ ଦିଆ ଯାଉଥିବା ଅକ୍ସଫୋର୍ଡ ଟିକା ଅଧିକ ଫଳପ୍ରଦ ହେଉଛି: ଅଧ୍ୟୟନ

ନୂଆଦିଲ୍ଲୀ: ଛଅ ସପ୍ତାହ ପରିବର୍ତ୍ତେ ଅକ୍ସଫୋର୍ଡ କୋଭିଡ୍‌-୧୯ ଟିକାର ଦୁଇଟି ଡୋଜ୍‌ ମଧ୍ୟରେ ତିନି ମାସ ବ୍ୟବଧାନ ରହିଲେ ଅଧିକ ସୁଫଳ ମିଳୁଥିବା କଥା ଏକ ଅଧ୍ୟୟନରୁ ଜଣାପଡ଼ିଛି। ଦୁଇ ଡୋଜ୍‌ ଟିକା ମଧ୍ୟରେ ଏହି ବ୍ୟବଧାନ ଯୋଗୁଁ ପ୍ରଥମ ଡୋଜ୍‌ ଟିକା ୭୬% ସୁରକ୍ଷା ଦେଇ ପାରୁଛି।

‘ଲାନ୍‌ସେଟ୍‌ ଜର୍ଣ୍ଣାଲ୍‌’ରେ ଏହି ପରୀକ୍ଷଣର ଫଳାଫଳ ପ୍ରକାଶିତ ହୋଇଛି। ଦୁଇଟି ଡୋଜ୍‌ରେ ଦିଆଯାଉଥିବା ଏହି ଟିକା ମଧ୍ୟସ୍ଥ ବ୍ୟବଧାନକୁ ୩ ମାସ ପର୍ଯ୍ୟନ୍ତ ବଢ଼ାଇ ଦେବାକୁ ‘ଲାନ୍‌ସେଟ୍‌’ ପ୍ରସ୍ତାବ ଦେଇଛି।

ଇଂଲଣ୍ଡ୍‌, ବ୍ରାଜିଲ୍‌ ଓ ଦକ୍ଷିଣ ଆଫ୍ରିକାରେ ୧୭,୧୭୮ଜଣ ପ୍ରାପ୍ତବୟସ୍କ ସ୍ୱେଚ୍ଛାସେବୀଙ୍କ ଉପରେ ହୋଇଥିବା ନୈଦାନିକ ପରୀକ୍ଷାର ମିଳିତ ତଥ୍ୟାବଳୀରୁ ଏହା ଜଣାପଡ଼ିଛି।

ଏହି ଅଧ୍ୟୟନର ଅଗ୍ରଣୀ ଲେଖକ ହେଉଛନ୍ତି ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର୍‌ ଆଣ୍ଡ୍ରିଉ ପୋଲାର୍ଡ। ସେ କହନ୍ତି, ସ୍ୱଳ୍ପ ସଂଖ୍ୟକ ଲୋକଙ୍କୁ ଦୁଇଟି ଡୋଜ୍‌ ଟିକା ଦେବା ଠାରୁ ବହୁସଂଖ୍ୟକ ଲୋକଙ୍କୁ ଗୋଟିଏ ଲେଖାଁ ଡୋଜ୍‌ ଦେଇ ତିନି ମାସ ପରେ ଦ୍ୱିତୀୟ ଡୋଜ୍‌ ଦେବା ବରଂ ଭଲ। ବିଶେଷକରି, ଯେଉଁ ଅଞ୍ଚଳରେ ଏହି ଟିକା ଯଥେଷ୍ଟ ପରିମାଣରେ ମିଳୁନାହିଁ ବା ଯୋଗାଣ ସୀମିତ, ସେଠାରେ ଏହି ପଦ୍ଧତି ଅବଲମ୍ବନ କରାଯିବା ଉଚିତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe