Image Courtesy of NDTV
ଶହଡୋଲ୍: ମଧ୍ୟପ୍ରଦେଶର ଆଦିବାସୀ ଅଧ୍ୟୁଷିତ ଶହଡୋଲ୍ ଜିଲ୍ଲାର କଠୌତିୟା ନିମୋନିଆରେ ଆକ୍ରାନ୍ତ ଜଣେ ୩ ମାସର ଝିଅ ପେଟରେ ୫୧ ଥର ଉତ୍ତପ୍ତ ଲୁହାଛଡ଼ ଚେଙ୍କ ଦେବାରୁ ତା’ର ମୃତ୍ୟୁ ଘଟିଥିବା କଥା ଶୁକ୍ରବାର ଦିନ ସରକାରୀ ଅଧିକାରୀମାନେ କହିଛନ୍ତି।
ନିଶ୍ବାସପ୍ରଶ୍ବାସ ନେବାରେ କଷ୍ଟ ଭୋଗୁଥିବା ସେ ପିଲାଟିର ୧୫ ଦିନ ପରେ ଗୋଟାଏ ଡାକ୍ତରଖାନାରେ ମୃତ୍ୟୁ ଘଟିଥିଲା।
ସରକାରୀ ଅଧିକାରୀମାନେ କହିଛନ୍ତି ଯେ, ପୋତା ଯାଇଥିବା ସେ ପିଲାଟିର ଶବକୁ ବାହାର କରାଯାଇ ଆଜି ବ୍ୟବଚ୍ଛେଦ କରାଯିବ।
ଶହଡୋଲ୍ ଜିଲ୍ଲାପାଳ ବନ୍ଦନା ବୈଦ କହିଛନ୍ତି, ମହିଳା ଓ ଶିଶୁ ବିକାଶ ଅଧିକାରୀମାନେ ଡାକ୍ତରଖାନାରେ ପହଞ୍ଚି ଜାଣିଲେ ଯେ, ୧୫ ଦିନ ପୂର୍ବେ ଏହି ଘଟଣାଟି ଘଟିଥିଲା। ନିମୋନିଆ ଯୋଗୁଁ ସ୍ବାସ୍ଥ୍ୟାବସ୍ଥା ସଙ୍କଟଜନକ ହୋଇଥିଲେ ସୁଦ୍ଧା ସେ ପିଲାଟିର ଡାକ୍ତରୀ ଚିକିତ୍ସା କରାଯାଇ ନ ଥିଲା। ତା’ ଦେହରେ ଗରମ ଲୁହାଛଡ଼ ଚେଙ୍କ ନ ଦେବା ପାଇଁ ସ୍ଥାନୀୟ ଅଙ୍ଗନବାଡ଼ି କର୍ମୀ ତା’ର ମାଆଙ୍କୁ ବୁଝାଇଥିଲେ।
Image Courtesy of The Indian Expressପରେ ତା’ର ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାକୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଦିନ ଡାକ୍ତରଖାନାରେ ତା’ର ମୃତ୍ୟୁ ଘଟିଥିଲା।
ଉଲ୍ଲେଖଯୋଗ୍ୟ, ମଧ୍ୟପ୍ରଦେଶର ଆଦିବାସୀ ବହୁଳ ଅଞ୍ଚଳଗୁଡ଼ିକରେ ନିମୋନିଆ ଚିକିତ୍ସା ନିମନ୍ତେ ଉତ୍ତପ୍ତ ଲୁହାଛଡ଼ ଚେଙ୍କ ଦେବା ସାଧାରଣ ଘଟଣା।
ଯୁବ କଂଗ୍ରେସର ସଭାପତି ଡାକ୍ତର ବିକ୍ରାନ୍ତ ଭୁରିଆ କହିଛନ୍ତି, ଲୁହାଛଡ଼ ଚେଙ୍କ ଯୋଗୁଁ ମୃତ୍ୟୁ ଘଟିପାରେ। ଯନ୍ତ୍ରଣା ଚପାଇବାକୁ ସେମାନେ ଉତ୍ତପ୍ତ ଲୁହାଛଡ଼ ଚେଙ୍କ ଦିଅନ୍ତି। କିନ୍ତୁ, ସମସ୍ୟା ହେଉଛି ଏଥିଯୋଗୁଁ ସଂକ୍ରମଣ ବୃଦ୍ଧି ପାଇ ଆକ୍ରାନ୍ତର ମୃତ୍ୟୁ ଘଟିପାରେ।
Follow Us