Image Courtesy: News Live
ମୁମ୍ବାଇ: ନ୍ୟାସନାଲିଷ୍ଟ କଂଗ୍ରେସ ପାର୍ଟି (ଏନସିପି) ମୁଖ୍ୟ ଶରଦ ପାୱାରଙ୍କ ବିରୋଧରେ ଫେସବୁକରେ ଏକ ଅପମାନଜନକ ପୋଷ୍ଟିଂ କରି ହରଡ଼ଘଣାରେ ଫସିଥିବା ମରାଠୀ ଅଭିନେତ୍ରୀ କେତକୀ ଚିଟାଲେଙ୍କ ପାଇଁ ଅଡ଼ୁଆ କମିବା ପରିବର୍ତ୍ତେ ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଘଟଣାକୁ କେନ୍ଦ୍ରକରି ତାଙ୍କ ବିରୋଧରେ ରବିବାର ଆଉ ତିନିଟି ଏଫଆଇଆର ପଞ୍ଜିକୃତ ହୋଇଛି। ମୁମ୍ବାଇରେ ଦୁଇଟି ଏବଂ ଆକୋଲା ଜିଲ୍ଲାରେ ଗୋଟିଏ ଏଫଆଇଆର ପଞ୍ଜିକୃତ ହୋଇଥିବା ଜାଣିବାକୁ ମିଳିଛି। ଏନସିପି ମୁଖ୍ୟ ଶରଦ ପାୱାରଙ୍କ ସଂପର୍କରେ ସୋସିଆଲ ମିଡିଆରେ ଏକ ଆପତ୍ତିଜନକ ପୋଷ୍ଟ ସେୟାର କରିଥିବା ଅଭିଯୋଗରେ ଅଭିନେତ୍ରୀଙ୍କ ବିରୋଧରେ ଏହି ସବୁ ଏଫଆଇଆର ଆଗତ ହୋଇଥିବା ରବିବାର ଦିନ ପୁଲିସ କହିଛି।
Image Courtesy: News Liveଆଗତ ଏଫଆଇଆର ଗୁଡ଼ିକୁ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ଧାରା ୫୦୦, ୫୦୧ ଓ ୫୦୫(୨) ଅନୁଯାୟୀ ପଞ୍ଜିକୃତ କରାଯାଇ ତଦନ୍ତ ଆରମ୍ଭ ହୋଇଥିବା ପୁଲିସ କହିଛି। ସୋସିଆଲ ମିଡିଆ ପୋଷ୍ଟକୁ ନେଇ କାଲୱା ପୁଲିସ ଷ୍ଟେସନରେ ଅଭିନେତ୍ରୀ କେତକୀଙ୍କ ବିରୋଧରେ ମାମଲା ରୁଜୁ ହେବା ପରେ ଥାନେ ପୁଲିସ ଶନିବାର ତାଙ୍କୁ ଗିରଫ କରିଥିଲା। ରବିବାର ଦିନ ଥାନେର ଏକ ଅଦାଲତ ତାଙ୍କୁ ମେ ୧୮ ତାରିଖ ପର୍ଯ୍ୟନ୍ତ ପୁଲିସ ହେପାଜତକୁ ପଠାଇ ଦେଇଛନ୍ତି।
Follow Us