ମଧ୍ୟପ୍ରଦେଶର ବାଲାଘାଟ ଜଙ୍ଗଲରେ ଏନ୍‌କାଉଣ୍ଟର; ମହିଳା କ୍ୟାଡରଙ୍କ ସମେତ ୩ ମାଓବାଦୀ ନିହତ

Advertisment
ମଧ୍ୟପ୍ରଦେଶର ବାଲାଘାଟ ଜଙ୍ଗଲରେ ଏନ୍‌କାଉଣ୍ଟର; ମହିଳା କ୍ୟାଡରଙ୍କ  ସମେତ ୩ ମାଓବାଦୀ ନିହତ

Image Courtesy of The New Indian Express

ବାଲାଘାଟ: ଆଜି ସକାଳ ପ୍ରାୟ ୮ଟା ବେଳେ ମଧ୍ୟପ୍ରଦେଶର ବାଲାଘାଟ ଅନ୍ତର୍ଗତ ଲୋଢ଼ାଙ୍ଗୀ ଚୌକି ଥାନା ଅଧୀନ ଲାଞ୍ଜୀ କ୍ଷେତ୍ର ଅଞ୍ଚଳରେ ହାକ୍‌ ଫୋର୍ସ ଏବଂ ମାଓବାଦୀମାନଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ଅନ୍ୟୂନ ୩ଜଣ ମାଓବାଦୀଙ୍କର ମୃତ୍ୟୁ ହୋଇଛି। ସେମାନଙ୍କର ବୟସ ୩୫ରୁ ୪୦ ବ‌ର୍ଷ ମଧ୍ୟରେ ହେବ ବୋଲି ଅନୁମାନ କରାଯାଉଛି।

ଘଟଣାସ୍ଥଳରୁ ବର୍ତ୍ତମାନ ସୁଦ୍ଧା ୩ଜଣ ମାଓବାଦୀଙ୍କ ଶବ ଉଦ୍ଧାର କରାଯାଇଛି। ନିହତ ମାଓବାଦୀଙ୍କ ମଧ୍ୟରେ ଅଛନ୍ତି ଜଣେ ମହିଳା ମାଓବାଦୀ। ସେ ‌ଥିଲେ ସୁକମା ଜିଲ୍ଲାର ଜଗରଗୁଣ୍ଡା ଅଞ୍ଚଳର ଏକ ଗାଁ’ର ବାସିନ୍ଦା। ହାକ୍‌ ଫୋର୍ସର ସମସ୍ତ ସଦସ୍ୟ ସୁରକ୍ଷିତ ଅଛନ୍ତି ଏବଂ ଏବେ ମଧ୍ୟ ଘଟଣାସ୍ଥଳରେ ତଲାସ ଜାରି ରହିଛି।

publive-image Image Courtesy of India Today

ବାଲାଘାଟ ଜଙ୍ଗଲରେ ମାଓବାଦୀଙ୍କ ଉପସ୍ଥିତି ସଂକ୍ରାନ୍ତରେ ସୁନିର୍ଦ୍ଦିଷ୍ଟ ସୂଚନା ପାଇବା ପରେ ପୁଲିସ ଓ ହାକ୍‌ ଫୋର୍ସ ସନ୍ଦିଗ୍ଧ ସ୍ଥାନକୁ ଘେରାଉ କରିଥିଲା। ପରେ ଆତ୍ମଗୋପନକାରୀ ମାଓବାଦୀମାନଙ୍କ ସହିତ ସେମାନଙ୍କର ଗୁଳି ବିନିମୟ ହୋଇଥିଲା। ବିସ୍ତାର ଦଲାମ୍‌ ଏବଂ ଦାରେକାସା ଦଲାମ୍‌ର ପ୍ଲାଟୁନ୍‌ ୫୬ ମଧ୍ୟ ସେମାନଙ୍କୁ ସହଯୋଗ କରିଥିଲେ।

ମଧ୍ୟପ୍ରଦେଶ ଗୃହମନ୍ତ୍ରୀ ନରୋତ୍ତମ ମିଶ୍ରା କହିଛନ୍ତି, ବାଲାଘାଟ ଜିଲ୍ଲାର ବହେଲା ଥାନା ଅଞ୍ଚଳରେ ଏନ୍‌କାଉଣ୍ଟର୍‌ ସଂଘଠିତ ‌ହୋଇଥିଲା। ଏନ୍‌କାଉଣ୍ଟର୍‌ ଘଟିଥିବା ସ୍ଥାନଟି ମହାରାଷ୍ଟ୍ର ସୀମାନ୍ତ ନିକଟରେ ଅବସ୍ଥିତ।

ନିହତ ମାଓବାଦୀମାନଙ୍କ ମଧ୍ୟରେ ଅଛନ୍ତି ସେମାନଙ୍କର ଡିଭିଜିନାଲ୍‌ କମିଟି ସଦସ୍ୟ ନାଗେଶ। ତାଙ୍କ ବିଷୟରେ ସୂଚନା ଦେବାକୁ ୧୫ ଲକ୍ଷ ଟଙ୍କା ପୁରସ୍କାର ଘୋ‌ଷଣା କରାଯାଇଥିଲା। ଅନ୍ୟ ୨ଜଣ ଥିଲେ ଏରିଆ କମାଣ୍ଡର୍‌ ମ‌ନୋଜ ଏବଂ ରାମେ ନାମରେ ଜଣେ ମହିଳା ମାଓବାଦୀ। ଉଭୟଙ୍କ ବିଷୟରେ ସୂଚନା ଦେବାକୁ ୮ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା ବୋଲି ଗୃହମନ୍ତ୍ରୀ ମିଶ୍ରା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe