ନୂଆବର୍ଷରେ ଦେଶରେ ୩ ନୂଆ କରୋନା ମୃତ୍ୟୁ

ନୂଆବର୍ଷରେ ଦେଶରେ ୩ ନୂଆ କରୋନା ମୃତ୍ୟୁ

ନୂଆଦିଲ୍ଲୀ: ବର୍ଷ ଆରମ୍ଭରେ ଦେଶରେ ୩ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କେରଳରେ ୨ ଜଣ ଏବଂ କର୍ଣ୍ଣାଟକରେ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। କେରଳ ମୃତ୍ୟୁ ରିପୋର୍ଟରେ ଏହାର ପୂର୍ବ ତଥ୍ୟ ଯୋଡ଼ିଥିବା କୁହାଯାଉଛି। ଦେଶରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା ୪.୪୬ କୋଟି ରହିଛି।

ଅନ୍ୟପକ୍ଷେ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫,୩୦,୭୦୫ରେ ପହଞ୍ଚିଛି। ଦେଶରେ ଦୈନିକ ପଜିଟିଭ୍‌ ହାର ୦.୧୭ ପ୍ରତିଶତ ଏବଂ ସାପ୍ତାହିକ ପଜିଟିଭ୍‌ ହାର ୦.୧୫ ପ୍ରତିଶତ। ଗତ ୨୪ ଘଣ୍ଟାରେ ୧,୫୭,୬୭୧ କୋଭିଡ ଟେଷ୍ଟ୍‌ କରାଯାଇଛି। ସକ୍ରିୟ ମାମଲା ମୋଟ୍‌ ସଂକ୍ରମଣ ମାମଲାର ୦.୦୧ ପ୍ରତିଶତ। ଅନ୍ୟପକ୍ଷେ କରୋନା ଆରୋଗ୍ୟ ହାର ୯୮.୮୦ ପ୍ରତିଶତ ରହିଛି। ଦେଶରେ ମୋଟ୍‌ ଆରୋଗ୍ୟଙ୍କ ସଂଖ୍ୟା ୪,୪୧,୪୫,୨୩୮। କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ୱେବସାଇଟ୍‌ ଅନୁଯାୟୀ ଦେଶରେ ୨୨୦.୧୦ କୋଟି କୋଭିଡ ଟିକା ଡୋଜ୍‌ ଦିଆଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe