ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦୦ ଟପିଲା, ପୁଣି ୩ ଟି ହଟ୍‌ସ୍ପଟ୍‌ ଚିହ୍ନଟ

Advertisment
ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦୦ ଟପିଲା, ପୁଣି ୩ ଟି ହଟ୍‌ସ୍ପଟ୍‌ ଚିହ୍ନଟ

Hindustan Times

ନୂଆଦିଲ୍ଲୀ : ଜାତୀୟ ରାଜଧାନୀ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦୦ ଟପିଛି। ମହାରାଷ୍ଟ୍ର ପରେ ପ୍ରଥମ କେନ୍ଦ୍ର ଶାସିତ ଅଞ୍ଚଳ ଭା‌ବେ ଦିଲ୍ଲୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୦୦ ଟପିଛି। ଦିଲ୍ଲୀ ସରକାର କ‌ରୋନା ନିୟନ୍ତ୍ରଣ ପାଇଁ ବିବିଧ ପଦକ୍ଷେପ ଗ୍ରହଣ କରୁଛନ୍ତି। ପୂର୍ବରୁ ସରକାର ୪୦ ଟି ଅଞ୍ଚଳକୁ ହଟ୍‌ସ୍ପଟ୍‌ ଭାବେ ଚିହ୍ନଟ କରିଥିବାବେଳେ ଆଜି ପୁଣି ଆହୁରି ୩ଟି ହଟ୍‌ସ୍ପଟ୍‌ ଚିହ୍ନଟ କରିଛନ୍ତି। ଏଥିସହ ଦିଲ୍ଲୀରେ ସମୁଦାୟ ୪୩ଟି ଅଞ୍ଚଳକୁ ଅବରୋଧ ଅଂଚଳ ଭାବେ ଘୋଷଣା କରାଯାଇଛି। ରାଜୌରି ଗାର୍ଡେନ୍‌ର ଏ-୩୦ ମନସରୋବର ଗାର୍ଡେନ୍‌, ଜାହାଙ୍ଗିରପୁରୀର ସି ବ୍ଲକ୍‌ ଏବଂ ଦେଓଲି ଏକ୍ସଟେନ୍‌ସନ୍‌ର ଏ-୧୭୬କୁ ହଟସ୍ପଟ୍‌ ଘୋଷଣା କରାଯାଇଛି। । ଉକ୍ତ ଅଞ୍ଚଳଗୁଡ଼ିକୁ ସିଲ୍‌ କରି ଦିଆଯାଇଛି। ଦିଲ୍ଲୀରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧,୦୬୯କୁ ବୃଦ୍ଧି ପାଇଥିବାବେଳେ କରୋନା ଯୋଗୁଁ ୧୯ ଜଣଙ୍କ ମୃତ୍ୟୁ ହୋଇଛି। ଗତ ବୁଧବାର ଦିନ ପ୍ରଥମେ ଆପ୍‌ ସରକାର ୨୦ଟି ଅଞ୍ଚଳକୁ ହଟ୍‌ସ୍ପଟ୍‌ ଭାବେ ଚିହ୍ନଟ କରିଥିଲେ। ଏହା ଗୁରୁବାର ଦିନ ୨୫କୁ ବୃଦ୍ଧି ପାଇଲା , ଶୁକ୍ରବାର ୩୦ ଏବଂ ଶନିବାର ଦିନ ୩୩କୁ ବୃଦ୍ଧି ପାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe