ନୂଆଦିଲ୍ଲୀ : ଭାରତ ଏବଂ ୟୁରୋପୀୟ ସଂଘ ମଧ୍ୟରେ ଆଜି ୩ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଭାରତରେ ବିନିଯୋଗ ନେଇ ଆଜି ଉଭୟ ପକ୍ଷ ମଧ୍ୟରେ ୩ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ନୂଆଦିଲ୍ଲୀରେ ୟୁରୋପୀୟ ସଂଘ ନେତାଙ୍କ ସହ ବୈଠକ ପରେ ମୋଦି ଏକ ସାମ୍ବାଦିକ ସମ୍ମିଳନୀରେ ଉଦ୍ବୋଧନ ଦେଇ କହିଛନ୍ତି ଯେ ଭାରତ ଏବଂ ୟୁରୋପିୟ ସଂଘ ମଧ୍ୟରେ ସୌରଶକ୍ତି ସଂକ୍ରାନ୍ତିୟ ବୁଝାମଣା, ବେଙ୍ଗାଲୁରୁ ମେଟ୍ରୋ ଏବଂ ବିଜ୍ଞାନ ଗବେଷଣା କ୍ଷେତ୍ରରେ ୩ଟି ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହାବାଦ୍ ଆତଙ୍କବାଦ ବିରୋଧରେ ଏକାଠି ଲଢିବାପାଇଁ ଉଭୟ ପକ୍ଷ ସହମତି ପ୍ରକାଶ କରିଛନ୍ତି। ମୋଦି କହିଛନ୍ତି ୟୁରୋପିୟ ସଂଘ ସହ ଭାରତର ବିବିଧ ଏବଂ କୁଟନୀତିକ ସମ୍ପର୍କକୁ ପ୍ରମୁଖ ଗୁରୁତ୍ୱ ଦିଆଯାଇଛି। ୟୁରୋପିୟ ପରିଷଦ ସଭାପତି ଡୋନାଲ୍ଡ ଟସ୍କଙ୍କ ମତରେ ଉଭୟ ପକ୍ଷ ବାଣିଜ୍ୟିକ ବିକାଶ ଓ ବୈଶ୍ୱିକ ଏବଂ ଆଞ୍ଚଳିକ ପ୍ରସଙ୍ଗ ଉପରେ ସହଯୋଗ ବୃଦ୍ଧି ପାଇଁ ରାଜି ଅଛନ୍ତି। ବିଦେଶୀ ଆତଙ୍କବାଦୀଙ୍କୁ ମୁକାବିଲା କରିବା ଦିଗରେ ଉଭୟ ପକ୍ଷ ଏକାଠି କାମ କରିବେ।
ଭାରତ-ୟୁରୋପୀୟ ସଂଘ ୩ ଚୁକ୍ତି ସ୍ୱାକ୍ଷର
Advertisment
Follow Us