ଭାରତରେ ‘ନିଟ୍‌’ ପରୀକ୍ଷା ଦେବେ ବୋଲି ଭିସା ପାଇଁ ଇସ୍‌ଲାମାବାଦ୍‌ରେ ଚାହିଁ ବସିଛନ୍ତି ତିନି ପାକିସ୍ତାନୀ ବିଦ୍ୟାର୍ଥୀ

Advertisment
ଭାରତରେ ‘ନିଟ୍‌’ ପରୀକ୍ଷା ଦେବେ ବୋଲି ଭିସା ପାଇଁ ଇସ୍‌ଲାମାବାଦ୍‌ରେ ଚାହିଁ ବସିଛନ୍ତି ତିନି ପାକିସ୍ତାନୀ ବିଦ୍ୟାର୍ଥୀ

Image Courtesy of The New Indian Express

ଜୟପୁର: ‘ନିଟ୍‌’ ପରୀକ୍ଷା ଦେବା ଲାଗି ଭାରତ ଆସିବାକୁ ବ୍ୟାକୁଳ ତିନିଜଣ ପାକିସ୍ତାନୀ ବିଦ୍ୟାର୍ଥୀ ସୀମା ପାରି ହେବାରେ ସାହାଯ୍ୟ କରିବାକୁ ଇସ୍‌ଲାମାବାଦସ୍ଥିତ ଭାରତୀୟ ହାଇକମିସନ୍‌ଙ୍କୁ ଆକୁଳ ନିବେଦନ କରିଛନ୍ତି। ସେପ୍ଟେମ୍ବର ୧୩ ତାରିଖରେ ‘ନିଟ୍‌’ ପରୀକ୍ଷା ଆରମ୍ଭ ହେବ।

ତିନି ବିଦ୍ୟାର୍ଥୀ ହେଉଛି ସିନ୍ଧୁ ପ୍ରଦେଶ ବାସିନ୍ଦା ଭୀଲ୍‌ ସମ୍ପ୍ରଦାୟର ଭାଇଭଉଣୀ। ସେମାନଙ୍କର ବାପା ହାକିମ୍ ମଲ୍‌ ଜଣେ ଡାକ୍ତର। ଡାକ୍ତର ହେବା ଲାଗି ତାଙ୍କର ତିନି ପିଲା ଭାରତରେ ଅଧ୍ୟୟନ କରିବାକୁ ଆଗ୍ରହୀ ଆଡ୍‌ମିଟ୍‌ କାର୍ଡ ଇସ୍ୟୁ ହୋଇସାରିଥିବା । ଅନୀତା ଓ ପୁଷ୍ପା କୁମାରୀ ଏବଂ ସେମାନଙ୍କ ଭାଇ ମହେଶ କୁମାରଙ୍କର ପରୀକ୍ଷା କେନ୍ଦ୍ର ପଡ଼ିଛି ଯୋଧପୁରରେ। କିନ୍ତୁ, ସେମାନେ ଏ ପର୍ଯ୍ୟନ୍ତ ଭିସା ପାଇନାହାନ୍ତି।

ତିନି ବିଦ୍ୟାର୍ଥୀଙ୍କର ମାମୁ ଡାକ୍ତର ରବି ଭୀଲ୍ ୧୯୯୦ରେ ପାକିସ୍ତାନରୁ ଭାରତ ଆସିଥିଲେ ଏବଂ ୨୦୦୪ରେ ଭାରତୀୟ ନାଗରିକତ୍ବ ପାଇଥିଲେ। ସମ୍ପ୍ରତି ଜୟସାଲେମର୍‌ରେ ମେଡିସିନ୍ ପ୍ରାକ୍ଟିସ୍ କରୁଥିବା ଡାକ୍ତର ରବି କହନ୍ତି, ଏନ୍‌ଆର୍‌ଆଇ କ୍ବୋଟାରେ ଅନ୍‌ଲାଇନ୍‌ରେ ଆବେଦନ କରିଥିଲେ। ଭିସା ନିମନ୍ତେ ଇସ୍‌ଲାମାବାଦସ୍ଥିତ ଭାରତୀୟ ହାଇକମିସନ୍‌ଙ୍କୁ ମଧ୍ୟ ଦରଖାସ୍ତ କରିଥିଲେ।

publive-image Image Courtesy of National Herald

ଭାରତୀୟ ହାଇକମିସନ୍ ସେମାନଙ୍କ କାଗଜପତ୍ର ତନଖି ଶେଷ କରିବା ପର୍ଯ୍ୟନ୍ତ ସେମାନଙ୍କୁ ଇସ୍‌ଲାମାବାଦରେ ରହିବାକୁ କୁହାଯାଇଛି। ତିନିଜଣଙ୍କର କରୋନାଭାଇରସ୍ ରିପୋର୍ଟ ମଧ୍ୟ ନେଭେଟିଭ୍ ଆସିଛି। ଭାରତୀୟ ମିସନ୍ ତାଙ୍କର ସମସ୍ତ କାଗଜପତ୍ର ରଖିଛି। ଆମେ ଆଶା କରୁଛୁ ପିଲାଙ୍କର ଭବିଷ୍ୟତ ପ୍ରତି ଦୃଷ୍ଟି ଦେଇ ସେମାନେ ଏହି ମାମଲାରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରିବେ। ସେମାନେ ମାନବୀୟ ଆଧାରରେ ଏହି ମାମଲାର ବିଚାର କରି ଜରୁରୀଭିତ୍ତିରେ ବିଦ୍ୟାର୍ଥୀମାନଙ୍କୁ ଭିସା ପ୍ରଦାନ କରିବେ।

ଧାର୍ମିକ ଅତ୍ୟାଚାରରୁ ବର୍ତ୍ତିବା ପାଇଁ ଓ ଉନ୍ନତ ଜୀବନ ଗଢ଼ିବା ଲାଗି ଭାରତ ଚାଲି ଆସିଥିବା କଥା ଡାକ୍ତର ରବି କହିଛନ୍ତି। ତାଙ୍କ ପରେ ତାଙ୍କର ଅଧିକାଂଶ ଆତ୍ମୀୟ ଭାରତ ଚାଲି ଆସିଥିଲେ, କନ୍ତୁ ଜଣେ ଭଉଣୀ ପାକିସ୍ତାନରେ ରହିଯାଇଥିଲେ। ଏହି ତିନି ବିଦ୍ୟାର୍ଥୀ ସେ ଭଉଣୀର ପିଲା। ତିନିହେଁ ଖୁବ୍ ବିଜ୍ଞ। ଆମ ପିଲାଏ ଏଠାକୁ ଆସି ଡାକ୍ତର ହୁଅନ୍ତୁ ବୋଲି ଆମର ଇଚ୍ଛା। ଏଠାକୁ ଆସିଲେ ସେମାନେ ଯେ କେବଳ ଉତ୍ତମ ଶିକ୍ଷା ପାଇବେ ତାହା ନୁହେଁ, ଜାଣିବେ ପ୍ରକୃତ ସ୍ବାଧୀନତା କିଭଳି ଲାଗେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe