ମେହବୁବାଙ୍କ ତ୍ରିରଙ୍ଗା ମନ୍ତବ୍ୟକୁ ନେଇ ବିବାଦ ଘନେଇଲା; ୩ ପିଡିପି ନେତାଙ୍କ ଇସ୍ତଫା, ଦୂରେଇ ଗଲା ନ୍ୟାସ୍‌ନାଲ୍ କନ୍‌ଫରେନ୍ସ

Advertisment
ଟାର୍ଗେଟ କିଲିଂ ଯୋଗୁଁ ବିଜେପିକୁ ଲାଭ ମିଳେ: ମୁଫତି

Image Courtesy of Hindustan Times

ନୂଆଦିଲ୍ଲୀ: ଗତକାଲି ‘ପିପୁଲ୍‌ସ୍‌ ଡେମୋକ୍ରାଟିକ୍ ପାର୍ଟି’ ନେତ୍ରୀ ମେହବୁବା ମୁଫତି ଜାତୀୟ ପତାକା ସଂକ୍ରାନ୍ତରେ ଦେଇଥିବା ମନ୍ତବ୍ୟ ଏବେ କ୍ରମଶଃ ଅଧିକରୁ ଅଧିକ ବିବାଦୀୟ ହେବାରେ ଲାଗିଛି। ଆଜି ତାଙ୍କ ଦଳର ୩ ଜଣ ସଦସ୍ୟ ଏହାର ପ୍ରତିବାଦରେ ଇସ୍ତଫା ଦେଇଥିବା ବେଳେ ଫାରୁକ ଅବ୍ଦୁଲାଙ୍କ ନେତୃତ୍ବାଧୀନ ନ୍ୟାସନାଲ୍ କନଫରେନ୍ସ ନିଜକୁ ଦୂରେଇ ନେଇଛି।

ମେହବୁବା ମୁଫ୍‌ତିଙ୍କ କାର୍ଯ୍ୟ ଓ ବିବାଦୀୟ ମନ୍ତବ୍ୟ ସେମାନଙ୍କ ଦେଶାତ୍ମବୋଧ ଭାବାବେଗକୁ ଆଘାତ ଦେଇଥିବା ଦର୍ଶାଇ ‘ପିପୁଲ୍‌ସ୍‌ ଡେମୋକ୍ରାଟିକ୍ ପାର୍ଟି’ର (ପିଡିପି) ତିନି ଜ‌ଣ ନେତା ସୋମବାର ଇସ୍ତଫା ଦେଇଛନ୍ତି। ‘ପିଡିପି’ ଅଧ୍ୟକ୍ଷା ମେହବୁବା ମୁଫ୍‌ତିଙ୍କ ପାଖକୁ  ଟିଏସ୍‌ ବାଜୱା, ବେଦ ମହାଜନ ଏବଂ ହୁସେନ୍ ଏ ୱଫା ଇସ୍ତଫା ପଠାଇ ଦେଇଛନ୍ତି।

ଇସ୍ତଫା ପତ୍ରରେ ସେମାନେ ଲେଖିଛନ୍ତି ଯେ, ମେହବୁବାଙ୍କ କେତେକ କାର୍ଯ୍ୟ ଓ ଦେଶାତ୍ମବୋଧ ଭାବାବେଗକୁ ଆଘାତ ଦେବା ଭଳି ଅପ୍ରୀତିକର କଥା ସେମାନଙ୍କୁ ଖୁବ୍ ଆଘାତ ଦେଇଛି।

publive-image Image Courtesy of India Today

ଏଠାରେ ସ୍ମରଣ କରାଇ ଦିଆଯାଇ ପାରେ ଯେ, ଶୁକ୍ରବାର ଗଣମାଧ୍ୟମକୁ ସମ୍ବୋଧନ କରି ଜମ୍ମୁ ଓ କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫ୍‌ତି କହିଥିଲେ ଯେ, ଜମ୍ମୁ ଓ କଶ୍ମୀରର ସ୍ବତନ୍ତ୍ର ପାହ୍ୟା ଏବଂ ପୃଥକ୍ ପତାକା ଫେରାଇ ନ ଦିଆଯିବା ପର୍ଯ୍ୟନ୍ତ ତାଙ୍କ ଦଳର ସଦସ୍ୟମାନେ ଭାରତର ତ୍ରିରଙ୍ଗ ପତାକା ଉତ୍ତୋଳନ କରିବେ ନାହିଁ। ସେ ପତାକା ଆମ ହାତକୁ ଆସିବା ପରେ ଆମେ ଭାରତର ଜାତୀୟ ପତାକା ଉତ୍ତୋଳନ କରିବୁ। ଏପରିକି  ଜମ୍ମୁ ଓ କଶ୍ମୀରର ପତାକାକୁ ‘ଡକାୟତମାନେ’ ନେଇଯାଇଛନ୍ତି ବୋଲି ସେ ମନ୍ତବ୍ୟ ରଖିଥିଲେ।

ଅନ୍ୟପକ୍ଷରେ ଜାତୀୟ ପତାକା ବିଷୟରେ ଏଭଳି ବିବାଦୀୟ ମନ୍ତବ୍ୟ ଦେଇଥିବା କାରଣରୁ ସୋମବାର ଦିନ ‘ନ୍ୟାସ୍‌ନାଲ୍‌ କନ୍‌ଫରେନ୍ସ’ (ଏନ୍‌ସି) ମଧ୍ୟ ‘ପିଡିପି’ ଠାରୁ ଦୂରେଇ ଯାଇଛି।

ଉଲ୍ଲେଖଯୋଗ୍ୟ, ଜମ୍ମୁ ଓ କଶ୍ମୀରର ସ୍ବତନ୍ତ୍ର ପାହ୍ୟା ଓ ରାଜ୍ୟ ମାନ୍ୟତା ଫେରସ୍ତ ଦାବିରେ ନୂତନ ଭାବେ ଗଠିତ ‘ପିପୁଲ୍‌ସ୍‌ ଆଲିଆନ୍‌ସ୍‌ ଫର୍‌ ଦି ଗୁପକାର ଡିକ୍ଲାରେସନ୍‌’ରେ ଉଭୟ ‘ଏନ୍‌ସି’ ଏବଂ ‘ପିଡିପି’ ସଦସ୍ୟ ଅଛନ୍ତି।

ଦେଶର ସାର୍ବଭୌମ‌ତ୍ବ ଏବଂ ଅଖଣ୍ଡତାରେ ‘ନ୍ୟାସ୍‌ନାଲ୍‌ କନ୍‌ଫରେନ୍‌ସ୍‌’ ସାଲିସ କରିବ ନାହିଁ ବୋଲି ଆଜି ‘ଏନ୍‌ସି’ ନେତା ଦେବେନ୍ଦର ସିଂହ ରାଣା କହିଛନ୍ତି। ମେହବୁବା ମୁଫ୍‌ତିଙ୍କୁ ସମାଲୋଚନା କରି ସେ କହିଛନ୍ତି, ଦେଶର ସାର୍ବଭୌମତ୍ବ ଓ ଅଖଣ୍ଡତା ସବୁଠାରୁ ଉର୍ଦ୍ଧ୍ବରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe