ଗୋଟିଏ ଦିନରେ ୩ ବିମାନ ଦୁର୍ଘଟଣା, ୧୭୯ ମୃତ

ଗତ ୨୪ ଘଣ୍ଟାରେ ବିଶ୍ବରେ ୩ଟି ବିମାନ ଦୁର୍ଘଟଣା ହୋଇ ୧୭୯ ଜଣ ମୃତ୍ୟୁବରଣ କରିଛନ୍ତି । ସବୁଠୁ ବଡ଼ ଦୁର୍ଘଟଣା ହୋଇଛି ଦକ୍ଷିଣ କୋରିଆର ମୁଆନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ । ସେଠାରେ ରବିବାର ଏକ ବଡ଼ ବିମାନ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୧୭୯ ଜଣଙ୍କର ମୃତ୍ୟୁ ହୋଇଥିଲା।

plane crash

ସିଓଲ: ଗତ ୨୪ ଘଣ୍ଟା ବିମାନଜଗତ ପାଇଁ ବେଶ ଦୁଃଖଦ ଥିଲା । ଏହି ୨୪ ଘଣ୍ଟାରେ ୩ଟି ବିମାନ ଦୁର୍ଘଟଣା ହୋଇ ୧୭୯ ଜଣ ମୃତ୍ୟୁବରଣ କରିଛନ୍ତି । ସବୁଠୁ ବଡ଼ ଦୁର୍ଘଟଣା ହୋଇଛି ଦକ୍ଷିଣ କୋରିଆର ମୁଆନ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ । ସେଠାରେ ରବିବାର ଏକ ବଡ଼ ବିମାନ ଦୁର୍ଘଟଣା ଘଟିଥିଲା, ଯେଉଁଥିରେ ୧୭୯ ଜଣଙ୍କର ମୃତ୍ୟୁ ହୋଇଥିଲା। ଘଟଣାସ୍ଥଳରୁ ଉଦ୍ଧାରକାରୀ ଦଳ ୨ ଜଣଙ୍କୁ ଜୀବନ୍ତ ଉଦ୍ଧାର କରିଛନ୍ତି। ବ୍ୟାଙ୍କକ୍ରୁ ଫେରୁଥିବା ଏହି ବିମାନରେ ୬ ଜଣ କ୍ରୁ ମେମ୍ବରଙ୍କ ସମେତ ମୋଟ ୧୮୧ ଜଣ ଯାତ୍ରୀ ଥିଲେ। ଏଥିରେ ୨ ଜଣ ଥାଇଲାଣ୍ଡର ଓ ଅନ୍ୟମାନେ ଦକ୍ଷିଣ କୋରିଆର ବୋଲି ଜଣାପଡ଼ିଛି।

ଶନିବାର ରାତିରେ ଏୟାର କାନାଡାର ଏକ ବିମାନକୁ ହାଲିଫ୍ୟାକ୍ସ ବିମାନବନ୍ଦରରେ ଜରୁରୀ କାଳୀନ ଅବତରଣ କରିବାକୁ ପଡ଼ିଥିଲା। ପାଲ ଏୟାରଲାଇନ୍ସର ବିମାନ ଏସି୨୨୫୯ ଶନିବାର ରାତିରେ ଦୁର୍ଘଟଣାଗ୍ରସ୍ତ ହେବାରୁ ଅଳ୍ପକେ ବର୍ତ୍ତିଯାଇଥିଲା ।

ଅନ୍ୟପକ୍ଷରେ ଶନିବାର ବିଳମ୍ବିତ ରାତିରେ ନରୱେର ଓସ୍ଲୋ ଟର୍ପ ସାଣ୍ଡଫିଓର୍ଡ ବିମାନ ବନ୍ଦରରେ ଜରୁରୀଅବତରଣ ସମୟରେ କେଏଲ୍ଏମ୍ ରୟାଲ୍ ଡଚ୍ ଏୟାରଲାଇନ୍ସର ଏକ ବିମାନ ରନୱେରୁ ଖସି ଯାଇଥିଲା। ଓସ୍ଲୋ ଏୟାରପୋର୍ଟରୁ ଆମଷ୍ଟରଡାମ ଅଭିମୁଖେ ଉଡ଼ାଣ ଭରିଥିବା ବୋଇଂ ୭୩୭-୮୦୦ ବିମାନର ହାଇଡ୍ରୋଜେନ ସିଷ୍ଟମରେ ସମସ୍ୟା ଦେଖାଦେଇଥିଲା। ଏହାପରେ ବିମାନଟି ଓସ୍ଲୋଠାରୁ ୧୧୦ କିଲୋମିଟର ଦକ୍ଷିଣରେ ଥିବା ସାନ୍ଧଫିଓର୍ଡ ବିମାନ ବନ୍ଦରରେ ଅବତରଣ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ସୁରକ୍ଷିତ ଅବତରଣ ସତ୍ତ୍ୱେ ବିମାନଟି ରନୱେରୁ ଖସି ପଡ଼ି ନିକଟସ୍ଥ ଘାସ ପଡ଼ିଆରେ ଅଟକି ଯାଇଥିଲା। ଏହି ବିମାନରେ ସମୁଦାୟ ୧୮୨ ଜଣ ଯାତ୍ରୀ ଥିଲେ। ତେବେ ସମସ୍ତେ ସୁରକ୍ଷିତ ଅଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe