ସାରା ଭାରତରେ ସ୍ବୀକୃତି ହରାଇଲେ ୧୧୧ ଦଳ: ଓଡ଼ିଶାରୁ କଟିଲେ ୩ ରାଜନୈତିକ ଦଳ

Advertisment
ନିର୍ବାଚନୀ ସ୍ବଚ୍ଛତା: ୨,୦୦୦ ଟଙ୍କାରୁ ଅଧିକ ସମସ୍ତ ଖର୍ଚ୍ଚ ଲାଗି ଡିଜିଟାଲ୍‌ କାରବାର କିମ୍ବା ଆକାଉଣ୍ଟ ପେଇ ଚେକ୍‌ ବ୍ୟବହାର ବାଧ୍ୟତାମୂଳକ ହେଉ

(Photo Credits: PTI)

ନୂଆଦିଲ୍ଲୀ: ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ଅସ୍ତିତ୍ବ ହରାଇଥିବା ୧୧୧ଟି ରାଜନୈତିକ ଦଳର ସ୍ବୀକୃତି ପ୍ରତ୍ୟାହାର କରିନେଇଛନ୍ତି। ଏଥିରେ ଅଛନ୍ତି ଓଡ଼ିଶାର ତିନିଟି ଦଳ। ଏହି ଦଳଗୁଡ଼ିକ ହେଲା ଭୁବନେଶ୍ବରସ୍ଥିତ ଜନହିତକାରୀ ପାର୍ଟ, ଓଡ଼ିଶା ଗଣ ପରିଷଦ ଏବଂ ସମ୍ବଲପୁରସ୍ଥିତ କୋଶଳ ପାର୍ଟି। ଇସିଆଇ ଅସ୍ତିତ୍ବ ହରାଇଥିବା ଦଳମାନଙ୍କ ସଂପର୍କରେ ସୂଚନା ଦେବା ଲାଗି ବିଭିନ୍ନ ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ)ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ସିଇଓମାନଙ୍କ ରିପୋର୍ଟ ଆଧାରରେ ଇସିଆଇ ଏଭଳି ପଦକ୍ଷେପ ନେଇଛନ୍ତି। ବାଦ୍‌ ପଡ଼ିଥିବା ଦଳମାନଙ୍କ ମଧ୍ୟରୁ କାହାର କିଛି ଆପତ୍ତି ଥି‌ଲେ, ସେମାନେ ସଂପୃକ୍ତ ରାଜ୍ୟର ସିଇଓଙ୍କ ନିକଟରେ ସମସ୍ତ ପ୍ରମାଣ ସହ ୩୦ ଦିନ ମଧ୍ୟରେ ଅଭିଯୋଗ ଦାଖଲ କରିପାରିବେ ବୋଲି ଆୟୋଗ ସୂଚନା ଦେଇଛନ୍ତି। ଗତ ମେ ୨୫ରେ ମଧ୍ୟ ଆୟୋଗ ଅସ୍ତିତ୍ବ ହରାଇଥିବା ୮୭ଟି ପଂଜୀକୃତ ଦଳକୁ ତାଲିକାରୁ ବାଦ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe