ନାଗରିକତା ସଂଶୋଧନ ଆଇନ୍‌ ବିରୋଧୀ ଆନ୍ଦୋଳନ: ଲକ୍ଷ୍ନୌରେ ପୁଲିସ୍‌ ଗୁଳିରେ ୧ ମୃତ; ୨ ଆହତ

Advertisment
ନାଗରିକତା ସଂଶୋଧନ ଆଇନ୍‌ ବିରୋଧୀ ଆନ୍ଦୋଳନ: ଲକ୍ଷ୍ନୌରେ ପୁଲିସ୍‌ ଗୁଳିରେ ୧ ମୃତ; ୨ ଆହତ

News Nation

ଲକ୍ଷ୍ନୌ: ଉତ୍ତରପ୍ରଦେଶରର ଲକ୍ଷ୍ନୌରେ ନାଗରିକତା (ସଂଶୋଧନ) ଆଇନ୍‌କୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ଆଜି ସନ୍ଧ୍ୟାରେ ହିଂସାତ୍ମକ ରୂପ ନେଇଛି। ଲକ୍ଷ୍ନୌରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ପୁଲିସ୍‌କୁ ଆଜି ସନ୍ଧ୍ୟାରେ ସେଠାରେ ଗୁଳି ଚାଳନା କରିବାକୁ ପଡ଼ିଛି। ଲକ୍ଷ୍ନୌରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବା ଦେଖିବା ପରେ ପରିସ୍ଥିତିକୁ ଆୟତ୍ତ କରିବା ପାଇଁ ପୁଲିସ୍‌ ପ୍ରଥମେ ଲାଠିଚାଳନା ଓ ପରେ ଲୁହବୁହା ଗ୍ୟାସ୍‌ ପ୍ରୟୋଗ କରିଥିଲା। କିନ୍ତୁ, ଏଥିରେ କୌଣସି ପ୍ରକାରର ସୁଫଳ ନ ମିଳିବାରୁ ପୁଲିସ୍‌ ଶେଷରେ ଗୁଳି ଚାଳନା କରିଥିଲା।

ପୁଲିସ୍‌ ଗୁଳିରେ ୩ ଜଣ ଆନ୍ଦୋଳନକାରୀ ଗୁରୁତର ଭାବେ ଆହତ ହୋଇଥିଲେ। ଏମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତେବେ ପୁଲିସ ଗୁଳିରେ ଗୁରୁତର ଆହତ ମହମ୍ମଦ ଭକିଲଙ୍କର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିବା ଜାଣିବାକୁ ମିଳିଛି।

ସମଗ୍ର ଦେଶରେ ଏବେ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଦାବାଗ୍ନି ବ୍ୟାପିବା ସଦୃଶ ନାଗରିକତା ସଂଶୋଧନ ଆଇନ୍‌କୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ଦେଶର ଗୋଟିଏ କୋଣରୁ ଆଉ ଗୋଟିଏ କୋଣକୁ ବ୍ୟାପିବାରେ ଲାଗିଛି। ରାଜଧାନୀ ନୂଆଦିଲ୍ଲୀଠାରୁ ଆରମ୍ଭ କରି, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ, କର୍ଣ୍ଣାଟକ ଓ ତାମିଲନାଡ଼ୁ ପ୍ରଭୃତି ବହୁ ରାଜ୍ୟରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ କରି ଆରମ୍ଭ ହୋଇଥିବା ଆନ୍ଦୋଳନ ହିଂସାତ୍ମକ ରୂପ ନେବା ସହ ବହୁ ରାଜ୍ୟରେ ଆଇନ୍‌ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe