Times Now
ଲଣ୍ଡନ: କାଳବୈଶାଖୀ ଓ ବଜ୍ରପାତ ସମୟରେ ବୈଦ୍ୟୁତିକ ଉପକରଣ ତଥା ଫୋନ ଆଦି ବ୍ୟବହାରକୁ ପାଣିପାଗ କେନ୍ଦ୍ର ପକ୍ଷରୁ କଡ଼ାକଡ଼ି ବାରଣ କରାଯାଇଥାଏ। ଏହା ସତ୍ତ୍ବେ ବି ଲୋକେ ଏହାକୁ ପାଳନ ନକରିବାରୁ ଅନେକ ଦୁର୍ଘଟଣାମାନ ଘଟୁଥିବା ଖବର ସାମ୍ନାକୁ ଆସିଛି।
ଘଡ଼ଘଡ଼ି ସହିତ ବିଜୁଳି ମାରୁଥିବା ବେଳେ ତିନିଜଣ ଭାଇଭଉଣୀ ମିଶି ସେଲଫି ନେଉଥିଲେ। ଏହି ସମୟରେ ହଠାତ ତିନିଜଣ ଅଚେତ ହୋଇ ତଳେ ପଡ଼ି ଯାଇଥିଲେ। ଚେତା ଆସିବାପରେ ତିନିଜଣ ହସ୍ପିଟାଲ ବେଡରେ ଥିବା ଦେଖିବାକୁ ପାଇଥିଲେ।
aajtak.inଏଭଳି ଏକ ଘଟଣା ଇଂଲଣ୍ଡର ଇଷ୍ଟ ମୌଲେସିରେ ଘଟିଛି। ତିନିଜଣ ଭାଇ-ଭଉଣୀ ରାଚେଲ, ଇସୋବେଲ ଏବଂ ଆଣ୍ଡ୍ରିୟୁଙ୍କୁ ବିଜୁଳି ମାରୁଥିବା ସମୟରେ ସେଲଫି ନେବା ମହଙ୍ଗା ପଡ଼ିଛି।
ଇସୋବେଲ କହନ୍ତି, ବିଜୁଳି ମାରୁଥିବା ସମୟରେ ଆମେ ତିନ ଭାଇ ଭଉଣୀ ମିଶି ସେଲଫି ନେଉଥିଲୁ ଆଉ ମଜା ବି କରୁଥିଲୁ। ଏତିକି ବେଳେ ଆଉ ଏକ ବିଜୁଳି ମାରିଥିଲା ତା’ପରେ କ’ଣ ହୋଇଛି ଆମେ କିଛି ଜାଣି ନଥିଲୁ। ଆଖି ଖୋଲିଲା ବେଳକୁ ଆମେ ହସ୍ପିଟାଲ ବେଡରେ ପଡ଼ିଥିଲୁ। ସେହି ବଜ୍ରପାତରେ ରେଚେଲଙ୍କ ଜଙ୍ଘ ଓ ପେଟ ଜଳି ଯାଇଥିଲା। ହାତରେ ମଧ୍ୟ ଆଘାତ ଲାଗିଥିଲା। କେବଳ ଏତିକି ନୁହେଁ ଭଉଣୀ ହାତରେ ଟାଇଟେନିୟମ ପ୍ଲେଟ ଲାଗିଥିବାରୁ ବହୁ ଗରମ ଥିଲା। ତେଣୁ ତା’ ଶରୀର ଅଧିକାଂଶ ଜଳି ଯାଇଛି। ସୌଭାଗ୍ୟବଶତଃ ଏତେ ବଡ଼ ଦୁର୍ଘଟଣା ଘଟିଥିଲେ ବି ତିନିଜଣଙ୍କ ଜୀବନ ବଞ୍ଚି ଯାଇଛି।
Follow Us