ନୂଆଦିଲ୍ଲୀ: ଦିଲ୍ଲୀର ମଣ୍ଡଓ୍ଵାଲି ଅଞ୍ଚଳରେ ଆଜି ୧୦ରୁ କମ୍ ବୟସର ୩ ଭଉଣୀଙ୍କ ଅନାହାର ମୃତ୍ୟୁ ଆଲୋଡ଼ନ ସୃଷ୍ଟି କରିଛି। ଏହି ଶିଶୁମାନଙ୍କ ବୟସ ଯଥାକ୍ରମେ ୨, ୪ ଏବଂ ୮ ବର୍ଷ। ଏହି ପିଲାଙ୍କ ବାପା ରିକ୍ସା ଚଳାଉଥିବା ବେଳେ ମା’ ଜଣେ ମାନସିକ ରୋଗୀ। ଆଜି ଅପରାହ୍ନରେ ଜଣେ ପଡ଼ୋଶୀ ପିଲାମାନଙ୍କୁ ହସ୍ପିଟାଲ୍ ଆଣିଥିଲେ। କିନ୍ତୁ ସେତେବେଳକୁ ସେମାନଙ୍କର ମୃତ୍ୟୁ ହୋଇ ସାରିଥିଲା। ଘଟଣାସ୍ଥଳରେ ଏବେ ଫରେନ୍ସିକ୍ ଯାଞ୍ଚ୍ ଚାଲିଛି। ପ୍ରାଥମିକ ତଦନ୍ତ ପରେ ଏହା ଅନାହାର ମୃତ୍ୟୁ ବୋଲି ଜଣାପଡ଼ିଛି। ୩ ଶିଶୁଙ୍କ ମୃତ୍ୟୁ ଅନାହାରଜନିତ ବୋଲି ଡାକ୍ତରଙ୍କ ରିପୋର୍ଟ ଆସିବା ପରେ ଏନେଇ ଅଧିକ ଖୋଳତାଡ଼ ଜାରି ରହିଛି।
୩ ଭଉଣୀଙ୍କ ଅନାହାର ମୃତ୍ୟୁ
Advertisment
Follow Us