Image Courtesy of India Today
ଶ୍ରୀନଗର: ଜମ୍ମୁ ଓ କଶ୍ମୀର ଅନ୍ତର୍ଗତ ଶୋପିଆଁରେ ଭଡ଼ାରେ ଆସିଥିବା ଏକ ଘରୋଇ ଯାନରେ ବିସ୍ଫୋରଣ ଘଟି ୩ଜଣ ଯବାନ୍ ଆହତ ହୋଇଥିବା କଥା ଆଜି ପୁଲିସ କହିଛି।
ଆହତ ଯବାନ୍ମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଘଟଣାର ତଦନ୍ତ ଚାଲିଛି।
କଶ୍ମୀର ପୁଲିସ ଇନ୍ସ୍ପେକ୍ଟର୍ ଜେନେରାଲ୍ ବିଜୟ କୁମାରଙ୍କ ବକ୍ତବ୍ୟରୁ ଊଦ୍ଧାର କରି ଆଜି ବଡ଼ି ସକାଳୁ କଶ୍ମୀର ଜୋନ୍ ପୁଲିସ କରିଥିବା ଟୁଇଟ୍ରେ ଉଲ୍ଲେଖ ଅଛି: ଶୋପିଆଁର ସେଡ଼ୋରେ ଭଡ଼ାରେ ଆସିଥିବା ଗୋଟାଏ ଘରୋଇ ଗାଡ଼ି ଭିତରେ ବିସ୍ଫୋରଣ ଘଟିଛି। ୩ଜଣ ସୈନିକ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ବିସ୍ଫୋରଣର ପ୍ରକାର ଏବଂ ଉତ୍ସ (ଅର୍ଥାତ୍ ଏହା ଗ୍ରେନେଡ୍ କି, ‘ଆଇଡି’ ଅଥବା ବ୍ୟାଟେରି ବିଭ୍ରାଟ ଜିନତ) ସଂକ୍ରାନ୍ତରେ ତଦନ୍ତ ଚାଲିଛି। ଜଣାପଡ଼ିଲେ ଜଣାଇ ଦିଆଯିବ।
Image Courtesy of The Economic Timesସୂଚନାଯୋଗ୍ୟ, ଶୋପିଆଁ ଜିଲ୍ଲାରେ ଜଣେ ସାଧାରଣ ନାଗରିକଙ୍କୁ ଗୁଳି ମରାଯିବାର ଦିନକ ପରେ ଉପରୋକ୍ତ ବିସ୍ଫୋରଣ ଘଟିଛି। ଗୁଳି ଚୋଟରେ ଆହତ ବ୍ୟକ୍ତିଜଣଙ୍କ ଅବସ୍ଥା ସ୍ଥିର ରହିଛି। କିଛି ଦିନ ହେବ କେନ୍ଦ୍ରଶାସିତ ଅଞ୍ଚଳ ଜମ୍ମୁ ଓ କଶ୍ମୀରରେ ସାଧାରଣ ନାଗରିକମାନଙ୍କ ଉପରେ ଆକ୍ରମଣ ବୃଦ୍ଧି ପାଇଥିବା ଦେଖାଯାଉଛି।
ଚଳିତ ସପ୍ତାହ ପ୍ରାରମ୍ଭରେ ସାମ୍ବା ଜିଲ୍ଲାରେ ରଜନୀ ବାଳା ନାମରେ ଜଣେ ସ୍କୁଲ୍ ଶିକ୍ଷୟିତ୍ରୀ ଆତଙ୍କବାଦୀମାନଙ୍କ ଗୁଳି ଚୋଟରେ ଆହତ ହୋଇ ମୃତ୍ୟୁ ମୁଖରେ ପଡ଼ିଥିଲେ।
ଗତ ମେ ମାସରେ ଅମ୍ରୀନ୍ ଭଟ୍ଟ ନାମରେ ଜଣେ ଟେଲିଭିଜନ୍ କଳାକାରଙ୍କୁ ମଧ୍ୟ ଗୁଳି ମାରି ହତ୍ୟା କରାଯାଇଥିଲା। ସେହି ମେ ମାସରେ ରାହୁଲ୍ ଭଟ୍ଟ ନାମରେ ଜଣେ କଶ୍ମୀରୀ ପଣ୍ଡିତଙ୍କୁ ମଧ୍ୟ ଗୁଳି ମାରି ହତ୍ୟା କରାଯାଇଥିଲା।
Follow Us