ଦିଲ୍ଲୀରୁ ୩ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

Advertisment

ବଡ଼ ଧରଣର ଆକ୍ରମଣ ଯୋଜନା କରିଥିଲେ

ବଡ଼ ଧରଣର ଆକ୍ରମଣ ଯୋଜନା କରିଥିଲେ

ଦିଲ୍ଲୀରୁ ୩ ସନ୍ଦିଗ୍ଧ ଆତଙ୍କବାଦୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ଜୈଶ ଆତଙ୍କବାଦୀମାନେ ବଡ଼ ଧରଣର ଆକ୍ରମଣ ଯୋଜନା କରୁଛନ୍ତି ବୋଲି ନିକଟରେ ଗୁଇନ୍ଦା ସୂତ୍ରରୁ ସତର୍କ ସୂଚନା ଜାରି ହୋଇଥିବାବେଳେ ଏନେଇ ସହରରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି। ଦିଲ୍ଲୀ ଏବଂ ପଞ୍ଜାବ ଏବେ ଆତଙ୍କବାଦୀଙ୍କ ଟାର୍ଗେଟ୍‌ରେ ଅଛି। ତେବେ ଅମୃତସର ଆକ୍ରମଣ ପରେ ଏବେ ଦିଲ୍ଲୀର ସବୁ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସତର୍କ ନଜର ରଖାଯାଇଛି। ଆଜି ଦିଲ୍ଲୀ ପୁଲିସର ସ୍ବତନ୍ତ୍ର ସେଲ୍‌ ଏବଂ ଜମ୍ମୁ କଶ୍ମୀର ପୁଲିସର ମିଳିତ ଉଦ୍ୟମରେ ସହରରୁ ୩ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। କୋଟିବାଗ୍‌ ସ୍ଥିତ ଏକ ପର୍ଯ୍ୟଟନ ସୁରକ୍ଷା କେନ୍ଦ୍ରରୁ ଏହି ୩ ସନ୍ଦିଗ୍ଧ ଆତଙ୍କବାଦୀଙ୍କୁ ଗିରଫ କରାଯାଇଛି। ସେମାନେ ଆଇଏସ୍‌ଜେକେ ଆତଙ୍କବାଦୀ ବୋଲି ଜଣାପଡ଼ିଛି। ଗିରଫ ୩ ଅଭିଯୁକ୍ତଙ୍କୁ ତାହିର ଅଲି ଖାନ୍‌, ହରିସ ମୁସ୍ତାକ ଖାନ୍‌ ଏବଂ ଆସିଫ୍‌ ସୁହେଲ୍‌ ନଦାଫ୍‌ ବୋଲି ଚିହ୍ନଟ କରାଯାଇଛି। ସେମାନଙ୍କ ନିକଟରୁ ୩ଟି ହ୍ୟାଣ୍ଡ୍‌ ଗ୍ରେନେଡ୍‌ ଏବଂ ୨ଟି ପିସ୍ତଲ୍‌ ଜବତ ହୋଇଛି। ସେମାନେ ସହରରେ ଆକ୍ରମଣ ଯୋଜନା କରି ଲୁଚି ରହିଛନ୍ତି ବୋଲି ସତର୍କ ସୂଚନା ଜାରି ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe