କଶ୍ମୀରର କୁଲଗାମ ଏନ୍‌କାଉଣ୍ଟର୍‌ରେ ତିନି ଆତଙ୍କବାଦୀ ନିହତ, ତିନି ଯବାନ ଆହତ

Advertisment
କଶ୍ମୀରର କୁଲଗାମ ଏନ୍‌କାଉଣ୍ଟର୍‌ରେ ତିନି ଆତଙ୍କବାଦୀ ନିହତ, ତିନି ଯବାନ ଆହତ

Image Courtesy of India Today

ଶ୍ରୀନଗର: ଶୁକ୍ରବାର ସକାଳେ ଦକ୍ଷିଣ କଶ୍ମୀରର କୁଲଗାମ ଜିଲ୍ଲା ଅନ୍ତର୍ଗତ ନାଗନାଦ ଚିମ୍ମେର ଅଞ୍ଚଳରେ ଚାଲିଥିବା ଗୁଳି ବିନିମୟ ଘଟଣାରେ ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି ଏବଂ ଭାରତୀୟ ସେନାର ତିନି ଜଣ ଯବାନ ମଧ୍ୟ ଆହତ ହୋଇଛନ୍ତି।

ନିହତ ହୋଇଥିବା ତିନିଜଣ ଆତଙ୍କବାଦୀଙ୍କ ପରିଚୟ ପାଇବାକୁ ଉଦ୍ୟମ ଚାଲିଛି।

ଆତଙ୍କବାଦୀମାନେ ଆତ୍ମଗୋପନ କରିଛନ୍ତି ବୋଲି ବିଶ୍ବାସ କରାଯାଉଥିବା ନାଗନାଦ ଚିମ୍ମେରରେ ଜମ୍ମୁ ଓ କଶ୍ମୀର ପୁଲିସ, ସେନାର ୦୯ ଆର୍‌ ଆର୍‌ ଏବଂ ସିଆର୍‌ଏଫ୍‌ର ମିଳିତ ଟିମ୍ କର୍ଡନ୍-ଆଣ୍ଡ୍-ସର୍ଚ ଅଭିଯାନ ଚଳାଉଥିବା ବେଳେ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା।

publive-image Image Courtesy of Zee News

ତଲାସ ଅଭିଯାନ ଚାଲିଥିବା ବେଳେ ଆତଙ୍କବାଦୀଙ୍କ ମଧ୍ୟରୁ ଜଣେ ନିରାପତ୍ତା ବଳଙ୍କ ଉପରକୁ ଗୁଳି ଚଳାଇଥିଲା। ଏହାର ଜବାବ ଦେବାକୁ ଯାଇ ମିଳିତ ଟିମ୍ ପାଲଟା ଗୁଳି ଚଳାଇଥିଲେ। ଏନ୍‌କାଉଣ୍ଟର୍‌ ଆରମ୍ଭ ହୋଇଯିବା କାରଣରୁ ତିନିଜଣ ଆତଙ୍କବାଦୀ ଘଟଣାସ୍ଥଳରେ ନିହତ ହୋଇଛନ୍ତି । ଏଥିରେ ତିନି ଜଣ ଯବାନ ମଧ୍ୟ ଆହତ ହୋଇଥିବା ଜଣାପଡ଼ିଛି।

ଏଠାରେ ସୂଚାଇ ଦିଆଯାଇ ପାରେ ଯେ, ଏ ପର୍ଯ୍ୟନ୍ତ ଏ ବର୍ଷ କଶ୍ମୀର ଉପତ୍ୟକାରେ ଅନ୍ୟୂନ ୧୩୧ଜଣ ଆତଙ୍କବାଦୀ ଗୁଳି ଚୋଟରେ ପ୍ରାଣ ହରାଇଲେଣି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe