ଜମ୍ମୁର ଟୋଲ୍‌ ପ୍ଲାଜା ନିକଟରେ ଗୁଳି ବିନିମୟରେ ୩ ଆତଙ୍କବାଦୀ ନିପାତ

Advertisment
ସୋପିଆନ୍‌ ଏନ୍‌କାଉଣ୍ଟର ୪ ଆତଙ୍କବାଦୀ ନିପାତ: ୨ ସପ୍ତାହରେ ୬ କମାଣ୍ଡର ସମେତ ୨୨ ଆତଙ୍କବାଦୀ ନିପାତ

www.hindustantimes.com

ଶ୍ରୀନଗର: ଜମ୍ମୁ ଉପକଣ୍ଠସ୍ଥିତ ନଗ୍ରୋତା ଅଞ୍ଚଳର ଏକ ଟୋଲ୍‌ ପ୍ଲାଜା ପାଖରେ ଆତଙ୍କବାଦୀ ଓ ପୁଲିସ୍‌ ମଧ୍ୟରେ ଗୁଳି ବିନିମୟ ହୋଇ ୩ ଆତଙ୍କବାଦୀ ନିପାତ ହୋଇଛନ୍ତି। ଏକ ଟ୍ରକ୍‌ ଯୋଗେ ଶ୍ରୀନଗର ଆଡ଼େ ଯାଉଥିବା ଆତଙ୍କବାଦୀମାନଙ୍କ ଉପରକୁ ପୁଲିସ୍‌ ଗୁଳି ଚାଳନା କରିଥିଲା। ଜମ୍ମୁ-ଶ୍ରୀନଗର ଟୋଲ୍‌ ପ୍ଲାଜା ନିକଟରେ ଗାଡ଼ି ଅଟକାଇ ସିକ୍ୟୁରିଟି ଚେକ୍‌ ବେଳେ ଭୋର୍‌ ପ୍ରାୟ ୫ଟାରେ ହୋଇଥିବା ଏହି ଗୁଳି ବିନିିମୟରେ ଜଣେ ପୁଲିସ୍‌ ଆହତ ହୋଇଥିବା ସୂଚନା ରହିଛି।

ପୁଲିସ୍‌ ଗୁଳି ଚାଳନାରେ ୩ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି ଏବଂ ବାକି ଆତଙ୍କବାଦୀ ଆଖପାଖରେ ଥିବା ଜଙ୍ଗଲିଆ ଅଞ୍ଚଳକୁ ଖସି ପଳାଇ ଯାଇଥିବା କଥା ଜମ୍ମୁ ଓ କଶ୍ମୀରର ପୁଲିସ ମହାନିର୍ଦେଶକ ଦିଲ୍‌ବାଗ୍‌ ସିଂହ କହିଛନ୍ତି।

ଶ୍ରୀନଗର ଅଭିମୁଖେ ଯାତ୍ରା କରୁଥିବା ଗୋଟାଏ ଟ୍ରକ୍‌ର ତଲାସ କରିବାକୁ ନଗ୍ରୋତାର ବନ୍‌ ଅଞ୍ଚଳରେ ଥିବା ଏହି ଟୋଲ୍‌ ଗେଟ୍‌ ପାଖରେ ଭୋର୍‌ ପ୍ରାୟ ୫ଟା ବେଳେ ପୁଲିସ ଟିମ୍‌ ଅଟକାଇବାରୁ ଗୁଳିକାଣ୍ଡ ଘଟିଥିବା କଥା ଅଧିକାରୀମାନେ କହିଛନ୍ତି। ଗୁଳି ଫୁଟିବାର ଶବ୍ଦ ଶୁଭିବାରୁ ପୁଲିସ ଘଟଣାସ୍ଥଳକୁ ଧାଇଁ ଯାଇଥିଲେ।

publive-image
Image Source: ANI

ଆତଙ୍କବାଦୀମାନେ ଟ୍ରକ୍‌ରେ ଶ୍ରୀନଗର ଯାଉଥିବା ବେଳେ ଟୋଲ୍‌ ପ୍ଲାଜା ନିକଟରେ ପୁଲିସ ଟିମ୍‌ ସେମାନଙ୍କୁ ଅଟକାଇଥିଲା ବୋଲି ପୁଲିସ ମହାନିର୍ଦେଶକ କହିଛନ୍ତି। ଚମ୍ପଟ୍‌ ମାରିଥିବା ଆତଙ୍କବାଦୀମାନଙ୍କୁ ଖୋଜି ବାହାର କରିବାକୁ ବ୍ୟାପକ ତଲାସ ଅଭିଯାନ ଆରମ୍ଭ ହୋଇଛି।

କମ୍ବିଙ୍ଗ୍‌ ଅପରେସନ୍‌ ଅନୁଧ୍ୟାନ କରିବାକୁ ଘଟଣାସ୍ଥଳରେ ବରିଷ୍ଠ ପୁଲିସ ଅଧିକାରୀମାନେ ଉପସ୍ଥିତ ଅଛନ୍ତି। ଫଳରେ ଜମ୍ମୁ- ଶ୍ରୀନଗର ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe