ଜମ୍ମୁ ଓ କଶ୍ମୀରର କୁଲ୍‌ଗାମ୍‌ରେ ତିନିଜଣ ଆତଙ୍କବାଦୀ ନିହତ

Advertisment
ଜମ୍ମୁ ଓ କଶ୍ମୀରର କୁଲ୍‌ଗାମ୍‌ରେ ତିନିଜଣ ଆତଙ୍କବାଦୀ ନିହତ

Image Source: Zee News

ଶ୍ରୀନଗର: ସୋମବାର ଦିନ ଜମ୍ମୁ ଓ କଶ୍ମୀରର କୁଲ୍‌ଗାମ୍‌ ଜିଲ୍ଲା ଅନ୍ତର୍ଗତ ତଳମୁଣ୍ଡା ଅଞ୍ଚଳରେ ଏନ୍‌କାଉଣ୍ଟର୍‌ରେ ତିନିଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ସିଆର୍‌ପିଏଫ୍, ରାଷ୍ଟ୍ରୀୟ ରାଇଫଲ୍ ଏବଂ ଜମ୍ମୁ ଓ କଶ୍ମୀର ପୁଲିସ୍‌ ସହ ଆତଙ୍କବାଦୀମାନଙ୍କର ଗୁଳି ବିନିମୟ ଏବେ ମଧ୍ୟ ଚାଲିଛି।

କାଜିଗୁଣ୍ଡା ଅଞ୍ଚଳର ତଳମୁଣ୍ଡା ଅଞ୍ଚଳରେ ଗୋଟାଏ ପାଟ୍ରୋଲ୍ ପାର୍ଟି ଉପରକୁ ଆତଙ୍କବାଦୀମାନେ ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା। ଏନ୍‌କାଉଣ୍ଟର୍ ସ୍ଥଳରୁ ଏ ପର୍ଯ୍ୟନ୍ତ ଗୋଟାଏ ଶବ ଉଦ୍ଧାର କରାଯାଇଥିବା କଥା ପୁଲିସ କହିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଏହା ହେଉଛି ଜମ୍ମୁ ଓ କଶ୍ମୀରରେ ଦ୍ବିତୀୟ ଏନ୍‌କାଉଣ୍ଟର୍। ରବିବାର ସନ୍ଧ୍ୟାରେ ଜମ୍ମୁ ଓ କଶ୍ମୀରର କୁଲ୍‌ଗାମ୍‌ ଅଞ୍ଚଳରେ ନିରାପତ୍ତା ବଳଙ୍କ ସହ ଗୁଳିବିନିମୟ କରି ଚାରିଜଣ ଆତଙ୍କବାଦୀ ନିହତ ହୋଇଥିଲେ। ଏଥିରେ ଜଣେ ଯବାନଙ୍କ ଗୋଡ଼ରେ ସାମାନ୍ୟ ଆଘାତ ଲାଗିଥିଲା। ଏବେ ସେ ଚିକିତ୍ସାଧୀନ ଅଛନ୍ତି।

ଦଳେ ଆତଙ୍କବାଦୀ ଆତ୍ମଗୋପନ କରିଛନ୍ତି ବ‌ୋଲି ସୂଚନା ପାଇବା ପରେ ପାଟ୍ରୋଲ୍ ପାର୍ଟି ସେ ଗାଁକୁ ଯାଇଥିଲେ। ସେମାନେ ନିକଟତର ହେବାକ୍ଷଣି ଆତ୍ମଗୋପନ କରିଥିବା ଆତଙ୍କବାଦୀମାନେ ସ୍ବୟଂକ୍ରିୟ ବନ୍ଧୁକରୁ ଗୁଳି ଚଳାଇଥିଲେ। ପାଟ୍ରୋଲିଙ୍ଗ୍ ପାର୍ଟି ପାଲଟା ଗୁଳି ଚଳାଇବାରୁ ଏନ୍‌କାଉଣ୍ଟର୍‌ର ସୂତ୍ରପାତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe