ଜଣେ ନୁହେଁ, ଏନ୍‌କାଉଣ୍ଟର୍‌ରେ ୩ ଜଣ ଆତଙ୍କବାଦୀ ନିହତ

Advertisment

ଜମ୍ମୁ-କଶ୍ମୀରର ସୋପିଆନାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଜଣେ ନୁହଁ, ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ଆହୁରି ଜଣେ ଆତଙ୍କବାଦୀ ଏବେ ବି ଲୁଚି ରହିଛି ବୋଲି ସନ୍ଦେହ କରାଯାଉଛି।

ଜମ୍ମୁ-କଶ୍ମୀରର ସୋପିଆନାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଜଣେ ନୁହଁ, ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ତେବେ ଆହୁରି ଜଣେ ଆତଙ୍କବାଦୀ ଏବେ ବି ଲୁଚି ରହିଛି ବୋଲି ସନ୍ଦେହ କରାଯାଉଛି।

ିଜତିୀଜା

ଶ୍ରୀନଗର: ଜମ୍ମୁ-କଶ୍ମୀରର ସୋପିଆନାରେ ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଜଣେ ନୁହଁ, ତିନି ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି। ମଙ୍ଗଳବାର ସକାଳୁ ଜଣେ ଲସ୍କର-ଇ-ତୋଇବାର ଆତଙ୍କବାଦୀ ନିପାତ ହୋଇଥିବା ଖବର ହସ୍ତଗତ ହୋଇଥିଲା। ଏବେ ଜାଣିବାକୁ ମିଳିଛି ୩ ଜଣ ଆତଙ୍କୀ ସଫା ହୋଇଛନ୍ତି। ତେବେ ଆହୁରି ଜଣେ ଆତଙ୍କବାଦୀ ଏବେ ବି ଲୁଚି ରହିଛି ବୋଲି ସନ୍ଦେହ କରାଯାଉଛି।

ପ୍ରଥମେ ଏହି ଏନକାଉଣ୍ଟର କୁଲଗାମରୁ ଆରମ୍ଭ ହୋଇଥିଲା ଏବଂ ପରେ ସୋପିଆନର ଏକ ଜଙ୍ଗଲ ଅଞ୍ଚଳକୁ ସ୍ଥାନାନ୍ତରିତ ହୋଇଥିଲା। ସେନା ଏବଂ ପାରାମିଲିଟାରୀର ସୁରକ୍ଷା କର୍ମୀମାନେ ପ୍ରାୟ ଦୁଇ ଘଣ୍ଟା ଧରି ଆତଙ୍କବାଦୀଙ୍କ ସହିତ ଲଢ଼େଇ କରିବା ପରେ ଏହି ସଫଳତା ପାଇଛନ୍ତି। ଏକ ଗୁପ୍ତ ସୂଚନା ପରେ ସୁରକ୍ଷା ବାହିନୀ ଆତଙ୍କବାଦୀମାନଙ୍କୁ ଖୋଜିବା ଆରମ୍ଭ କରିଥିଲା ଓ ପାଇବା ମାତ୍ରକେ ସେମାନଙ୍କୁ ଏନ୍‌କାଉଣ୍ଟର୍‌ କରି ଦିଆଯାଇଥିଲା।

ଭାରତୀୟ ସେନା ଏକ୍ସରେ ଏକ ପୋଷ୍ଟ କରି ସୂଚନା ଦେଇଛି ଯେ ‘‘୨୦୨୫ ମେ ‌୧୩ ତାରିଖରେ ରାଷ୍ଟ୍ରୀୟ ରାଇଫଲ୍ସ ୟୁନିଟର ନିର୍ଦ୍ଦିଷ୍ଟ ଗୁପ୍ତ ସୂଚନା ଆଧାରରେ ସୋପିଆନର ସୋକାଲ କେଲର ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ଜାଣିବାକୁ ମିଳିଲା। ଭାରତୀୟ ସେନା ଏକ ସନ୍ଧାନ କରି ଧ୍ୱଂସ ଅଭିଯାନ ଆରମ୍ଭ କରିଥିଲା। ଅଭିଯାନ ସମୟରେ ଆତଙ୍କବାଦୀମାନେ ପ୍ରବଳ ଗୁଳିଚାଳନା କରିଥିଲେ ଏବଂ ଭୟଙ୍କର ଗୁଳିବିନିମୟ ହୋଇଥିଲା। ଯାହାଫଳରେ ତିନି ଜଣ  ଆତଙ୍କବାଦୀ ନିପାତ ହୋଇଛନ୍ତି। ଅଭିଯାନ ଏବେ ବି ଜାରି ରହିଛି।"

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe