ଗୋଟିଏ ଟ୍ରାକ୍‌ରେ ତିନିଟି ଟ୍ରେନ୍‌, ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

Advertisment
କାନପୁର: ମଙ୍ଗଳବାର କାନପୁରଠାରେ ଗୋଟିଏ ଟ୍ରାକରେ ତିନିଟି ଟ୍ରେନ୍‌ ଆସିଯିବା ଫଳରେ ଏକ ବଡଧରଣର ରେଳ ଦୁର୍ଘଟଣା ଘଟିବାରୁ ଅଳ୍ପକେ ବର୍ତ୍ତି ଯାଇଛି। ଏହି ଦୁର୍ଘଟଣାରେ କୌଣସି ଯାତ୍ରୀଙ୍କ କିଛି କ୍ଷୟକ୍ଷତି ଘଟି ନାହିଁ।
ସୁଚନା ମୁତାବକ, ଏହି ଘଟଣା ଆହ୍ଲାବାଦ କ୍ରସିଂଠାରୁ ମାତ୍ର ୧ କିମି ଦୂରରେ ଘଟିଛି । ଯେଉଁଠି ଦୁରନ୍ତ ଏକ୍ସପ୍ରେସ, ହଟିଆ-ଆନନ୍ଦବିହାର ଏବଂ ମହାବୋଧି ଏକ୍ସପ୍ରେସ ପଛକୁ ପଛ ଆସିଯାଇଥିଲା । ତିନୋଟି ଟ୍ରେନ ମଧ୍ୟରେ ଦୂରତା ରହିଥିଲା ମାତ୍ର ପ୍ରାୟ ୧ଶହ ମିଟର । ଯେତେବେଳେ ଟ୍ରେନଚାଳକଙ୍କୁ ଏସଂପର୍କରେ ଜଣା ପଡିଥିଲା ସେତେବେଳେ ସେମାନେ ଉପସ୍ଥିତ ବୁଦ୍ଧି ଖଟାଇ ଟ୍ରେନ୍‌କୁ ଅଟାକାଇ ଦେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe