ସନ୍ଦିଗ୍ଧଙ୍କୁ ଗିରଫ କରିବାକୁ ନିଷ୍ଠୁର ଆଚରଣ ପ୍ରଦର୍ଶନ କରି ନିଲମ୍ବନ ହେଲେ ୩ ଆମେରିକୀୟ ପୁଲିସ

Advertisment
ସନ୍ଦିଗ୍ଧଙ୍କୁ ଗିରଫ କରିବାକୁ ନିଷ୍ଠୁର ଆଚରଣ ପ୍ରଦର୍ଶନ କରି ନିଲମ୍ବନ ହେଲେ ୩ ଆମେରିକୀୟ ପୁଲିସ

Image Courtesy of India Today

ନୂଆଦିଲ୍ଲୀ: ଜଣେ ସନ୍ଦିଗ୍ଧଙ୍କୁ ନିର୍ଦ୍ଦୟ ଭାବେ ମାଡ଼ ଦେଇ ତାଙ୍କୁ ଆଣ୍ଠୁରେ ମାଡ଼ି ବସୁଥିବା ଦୃଶ୍ୟସମ୍ବଳିତ ଭିଡିଓ ଭାଇରାଲ୍‌ ହେବା ପରେ ଆମେରିକାର ଆର୍କାନ୍‌ସାସ୍‌ ପ୍ରଦେଶରେ ୩ଜଣ ପୁଲିସ ଅଧିକାରୀଙ୍କୁ ନିଲମ୍ବନ କରାଯାଇଛି।

ସଂଗୃହୀତ ସୂଚନା ଅନୁସାରେ, ଘଟଣାଟି ରବିବାର ଦିନ ଆର୍କାନ୍‌ସାସ୍‌ର କ୍ରଫୋର୍ଡରେ ଘଟିଛି। ଭାଇରାଲ୍‌ ହୋଇଥିବା ଭିଡିଓରେ ଦେଖାଯାଉଛି, ୩ଜଣ ପୁଲିସ ଅଧିକାରୀ ସନ୍ଦିଗ୍ଧଙ୍କ ଉପରେ ଚଢ଼ି ତାଙ୍କ ମୁଣ୍ଡରେ ମୁଥା ମାରିବା ସହ ବାରମ୍ବାର ତାଙ୍କୁ ଆଣ୍ଠୁରେ ମାଡ଼ି ବସୁଛନ୍ତି। ଜଣେ ମହିଳା ଉକ୍ତ ଦୃଶ୍ୟର ଭିଡିଓ ଉତ୍ତୋଳନ କରୁଥିବା କଥା ମଧ୍ୟ ୩ଜଣ ପୁଲିସ ଅଧିକାରୀଙ୍କ ମଧ୍ୟରୁ ଜଣେ ଆଙ୍ଗୁଠି ଦେଖାଇ କହିବା ସହ ତାହା ନ କରିବା ପାଇଁ ଉକ୍ତ ମହିଳାଙ୍କୁ ଠାରରେ କହୁଛନ୍ତି।

publive-image Image Courtesy of New York Post

‘ଆସୋସିଏଟ୍‌ ପ୍ରେସ୍‌’ ରିପୋର୍ଟ ଅନୁସାରେ, ପୁଲିସ କହିଛି ଯେ, ଅଭିଯୁକ୍ତ ମଲ୍‌ବରିରେ ଏକ ତେଜରାତି ଷ୍ଟେର୍‌ କର୍ମଚାରୀଙ୍କୁ ହତ୍ୟା ଧମକ ଦେଉଥିଲେ। ପୁଲିସ ତାଙ୍କୁ ପଚାରିବାରୁ ଅଭିଯୁକ୍ତ ଜଣେ ପୁଲିସକୁ ଧକ୍କାମାରି ତଳେ ପକାଇ ଦେବା ପରେ ତାଙ୍କ ମୁଣ୍ଡ ପଛରେ ମୁଥ ମାରିଥିଲେ। ତେଣୁ, ତାଙ୍କୁ ଗିରଫ କରାଗଲା।

ଏ ସଂକ୍ରାନ୍ତରେ ଜାରି ବିବୃତିରେ କ୍ରଫୋର୍ଡ କାଉଣ୍ଟିର ସେରିଫ୍‌ ଜିମ୍ମି ଡାମେଣ୍ଟେ କହିଛନ୍ତି ଯେ, ଘଟଣାର ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ୨ଜଣ କାଉଣ୍ଟି ଡେପୁଟିଙ୍କୁ ନିଲମ୍ବନ କରାଯାଇଛି। ନିଜ ନିଜର କାର୍ଯ୍ୟନିମନ୍ତେ ମୋର ସମସ୍ତ କର୍ମଚାରୀ ଉତ୍ତରଦାୟୀ ବୋଲି ମୁଁ କହି ଆସୁଛି। ଏ ଘଟଣାରେ ମଧ୍ୟ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବି।

ଏହାଛଡ଼ା, ଦୋକାନ କର୍ମଚାରୀଙ୍କୁ ହତ୍ୟା ଧମକ ଦେଇଥିବା ଅଭିଯୁକ୍ତଙ୍କୁ ମଧ୍ୟ ଗିରଫ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe