ତେଲେଙ୍ଗାନାରେ ୧୨୦ ଫୁଟ୍ ଗଭୀର ଖୋଲା ବୋର୍‌ୱେଲ୍‌ ଭିତରକୁ ଖସି ପଡ଼ିଛି ୩ ବର୍ଷର ବାଳକ; ଉଦ୍ଧାର କାର୍ଯ୍ୟ ଜାରି

Advertisment
ତେଲେଙ୍ଗାନାରେ ୧୨୦ ଫୁଟ୍ ଗଭୀର ଖୋଲା ବୋର୍‌ୱେଲ୍‌ ଭିତରକୁ ଖସି ପଡ଼ିଛି ୩ ବର୍ଷର ବାଳକ; ଉଦ୍ଧାର କାର୍ଯ୍ୟ ଜାରି

Image Source: Hindustan Times

ହାଇଦ୍ରାବାଦ: ତେଲେଙ୍ଗାନାର ମେଡ଼କ ଜିଲ୍ଲାରେ ସଦ୍ୟ ଖୋଳା ହୋଇଥିବା ଗୋଟାଏ ଖୋଲା ବୋର୍‌ୱେଲ୍‌ ମଧ୍ୟକୁ ବୁଧବାର ଦିନ ଗୋଟାଏ ତିନି ବର୍ଷର ବାଳକ ଖସିପଡ଼ିଛି। ତାକୁ ବୋର୍‌ୱେଲ୍ ମଧ୍ୟରୁ ବାହାର କରିବାକୁ ଉଦ୍ୟମ ଚାଲିଥିବା କଥା ପୁଲିସ କହିଛି।

୧୨୦ ଫୁଟ୍ ଗଭୀରବିଶିଷ୍ଟ ଉକ୍ତ ଖୋଲା ବୋର୍‌ୱେଲ୍ ମଧ୍ୟକୁ ଅମ୍ଳଜାନ ଯୋଗାଣ ଚାଲିଛି। ବୋର୍‌ୱେଲ୍ ଚାରିପାଖ ଖୋଳିବାକୁ ମାଟି ଉତ୍‌ଖନନ ମେସିନ୍‌ଗୁଡ଼ିକୁ କାମରେ ଲଗାଯାଇଛି।

‘ଏନ୍‌ଡିଆର୍‌ଏଫ୍’ ଦଳ ମଧ୍ୟ ଘଟଣାସ୍ଥଳକୁ ଯାଇ ଉଦ୍ଧାର କାର୍ଯ୍ୟରେ ଯୋଗ ଦେଇଛି।

publive-image Image Source: Times Now

ମେଡ଼କ ଜିଲ୍ଲାର ପାପନ୍ନାପେଟ ମଣ୍ଡଳ ଅନ୍ତର୍ଗତ ଗୋଟାଏ ଚାଷ ଜମିରେ ଗତ ସନ୍ଧ୍ୟା ପ୍ରାୟ ୫ଟା ବେଳେ ଦୁର୍ଘଟଣାଟି ଘଟିଛି। ବାଳକଟି ତା’ ଜେଜେବାପା ଓ ବାପାଙ୍କ ସହ ଚାଲି ଚାଲି ଯାଉଥିବା ବେଳେ ବୋର୍‌ୱେଲ୍ ଭିତରକୁ ଖସି ପଡ଼ିଥିଲା ବୋଲି ଜଣେ ପୁଲିସ କର୍ମଚାରୀ ସୂଚନା ଦେଇଛନ୍ତି।

ଜିଲ୍ଲା ପ୍ରଶାସନର ଜଣେ କର୍ମଚାରୀ କହିଛନ୍ତି ‌କି, ପିଲାଟି ଅନାବୃତ ବୋର୍‌ୱେଲ୍ ମଧ୍ୟକୁ ଖସିପଡୁଥିବା କଥା ପରିବାରର ସଦସ୍ୟମାନେ ଦେଖିବା ପରେ ଗୋଟାଏ ଶାଢ଼ି ଦ୍ବାରା ତାକୁ କାଢ଼ିବାକୁ ଉଦ୍ୟମ କରିଥିଲେ। କିନ୍ତୁ, ଉଦ୍ୟମ ବିଫଳ ହୋଇଥିଲା।

ପିଲାଟିକୁ ବାହାରକୁ ଆଣିବା ପାଇଁ ଉଦ୍ଧାର କାର୍ଯ୍ୟ ଚାଲିଛି। ଘଟଣାସ୍ଥଳରେ ଉପସ୍ଥିତ ରହି ବରିଷ୍ଠ ଜିଲ୍ଲା ଓ ପୁଲିସ କର୍ମଚାରୀମାନେ ଅଭିଯାନ ଉପରେ ନିରନ୍ତର ଦୃଷ୍ଟି ରଖିଛନ୍ତି। ବୋର୍‌ୱେଲ୍ ଭିତରେ ପିଲାଟିକୁ ଦେଖିବା ପାଇଁ ସେମାନେ କ୍ୟାମେରା ବ୍ୟବହାର କରୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe