ମୁଙ୍ଗେର୍: ବିହାରର ମୁଙ୍ଗେର୍ ଜିଲ୍ଲା ଅନ୍ତର୍ଗତ ଗୋଟିଏ ୧୧୦ ଫୁଟ୍ ଗଭୀର ବୋରୱେଲ ଭିତରକୁ ଖସିପଡ଼ିଥିବା ତିନି ବର୍ଷୀୟ ବାଳିକା ସାନ୍ନୋଙ୍କୁ ‘ଏସ୍ଡିଆର୍ଏଫ୍’ ଏବଂ ‘ଏନ୍ଡିଆର୍ଏଫ୍’ କର୍ମଚାରୀମାନଙ୍କର ମିଳିତ ସହଯୋଗରେ ବୁଧବାର ଦିନ ଉଦ୍ଧାର କରାଯାଇଛି।
ବୋରୱେଲରୁ ବାହାର କରାଯିବା ପରେ ସେଠାରେ ଅପେକ୍ଷାରତ ଏକ ଆମ୍ବୁଲାନ୍ସ୍ ଯୋଗେ ବାଳିକାଟିକୁ ତୁରନ୍ତ ନିକଟବର୍ତ୍ତୀ ସଦର ଡାକ୍ତରଖାନାକୁ ନିଆଯାଇଥିଲା। ଡାକ୍ତରଖାନାରେ ତା’ର ସ୍ୱାସ୍ଥ୍ୟ ପରୀକ୍ଷା ମସୟରେ ମୁଙ୍ଗେର୍ ଜିଲ୍ଲା ମାଜିଷ୍ଟ୍ରେଟ୍ ଏବଂ ସ୍ୱାସ୍ଥ୍ୟ ବିଭାଗର ଅନ୍ୟାନ୍ୟ ଶୀର୍ଷସ୍ତରୀୟ ଅଧିକାରୀମାନେ ମଧ୍ୟ ଉପସ୍ଥିତି ଥିଲେ। ବାଳିକାର ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଅଛି ଏବଂ ତା’ ପାଇଁ ଉପଯୁକ୍ତ ବିଶ୍ରାମ ଲୋଡ଼ା ବୋଲି ଡାକ୍ତରମାନେ କହିଛନ୍ତି।
ଖୁବ୍ ଶୀଘ୍ର ତାକୁ ତା’ ପରିବାରକୁ ହସ୍ତାନ୍ତର କରାଯିବ।
ମଙ୍ଗଳବାର ସନ୍ଧ୍ୟାରେ ଝିଅଟି ୧୦୦ ଫୁଟ୍ରୁ ଅଧିକ ଗଭୀର ବୋରୱେଲ ସାଫ୍ଟ୍ ମଧ୍ୟକୁ ଖସିପଡ଼ିଥିଲା।
ଦୁର୍ଘଟଣା ଘଟିବା ସମୟରେ ବାଳିକାଟି ସହରର ମୁର୍ଗିୟାଛକ ଅଞ୍ଚଳରେ ଥିବା ତା’ର ଅଜାଆଈଙ୍କ ଘରକୁ ଆସିଥିଲା।
Follow Us