ଡ୍ରୋନ୍‌ ସଂଚାଳନ ପାଇଁ ଓଡିଶାର ୩୦ଟି ଅତିରିକ୍ତ ଗ୍ରୀନ୍‌ ଜୋନ୍‌କୁ ମଂଜୁରୀ

Advertisment
ଦିଲ୍ଲୀରେ ହାଇ ଆଲର୍ଟ: ସ୍ବାଧୀନତା ଦିବସ ପୂର୍ବରୁ ଡ୍ରୋନ୍‌ ଆକ୍ରମଣ ଆଶଙ୍କା

Wikismartchoice

ନୂଆଦିଲ୍ଲୀ : କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ତରଫରୁ ନୋ-ପର୍‌ମିଶନ୍‌-ନୋ-ଟେକ୍‌ଅଫ୍‌ (ଏନ୍‌ପିଏନ୍‌ଟି)ର ଅନୁରୂପ ଡ୍ରୋନ୍‌ ସଂଚାଳନ ପାଇଁ ଓଡିଶାର ୩୦ଟି ଅତିରିକ୍ତ ଗ୍ରୀନ୍‌ ଜୋନ୍‌କୁ ମଂଜୁରୀ ପ୍ରଦାନ କରାଯାଇଛି। ସ୍ବୀକୃତ ସ୍ଥଳକୁ ଭୂତଳରୁ ୪୦୦ ଫୁଟ୍ ଉପର ପର୍ଯ୍ୟନ୍ତ ଉପଯୋଗ କରିବାର ଅନୁମତି ଅଛି। ଗ୍ରୀନ୍‌ ଜୋନ୍‌ରେ ଡ୍ରୋନ୍‌ ପରିଚାଳନା ୟୁଏଏସ୍‌ ନିୟମ ୨୦୨୧ ଅନୁଯାୟୀ କାର୍ଯ୍ୟକାରୀ କରାଯିବ।

ମଂଜୁରୀ ପ୍ରାପ୍ତ ଓଡିଶାର ଉକ୍ତ ୩୦ଟି ଗ୍ରୀନ୍‌ ଜୋନ୍‌ ମଧ୍ୟରେ ସର୍ବାଧିକ ୭ଟି ପାଟଣାଗଡରେ, ଅନୁଗୁଳ ଓ ପଦ୍ମପୁରରେ ୬ଟି ଲେଖାଏଁ, ତାଳଚେର ଟାଉନରେ ୫ଟି, ରାୟଗଡାରେ ୨ଟି ଏବଂ ଭବାନୀପାଟଣା ଓ ସୁନ୍ଦରଗଡରେ ଗୋଟିଏ ଗୋଟିଏ ଲେଖାଏଁ ରହିଛି। କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟର ସୂଚନା ଅନୁସାରେ ଗ୍ରୀନ୍‌ ଜୋନ୍‌ଗୁଡିକରେ ଡ୍ରୋନ୍‌ ପରିଚାଳନା ସ୍କାଏ ପ୍ଲାଟ୍‌ଫର୍ମ ଅନ୍ତର୍ଗତ ତ୍ବରାନ୍ବିତ କରାଯିବ। ଡ୍ରୋନ୍‌ ପରିଚାଳନା ପାଇଁ ସମ୍ପୃକ୍ତ ରାଜ୍ୟ ସରକାର ଓ ସ୍ଥାନୀୟ ପ୍ରଶାସନକୁ ସୁବିଧା ପ୍ରଦାନ କରିବା ଲାଗି କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe