ସାବରିମାଲା ମନ୍ଦିର ଭିତରେ ଜବରଦସ୍ତ ପଶିବା ଯୋଜନାରେ ୩୦ ମହିଳା, ପରିସ୍ଥିତି ଯାହା ବି ହେଉ ପଛକୁ ନ ହଟିବାର ପଣ

Advertisment
ସାବରିମାଲା ମନ୍ଦିର ଭିତରେ ଜବରଦସ୍ତ ପଶିବା ଯୋଜନାରେ ୩୦ ମହିଳା, ପରିସ୍ଥିତି ଯାହା ବି ହେଉ ପଛକୁ ନ ହଟିବାର ପଣ

ଚେନ୍ନାଇ: ସବୁ ବୟସର ମହିଳାମାନେ ଚେନ୍ନାଇରେ ଥିବା ଅୟପ୍ପା ଭଗବାନଙ୍କ ମନ୍ଦିର ସାବରିମାଲାରେ ପ୍ରବେଶ କରିପାରିବେ ବୋଲି ସୁପ୍ରିମ୍‌କୋର୍ଟ ରାୟ ଦେବା ପରେ ବି ଏହି ସମସ୍ୟାର ସମାଧାନ ଏଯାବତ୍‌ ହୋଇ ପାରିନାହିଁ। ଏବେ ବି ବିକ୍ଷୋଭକାରୀମାନେ ୧୦ରୁ ୫୦ ବର୍ଷ ବୟସ ମଧ୍ୟରେ ମହିଳାଙ୍କ ପ୍ରବେଶକୁ ବିରୋଧ କରି ପ୍ରଦର୍ଶନ ଜାରି ରଖିଛନ୍ତି। ଏହି ପରିସ୍ଥିତିର କଡ଼ା ମୁକାବିଲା କରିବା ପାଇଁ ପ୍ରାୟ ୩୦ରୁ ଊର୍ଧ୍ୱ ମହିଳା ଅଣ୍ଟା ଭିଡ଼ିଛନ୍ତି। ପରିସ୍ଥିତି ପଛେ ଯାହା ହେଉ, ସେମାନେ ମନ୍ଦିର ଭିତରକୁ ପ୍ରବେଶ ନିଶ୍ଚୟ କରିବେ ବୋଲି ଘୋଷଣା  କରିଛନ୍ତି। ଏହି ମହିଳାମାନଙ୍କ ବୟସ ୩୦ ବର୍ଷରୁ ୪୦ ବର୍ଷ ମଧ୍ୟରେ ରହିଛି। ଏମାନେ ଶିଶୁ ଓ ମହିଳା କଲ୍ୟାଣ ପାଇଁ କାମ କରୁଥିବା ସଂଗଠନ ‘ମନିଥି’ର ସଦସ୍ୟା ବୋଲି ଜାଣିବାକୁ ମିଳିଛି।

ଏମାନଙ୍କ ମଧ୍ୟରେ ଥିବା ସଂଗଠନର ସଦସ୍ୟ ବସୁମତୀ ବସନ୍ତ କହିଛନ୍ତି କି ‘ଆମେମାନେ ସମସ୍ତେ ଅୟପ୍ପା ଭବବାନଙ୍କ ଭକ୍ତ। ମହିଳାମାନଙ୍କୁ ମନ୍ଦିରରେ ପ୍ରବେଶ କରିବାର ସଂପୂର୍ଣ୍ଣ ଅଧିକାର ରହିଛି ବୋଲି ସୁପ୍ରିମ୍‌କୋର୍ଟ ଦେଇଥିବା ରାୟରେ ଆମେ ଖୁବ୍‌ ଅନନ୍ଦିତ। ମାତ୍ର ଦୁଃଖର କଥା ହେଉଛି, ଆମେ ମନ୍ଦିର ଭିତରେ ପ୍ରବେଶ କଲେ ମନ୍ଦିର ଅପବିତ୍ର ହୋଇଯିବ ବୋଲି ଦାବି କରୁଥିବା ବିକ୍ଷୋଭକାରୀଙ୍କ ସକାଶେ ଅନେକ ମହିଳା ମନ୍ଦିର ଭିତରକୁ ଯିବାରୁ ବଞ୍ଚିତ ହେଉଛନ୍ତି।’ ଜାଣିବାକୁ ମିଳିଛି ଯେ ଆସନ୍ତା ୨୩ ତାରିଖରେ ଏହି ମହିଳାମାନେ ସାବଲିମାଲାରେ ପ୍ରବେଶ କରିବାର ଯୋଜନା କରିଛନ୍ତି।

ଉଲ୍ଳେଖଯୋଗ୍ୟ, ମହିଳାମାନେ ସେମାନଙ୍କ ମାସିକଧର୍ମ ବୟସ ୧୦ ରୁ ୫୦ ବର୍ଷ ଭିତରେ ସାବରିମାଲା ମନ୍ଦିରରେ ପ୍ରବେଶ କରିପାରିବେ ନାହିଁ। ଏହି ସମୟରେ ସେମାନେ ମନ୍ଦିରକୁ ଗଲେ ମନ୍ଦିର ପରିବେଶ ଅପବିତ୍ର ହୋଇଥାଏ ବୋଲି ଯେଉଁ ପରମ୍ପରା ରହିଛି ତାହାକୁ  ଭିତ୍ତିହୀନ ଦର୍ଶାଇ ସର୍ବୋଚ୍ଚ ନ୍ୟାୟାଳୟ ବୟସ ଆଧାରରେ ପ୍ରବେଶ କଟକଣା ରହିବା ଅନୁଚିତ ବୋଲି  ରାୟ ପ୍ରଦାନ କରିଥିଲେ। ସବୁ ବୟସର ମହିଳା ମନ୍ଦିର ଭିତରେ ପ୍ରବେଶ କରିପାରିବେ ବୋଲି ସୁପ୍ରିମ୍‌ କୋର୍ଟ କହିବା ପରେ ବି ମାନି ନଥିଲେ  ପରମ୍ପରାବାଦୀ ଅାୟପ୍ପା ଭକ୍ତ । ସେମାନେ ମନ୍ଦିର ସାମ୍ନାରେ ରହି ମହିଳାମାନଙ୍କ ପ୍ରବେଶ ଉପରେ କଟକଣା ଲଗାଇଥିଲେ।

publive-image

ଇତିମଧ୍ୟରେ ପାଖାପାଖି ୧୬ ଜଣ ମହିଳାଙ୍କୁ ଅନ୍ଦୋଳନକାରୀମାନେ ମନ୍ଦିର ମୁହଁରୁ ହିଁ ଫେରାଇ ଦେଇଥିବା ସୂଚନା ରହିଛି। କେରଳରେ ଶାସନ କ୍ଷମତାରେ ଥିବା ପିନାରାୟି ବିଜୟନଙ୍କ ସରକାର ମଧ୍ୟ ମହିଳାମାନଙ୍କ ସକାଶେ ସେଭଳି କୌଣସି ବାଟ କାଢ଼ିବାରେ ସଫଳ ହୋଇ ପାରିନାହିଁ।

ଏହି ପରିସ୍ଥିତିରେ ନିଜ ସମ୍ମାନ ଓ ସଚେତନତା ସକାଶେ ଆଗେଇ ଆସିଛନ୍ତି ‘ମନିଥି’ ସଂଗଠନର ମହିଳମାନେ। ‘ମହିଳାମାନଙ୍କ ପାଇଁ ଏପରି ପରିସ୍ଥିତି କିଛି ନୂଆ କଥା ନୁହେଁ। ସେମାନେ ଆମ ସହ ଲଢ଼ିଲେ ଆମେ ବି ଲଢ଼େଇ କରିବୁ। ଆମେ ଆମର ଦୈନନ୍ଦିନ ଜୀବନରେ ବି ଅନ୍ଦୋଳନକାରୀଙ୍କୁ ସାମ୍ନା କରି ଆସିଛୁ। ଆମେ ନିଶ୍ଚୟ ମନ୍ଦିର ଭିତରେ ପ୍ରବେଶ କରିବୁ। ପରିସ୍ଥିତି ଯାହା ବି ଆସୁ’ ବୋଲି ବସୁମତୀ ବସନ୍ତ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe