ୟୁକ୍ରେନ୍‌ରେ ଧାଡ଼ିବାନ୍ଧି ଯାଉଥିବା ବେସାମରିକ ଯାନ ଉପରେ ରୁଷୀୟ କ୍ଷେପଣାସ୍ତ୍ର ମାଡ଼: ୩୦ ମୃତ, ୮୮ ଆହତ

ୟୁକ୍ରେନ୍‌ରେ ଧାଡ଼ିବାନ୍ଧି ଯାଉଥିବା ବେସାମରିକ ଯାନ ଉପରେ ରୁଷୀୟ କ୍ଷେପଣାସ୍ତ୍ର ମାଡ଼: ୩୦ ମୃତ, ୮୮ ଆହତ

Image Courtesy of Zee News

କିବ୍: ଶୁକ୍ରବାର ଦିନ ୟୁକ୍ରେନ୍‌ର ଜାପୋରିଝ୍‌ଝିଆ ସହରରେ ଧାଡ଼ିବାନ୍ଧି ଯାଉଥିବା କ‌େତେକ ବେସାମରିକ ଯାନ ଉପରେ ରୁଷୀୟ କ୍ଷେପଣାସ୍ତ୍ର ପଡ଼ିବାରୁ ଅନ୍ୟୂନ ୩୦ଜଣ ଲୋଙ୍କର ମୃତ୍ୟୁ ଘଟିଛି ଓ ୮୮ ଜଣ ଆହତ ହୋଇଥିବା କଥା ୟୁକ୍ରେନୀୟ ସରକାରୀ ଅଧିକାରୀମାନଙ୍କଠାରୁ ତଥ୍ୟ ସଂଗ୍ରହ କରି ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି।

‘ଟେଲିଗ୍ରାମ୍’ରେ ଜାପୋରିଝ୍‌ଝିଆ ଆଞ୍ଚଳିକ ସେନା ପ୍ରଶାସନର ମୁଖ୍ୟ ଓଲେଜେଣ୍ଡର୍‌ ସ୍ତାରୁଖ୍‌ କହିଛନ୍ତି, ଧାଡ଼ି କରି ଜାପୋରିଝ୍‌ଝିଆରୁ ବାହାରକୁ ଯାଉଥିବା ଦାତବ୍ୟ ସଙ୍ଗଠନର ବେସାମରିକ ଯାନ ଉପରେ ଶତ୍ରୁ ରକେଟ୍‌ଦ୍ବାରା ଆକ୍ରମଣ କରିଛି।

ୟୁକ୍ରେନ୍‌ର ଜାତୀୟ ପୁଲିସର ମୁଖ୍ୟ ଇହୋର୍‌ କ୍ଲାଇମେଙ୍କୋଙ୍କ ବିବୃତିରୁ ଉଦ୍ଧାର କରି ‘ସିଏନ୍‌ଏନ୍‌’ ରିପୋର୍ଟ କରିଛି, ରକେଟ୍‌ ଆକ୍ରମଣରେ ନିହତ ହୋଇଥିବା ‌ବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଜଣେ ୧୧ ବର୍ଷୀୟ ବାଳିକା ଓ ଜଣେ ବର୍ଷିୟ ବାଳକ।

publive-image Image Courtesy of NDTV

ଆହତମାନଙ୍କ ମଧ୍ୟରେ ଥିବା ୨୭ଜଣ ପୁଲିସ ଅଧିକାରୀଙ୍କ ମଧ୍ୟରୁ ୪ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା କଥା ସେ କହିଛନ୍ତି।

ଜାପୋରିଝ୍‌ଝିଆ ଗଭର୍ଣ୍ଣର୍‌ କହିଛନ୍ତି, ରୁଷ୍‌ ନିୟନ୍ତ୍ରଣାଧୀନ ଅଞ୍ଚଳ ମଧ୍ୟକୁ ଯିବା ଲାଗି ଉକ୍ତ ବେସାମରିକ ଯାନଗୁଡ଼ିକ ଅପେକ୍ଷା କରିଥିବା ବେଳେ ରୁଷୀୟ ସେନା ରକେଟ୍‌ ଆକ୍ରମଣ କରିଥିଲା।

ସୂଚନାଯୋଗ୍ୟ, ଦୋନେତସ୍କ, ଲୁହାନ୍‌ସ୍କ, ଖେର୍‌ସୋନ୍‌ ଏବଂ ଜାପୋରିଝ୍‌ଝିଆ ଉପରେ ବିଜୟ ହାସଲ କରିଥିବା କଥା ଶୁକ୍ରବାର ଦିନ ରୁଷୀୟ ରାଷ୍ଟ୍ରପତି ଭ୍ଲାଦିମିର୍‌ ପୁଟିନ୍‌ ବିଧିବଦ୍ଧ ଭାବେ ଘୋଷଣା କରିବା ସହିତ କହିଛନ୍ତି ଯେ, ଏହା ହେଉଛି ଲକ୍ଷ ଲକ୍ଷ ଜନତାଙ୍କ ଇଚ୍ଛା।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ପୁଟିନ୍‌ କହିଛନ୍ତି ବିଜୟ ହାସଲ କରାଯାଇଥିବା ୪ଟି ଅଞ୍ଚଳର ଅଧିବାସୀମାନେ ଏଥର ଚିରଦିନ ପାଇଁ ରୁଷ୍‌ର ନାଗରିକ ହୋଇଗଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe