ମୁମ୍ବାଇରେ ୩୦ ଏମ୍‌ବିବିଏସ୍‌ ଛାତ୍ର ସଂକ୍ରମିତ

Advertisment

୨୮ ଜଣ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି

୨୮ ଜଣ ସମ୍ପୂର୍ଣ୍ଣ ଟିକା ନେଇଛନ୍ତି

ମୁମ୍ବାଇରେ ୩୦ ଏମ୍‌ବିବିଏସ୍‌ ଛାତ୍ର ସଂକ୍ରମିତ

long island press

ମୁମ୍ବାଇ : ମୁମ୍ବାଇର କିଙ୍ଗ୍‌ ଏଡୱାର୍ଡ ମେମୋରିଆଲ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲର ୩୦ ଜଣ ଛାତ୍ରଛାତ୍ରୀ କୋଭିଡ୍‌ ସଂକ୍ରମିତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨୮ ଜଣ ସମ୍ପୂର୍ଣ୍ଣ (ଦୁଇଟି ଡୋଜ୍‌) ଟିକା ନେଇଛନ୍ତି। ସଂକ୍ରମିତ ହୋଇଥିବା ଛାତ୍ରଛାତ୍ରୀମା‌ନଙ୍କ ମଧ୍ୟରୁ ୨୩ ଜଣ ଏମ୍‌ବିବିଏସ୍‌ ଦ୍ବିତୀୟ ବର୍ଷର ହୋଇଥିବା ବେଳେ ୭ ଜଣ ପ୍ରଥମ ବର୍ଷର ଅଟନ୍ତି। ଜଣେ ଛାତ୍ର ଗୁରୁତର ଥିବାରୁ ତାଙ୍କୁ ସହରରେ ଥିବା ସେଭେନ୍‌ ହିଲ୍‌ସ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ପଜିଟିଭ୍‌ ଚିହ୍ନଟ ହୋଇଥିବା ଅନ୍ୟ ଛାତ୍ରମାନେ ଏବେ କ୍ବାରେଣ୍ଟିନ୍‌ରେ ଅଛନ୍ତି।

ସୂଚନାଯୋଗ୍ୟ, କିଙ୍ଗ୍‌ ଏଡୱାର୍ଡ ମେମୋରିଆଲ ହସ୍ପିଟାଲରେ ମୋଟ ୧୧୦୦ ଛାତ୍ରଛାତ୍ରୀ ଏମ୍‌ବିବିଏସ୍‌ ପଢ଼ୁଛନ୍ତି। ହସ୍ପିଟାଲ୍‌ର ଡିନ୍‌ ଡା. ହେମନ୍ତ ଦେଶମୁଖ ଏକ ବୟାନରେ କହିଛନ୍ତି, ଯେଉଁ ୩୦ ଜଣ ଛାତ୍ରଛାତ୍ରୀମାନଙ୍କ ଟେ‌ଷ୍ଟ କରାଗଲା ସେମାନେ ସମସ୍ତେ ସଂକ୍ରମିତ ହୋଇଥିବା ଜଣାପଡ଼ିଲା। ଅନ୍ୟମାନଙ୍କର ଟେଷ୍ଟ ଚାଲିଛି। କଲେଜରେ ପ୍ରତିଦିନ ୨୦୦-୨୫୦ରୁ ଅଧିକ କୋଭିଡ୍‌ ପରୀକ୍ଷା କରାଯାଉଛି। ସ୍କୁଲ, କଲେଜଗୁଡ଼ିକ ଖୋଲିଯିବା ପରେ ଦେଶର ବିଭିନ୍ନ ସ୍ଥାନରେ ଛାତ୍ରଛାତ୍ରୀମାନେ କୋଭିଡ୍‌-୧୯ ପଜିଟିଭ୍‌ ମାମଲା ଆସିବାରେ ଲାଗିଛି। ‌‌ ବିଏମ୍‌ସି ଘୋଷଣା କରିଛି, ମୁମ୍ବାଇରେ ଅଷ୍ଟମରୁ ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ସ୍କୁଲ ଅକ୍ଟୋବର ୪ରୁ ଖୋଲାଯିବ। ଅନ୍ୟ ଶ୍ରେଣୀଗୁଡ଼ିକ ଖୋଲିବା ପାଇଁ ନଭେମ୍ବରରେ ନିଷ୍ପତ୍ତି ନିଆଯିବ। ଚଳିତ ସପ୍ତାହ ଆରମ୍ଭରୁ କର୍ଣ୍ଣାଟକର ବେଙ୍ଗାଲୁରୁର ଏକ ଆବାସିକ ସ୍କୁଲରେ ୫୦୦ରୁ ଅଧିକ ଅଧିକ ଛାତ୍ରଛାତ୍ରୀଙ୍କ କୋଭିଡ୍‌ ୯ ପରୀକ୍ଷା କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୬୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ରିପୋର୍ଟ ପଜିଟିଭ୍‌ ଆସିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe