ମଦମୁକ୍ତ ରାଜ୍ୟରେ ମଦମୃତ୍ୟୁ: ଗୁଜରାଟରେ ମଦ ପିଇ ୩୦ ମୃତ

ମଦମୁକ୍ତ ରାଜ୍ୟରେ ମଦମୃତ୍ୟୁ: ଗୁଜରାଟରେ ମଦ ପିଇ ୩୦ ମୃତ

The Public's Radio

ଅହମଦାବାଦ: ଗୁଜରାଟରେ ମଦକୁ ନିଷିଦ୍ଧ କରାଯାଇଛି। ବିହାର ଭଳି ମଦମୁକ୍ତ ରୂପେ ପରିଚିତ ଗୁଜରାଟରେ ବିଷାକ୍ତ ମଦ ପିଇ ଆଜି ୩୦ ଜଣ ପ୍ରାଣ ହରାଇଛନ୍ତି। ଅନ୍ୟ ୫୧ ଜଣ ଗୁରୁତର ଅସୁସ୍ଥ ଥିବାରୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ମଦମୁକ୍ତ ଗୁଜରାଟରେ ମଦମୃତ୍ୟୁ ଘଟଣା ରାଜ୍ୟ ସରକାଙ୍କର ଆନ୍ତରିକତା ପ୍ରତି ପ୍ରଶ୍ନ ଚିହ୍ନ ଲଗାଇଛି। ଗତକାଲି ସକାଳେ ଗୁଜରାଟର ବୋଟାଦ ଜିଳ୍ଲା ଅନ୍ତର୍ଗତ ରୋଜିଦ ଓ ଆଖପାଖ ଅଞ୍ଚଳର ଲୋକମାନେ ଜଣକ ପରେ ଜଣେ ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଘଟଣା ଲୋକଲୋଚନକୁ ଆସିଥିଲା। ଗୁଜରାଟ ପୁଲିସ ମହାନିର୍ଦ୍ଦେଶକ ଆଶିଷ ଭାଟିଆ କହିଛନ୍ତି ଯେ ଦେଶୀ ମଦ ପିଇ ଲୋକ ଅସୁସ୍ଥ ହେଉଥିବା ଖବର ମିଳିବା ପରେ ଏହାର ତତକ୍ଷଣାତ୍ ଯାଞ୍ଚ ଆରମ୍ଭ ହୋଇଥିଲା। ଜଣାପଡ଼ିଛି ‌େଯ ଲୋକମାନେ ବିଷାକ୍ତ ମଦ ପିଇଥିଲେ। ଏହି ମଦ ମିଥାଇଲ ଆଲକୋହଲରୁ ତିଆରି।
ମଦମୃତ୍ୟୁ ମାମଲାରେ ଏପର୍ଯ୍ୟନ୍ତ ୧୪ ଜଣ ଲୋକଙ୍କ ନାମରେ ହତ୍ୟା ଓ ଅନ୍ୟାନ୍ୟ ଦଫାରେ ତିନିଟି ଏଫ୍‌ଆଇଆର୍ ରୁଜୁ କରାଯାଇଛି ଏବଂ ଅଧିକାଂଶ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଗୁଜରାଟ ଆତଙ୍କବାଦ-ନିରୋଧୀ ସ୍କ୍ବାଡ୍ (ଏଟିଏସ୍) ଏବଂ ଅହମଦାବାଦ କ୍ରାଇମ୍ ବ୍ରାଞ୍ଚ୍ ମଧ୍ୟ ତଦନ୍ତରେ ସାମିଲ ହୋଇଛନ୍ତି।

ଆଗକୁ ଗୁଜରାଟ ବିଧାନସଭା ନିର୍ବାଚନ ଥିବା ବେଳେ ମଦମୃତ୍ୟୁ ମାମଲାକୁ ନେଇ ରାଜନୀତି ସରଗରମ ହୋଇଛି। ଆମ୍ ଆଦ୍‌ମୀ ପାର୍ଟି ନେତା ସୌରଭ ଭରଦ୍ବାଜ କହିଛନ୍ତି ଯେ, ମଦ ନିଷିଦ୍ଧ କରି ଗୁଜରାଟ ସରକାର ୧୫,୦୦୦ କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି। କିନ୍ତୁ ଗତ ୧୫ ବର୍ଷରେ ୮୪୫ରୁ ଅଧିକ ଲୋକଙ୍କର ମଦ୍ୟପାନ ଯୋଗୁ ମୃତ୍ୟୁ ହେଲାଣି। ଏହା କେମିତି ସମ୍ଭବ ବୋଲି ‌େସ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe