Image Courtesy of India Today
କାବୁଲ୍: ଲିଙ୍ଗ ପୃଥକିକରଣ କ୍ଷେତ୍ରରେ ତାଲିବାନ୍ର କଠୋରପନ୍ଥୀ ନୀତି ପ୍ରତି ପ୍ରତିବଦ୍ଧ ହୋଇ ଶନିବାର ଦିନ କାବୁଲ୍ ବିଶ୍ବବିଦ୍ୟାଳୟ ‘ଲେକ୍ଚର୍ ଥିଏଟର୍’ରେ ପୂର୍ଣ୍ଣ ମୁଖାବରଣ ପରିହିତା ଆଫଗାନ ମହିଳାମାନେ ଧାଡ଼ି ଧାଡ଼ି ହୋଇ ବସିଥିଲେ।
ପାଶ୍ଚାତ୍ୟ ବିରୋଧରେ ବକ୍ତାମାନେ ପ୍ରତିବାଦ କରିବାରୁ ଶିକ୍ଷା ନିମନ୍ତେ ଉଦ୍ଦିଷ୍ଟ ନୂତନ କଠୋର ପୋଷାକ ନୀତି ଅନୁସାରେ, ତାଳୁରୁ ତଳିପା ପର୍ଯ୍ୟନ୍ତ ଆବୃତ ହୋଇଥିବା ପ୍ରାୟ ୩୦୦ ଆଫଗାନ ନାରୀ ତାଲିବାନ୍ ପତାକା ଉଡ଼ାଇ ଇସ୍ଲାମୀୟମାନଙ୍କ ନୀତି ପ୍ରତି ସମର୍ଥନ ବ୍ୟକ୍ତ କରିଥିଲେ।
ଏହି ପ୍ରତିବାଦ ରାଲିରେ ମୁଷ୍ଟିମେୟ ନାରୀ ଦେଖିବା ପାଇଁ ଛୋଟ ଫାଙ୍କାଥିବା ନୀଳ ବୁର୍ଖା ପିନ୍ଧିଥିବା ବେଳେ ଅଧିକାଂଶ ନାରୀ ଆଖି ବ୍ୟତୀତ ମୁହଁର ସବୁ ଅଂଶ ଆବୃତ କରିଥିବା କଳା ‘ନିକାବ୍’ ପିନ୍ଧିଥିଲେ। ଅନେକେ ମଧ୍ୟ ହାତରେ କଳା ‘ଗ୍ଲୋଭ୍ସ୍’ (ଦସ୍ତାନ) ପିନ୍ଧିଥିଲେ।
Image Courtesy of The Hinduଉକ୍ତ ରାଲିରେ ଥିବା ନାରୀମାନେ ଛାତ୍ରୀ ବୋଲି ଆୟୋଜକମାନେ କହିଛନ୍ତି। ରାଜଧାନୀ କାବୁଲ୍ସ୍ଥିତ ସହିଦ ରବ୍ବାନି ଏଜୁକେସନ୍ ୟୁନିଭର୍ସିଟିରେ ସେମାନେ କେତେଗୁଡ଼ିଏ ଭାଷଣ ଶୁଣିଥିବା କଥା ଆୟୋଜକମାନେ କହିଛନ୍ତି।
ଦୁଇ ପାର୍ଶ୍ବରେ ବିଶାଳ ତାଲିବାନ୍ ପତାକା ଲାଗିଥିବା ‘ପୋଡିୟମ୍’ରେ ମହିଳା ବକ୍ତାମାନେ ନିକଟ ଅତୀତରେ ସମଗ୍ର ଆଫଗାନିସ୍ତାନରେ ପ୍ରତିବାଦ କରିଥିବା ମହିଳାମାନଙ୍କୁ ସମାଲୋଚନା କରିଥିଲେ।
ସୂଚନାଯୋଗ୍ୟ, ୧୯୯୬-୨୦୦୧ ପର୍ଯ୍ୟନ୍ତ ତାଲିବାନ୍ ଶାସନରେ ଆଫଗାନିସ୍ତାନରେ ନାରୀମାନଙ୍କ ଅଧିକାର ଉପରେ କଠୋର କଟକଣା ଜାରି ହୋଇଥିଲା। କିନ୍ତୁ, ଗତ ମାସରେ କ୍ଷମତାସୀନ ହେବା ପରେ କମ୍ କଠୋର କଟକଣା ଲାଗୁ ହେବ ବୋଲି ତାଲିବାନ୍ ଘୋଷଣା କରିଛି।
ଯେପର୍ଯ୍ୟନ୍ତ ଲିଙ୍ଗଗତ ପୃଥକିକରଣ ବା ଅନ୍ୟୂନ ଶ୍ରେଣୀ ଗୃହରେ ପରଦା ବିଭାଜିକ ରହିଲେ ଏଥର ନାରୀମାନଙ୍କୁ ବିଶ୍ବବିଦ୍ୟାଳୟକୁ ଛଡ଼ାଯିବ ବୋଲି ତାଲିବାନ୍ ଶିକ୍ଷାମନ୍ତ୍ରୀ କହିଛନ୍ତି। ନାରୀମାନେ ଆବାୟା ରୋବ୍ ଏବଂ ନିକାବ୍ ପିନ୍ଧିବେ ବୋଲି ସେ କହିଛନ୍ତି।
Follow Us