୩ ହଜାର ୟୁକ୍ରେନ୍‌ ସୈନିକ ନିହତ ହେଲେଣି: ଜେଲେନ୍‌ସ୍କି

Advertisment

ଦୁଇ ସପ୍ତାହରେ ୯୦୦ରୁ ଅଧିକ ଶବ ଉଦ୍ଧାର

ଦୁଇ ସପ୍ତାହରେ ୯୦୦ରୁ ଅଧିକ ଶବ ଉଦ୍ଧାର

୩ ହଜାର ୟୁକ୍ରେନ୍‌ ସୈନିକ ନିହତ ହେଲେଣି: ଜେଲେନ୍‌ସ୍କି

Republic World

କିବ୍‌: ରୁଷ୍‌ ସହ ଯୁଦ୍ଧରେ ୩ ହଜାର ୟୁକ୍ରେନ୍‌ ସୈନିକ ନିହତ ହୋଇଛନ୍ତି ଏବଂ ପ୍ରାୟ ୧୦ ହଜାର ସୈନିକ ଆହତ ହୋଇଛନ୍ତି । ଅନ୍ୟପକ୍ଷରେ ୧୯ ହଜାରରୁ ୨୦ ହଜାର ରୁଷ୍‌ ସୈନିକ ନିହତ ହୋଇଛନ୍ତି ବୋଲି ୟୁକ୍ରେନ୍‌ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି କହିଛନ୍ତି। ରୁଷ୍‌ ଗତ ସପ୍ତାହରେ ସ୍ବୀକାର କରିଥିଲା ଯେ ଏହାର ୧୩୫୧ ସୈନିକ ନିହତ ହୋଇଛନ୍ତି ଏବଂ ୩,୮୨୫ ସୈନିକ ଆହତ ହୋଇଛନ୍ତି। ଇତି ମଧ୍ୟରେ ୟୁକ୍ରେନ୍‌ ରାଜଧାନୀ କିବ୍‌ ନିକଟସ୍ଥ ଅଞ୍ଚଳରୁ ୯୦୦ ମୃତଦେହ ଉଦ୍ଧାର ହେଲାଣି। ଦୁଇ ସପ୍ତାହ ମଧ୍ୟରେ ବୁସା ସହର ସମେତ ମୋଟ ୪ଟି ସହରରୁ ୯୦୦ରୁ ଅଧିକ ମୃତ ଦେହ ଉଦ୍ଧାର ହୋଇଥିବା ଜେଲେନ୍‌ସ୍କି କହିଛନ୍ତି। ସୂଚନାଯୋଗ୍ୟ, ବୁସାରେ ୩୦୦ରୁ ଅଧିକ ଲୋକଙ୍କୁ ରୁଷ୍‌ ସୈନିକ ଗୁଳିକରି ହତ୍ୟା କରିଥିବା ଅଭିଯୋଗ ହୋଇଥିଲା।

ଅନ୍ୟପକ୍ଷରେ କିବ୍‌ରେ ଅଧିକରୁ ଅଧିକ ଆକ୍ରମଣ ହେବ ବୋଲି କିବ୍‌ ମେୟର ଚେତାବନୀ ଦେଇଛନ୍ତି। ଆଜି ଖାରକିଭରେ ରୁଷ୍‌ର ମିସାଇଲ୍‌ ମାଡ଼ ଯୋଗୁଁ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୧୮ ଜଣ ଆହତ ହୋଇଛନ୍ତି। ଗୋଳାବର୍ଷା ମଧ୍ୟରେ ମାରିୟୁପୋଲ୍‌ ସମେତ ଅନ୍ୟ ସ୍ଥାନମାନଙ୍କରେ ୯ଟି ମାନବୀୟ କରିଡର୍‌ ଖୋଲିଛି। ଏଥିମଧ୍ୟରୁ ୫ଟି କରିଡର ୟୁକ୍ରେନ୍‌ର ଲୁହାନସ୍କ ଅଞ୍ଚଳରେ ଖୋଲିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe