ରୁଷ୍‌ ସଙ୍ଗେ ଯୁଦ୍ଧ କରି ପ୍ରାଣ ହରାଇଛନ୍ତି ୩,୦୦୦ ୟୁକ୍ରେନୀୟ ସୈନିକ, ଆହତ ହୋଇଛନ୍ତି ୧୦,୦୦୦ରୁ ଊର୍ଦ୍ଧ୍ବ: ଜେଲେନ୍‌ସ୍କି

Advertisment
ରୁଷ୍‌ ସଙ୍ଗେ ଯୁଦ୍ଧ କରି ପ୍ରାଣ ହରାଇଛନ୍ତି ୩,୦୦୦ ୟୁକ୍ରେନୀୟ ସୈନିକ, ଆହତ ହୋଇଛନ୍ତି ୧୦,୦୦୦ରୁ ଊର୍ଦ୍ଧ୍ବ: ଜେଲେନ୍‌ସ୍କି

ନୂଆଦିଲ୍ଲୀ: ରୁଷ୍‌ ସଙ୍ଗେ ଯୁଦ୍ଧ କରି ୩୦୦୦ ୟୁକ୍ରେନୀୟ ସୈନିକ ପ୍ରାଣ ହରାଇଥିବା ବେଳେ ଅନ୍ୟୂନ ୧୦,୦୦୦ ସୈନିକ ଆହତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ କେତେ ଜଣ ବଞ୍ଚିବେ କହିବା ମୁସ୍କିଲ୍‌ ବୋଲି ୟୁକ୍ରେନୀୟ ରାଷ୍ଟ୍ରପତି ଭୋଲୋଦିମିର୍‌ ଜେଲେନ୍‌ସ୍କି କହିଛନ୍ତି।

ରୁଷୀୟ ସେନା ପ୍ରତ୍ୟାହାର ପରେ ୟୁକ୍ରେନ୍‌ର ରାଜଧାନୀ ଚତୁର୍ପାଶ୍ବସ୍ଥ ଅଞ୍ଚଳରୁ ୯୦୦ରୁ ଊର୍ଦ୍ଧ୍ବ ଶବ ଉଦ୍ଧାର କରାଗଲାଣି। ସେମାନଙ୍କ ମଧ୍ୟରୁ ଅଧିକାଂଶ ଗୁଳି ଚୋଟରେ ପ୍ରାଣ ହରାଇଥିବା କଥା ପୁଲିସ କହିଛି। ଅନେକ ସାଧାରଣ ଜନତାଙ୍କୁ ହତ୍ୟା କରାଯାଇଛି ବୋଲି ଏଥିରୁ ଆଭାସ ମିଳୁଛି।

publive-image Image Courtesy of Union Bulletine

ରୁଷୀୟ ଅଞ୍ଚଳରେ ୟୁକ୍ରେନ୍‌ ଚଳାଇଥିବା ଆକ୍ରମଣର ପ୍ରତିଆକ୍ରମଣ ଭାବେ କିବ୍‌ ଉପରେ କ୍ଷେପଣାସ୍ତ୍ର ଆକ୍ରମଣ ବଢ଼ାଯିବ ବୋଲି ରୁଷ୍‌ର ପ୍ରତିରକ୍ଷା ମନ୍ତ୍ରାଳୟ କହିବାର କିଛି ସମୟ ପରେ ଏତେ ସଂଖ୍ୟକ ସାଧାରଣ ନାଗରିକଙ୍କ ମୃତ୍ୟୁ କଥା ପଦାକୁ ଆସିଛି।

ଏହାଛଡ଼ା, ପୂର୍ବ ୟୁକ୍ରେନ୍‌ରେ ପୂର୍ବାପେକ୍ଷା ଅଧିକ ଆକ୍ରମଣ ପାଇଁ ପ୍ରସ୍ତୁତି ଚଳାଇଛି। ଦକ୍ଷିଣାଞ୍ଚଳ ବନ୍ଦର ନଗରୀ ମାରିଉପୋଲ୍‌ରେ ମଧ୍ୟ ଲଢ଼େଇ ଚାଲିଛି। ସେଠାରେ ରୁଷୀୟ ସୈନିକମାନେ ଶବ ପୋତି ପକାଉଥିବା କଥା ସ୍ଥାନୀୟ ଲୋକେ ଦେଖୁଥିବା ଖବର ମଧ୍ୟ ମିଳିଛି।

ଉତ୍ତରାଞ୍ଚଳ ନଗରୀ ଖାର୍କିଭ୍‌ର ଆବାସିକ ଅଞ୍ଚଳରେ ବୋମା ମାଡ଼ ଯୋଗୁଁ ଜଣେ ୭ ମାସର ଶିଶୁ ସମେତ ୭ଜଣଙ୍କର ମୃତ୍ୟୁ ଘଟିଛି ‌ଏବଂ ୩୫ଜଣ ଆହତ ହୋଇଥିବା କଥା ଆଞ୍ଚଳିକ ଗଭର୍ଣ୍ଣର୍‌ ‌ଓଲେହ୍‌ ସିନେହୁବୋଭ୍‌ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe