ପେରୁରେ ୩ ଲକ୍ଷ ପାର୍‌ କରୋନା ସଂକ୍ରମଣ ମାମଲା

ନମୁନା ପରୀକ୍ଷା ୧୦ଲକ୍ଷ ଟପିଲା, ୩ଦିନ ଧରି ୫୦ ହଜାରରୁ ଅଧିକ ନମୁନା ପରୀକ୍ଷା

female lab technician doing research with a microscope in the lab. coronavirus

ନୂଆଦିଲ୍ଲୀ : ବିଶ୍ବରେ ସଂକ୍ରମଣ ବଢ଼ି ଚାଲିଛି। ଗତକାଲି ପୁଣି ଲକ୍ଷେ ୭୫ ହଜାରରୁ ଅଧିକ ମାମଲା ଚିହ୍ନଟ ହୋଇଛି। ବିଶ୍ବରେ ପ୍ରଥମ ୩ଟି ରାଷ୍ଟ୍ର ଆମେରିକା, ବ୍ରାଜିଲ୍‌ ଏବଂ ଭାରତରେ ଲଗାତାର ସଂକ୍ରମଣ ବଢ଼ିଚାଲିଛି। ଭାରତ ପଛକୁ ରୁଷ୍‌ ଏବଂ ପେରୁରେ ମଧ୍ୟ ସଂକ୍ରମଣ ଦ୍ରୁତ ଗତିରେ ବଢ଼ୁଛି। ପେରୁ ଏବେ ସଂକ୍ରମଣ ମାମଲାରେ ବିଶ୍ବରେ ପଞ୍ଚମ ସ୍ଥାନରେ ରହିଛି। ପେରୁ ସ୍ବାସ୍ଥ୍ୟ ମନ୍ତ୍ରାଳୟ ରିପୋର୍ଟ ଅନୁଯାୟୀ ପେରୁରେ ମୋଟ୍‌ ମାମଲା ୩ ଲକ୍ଷ ୨ ହଜାର ୭୧୮ ରହିଛି। ଅର୍ଦ୍ଧାଧିକ ମାମଲା ରାଜଧାନୀ ଲିମାରୁ ଚିହ୍ନଟ ହୋଇଛି। ଲିମାରୁ ୧ ଲକ୍ଷ ୬୫ ହଜାରରୁ ଅଧିକ ମାମଲା ରିପୋର୍ଟ କରାଯାଇଛି। ପେରୁରେ ୧୦ ହଜାର ୫ ଶହରୁ ଅଧିକଙ୍କ ମୃତ୍ୟୁ ହୋଇଛି। ଲାଟିନ୍‌ ଆମେରିକାରେ ବ୍ରାଜିଲ୍‌ ପରେ ପେରୁ ସର୍ବାଧିକ ପ୍ରଭାବିତ ରାଷ୍ଟ୍ର।

ଅନ୍ୟପକ୍ଷେ ଇଜିପ୍ଟରେ ସଂକ୍ରମଣ ବଢ଼ି ଚାଲିଛି। ସେଠାକାର ଦୁର୍ବଳ ସ୍ବାସ୍ଥ୍ୟ ସୁବିଧା ସମ୍ପର୍କ‌ରେ ମୁହଁ ‌ଖୋଲି ଅନେକ ସାମ୍ବାଦିକ ଏବଂ ଡାକ୍ତର ଗିରଫ ହୋଇଛନ୍ତି। ଇଜିପ୍ଟରେ କରୋନା ସଂକ୍ରମଣ ମାମଲା ୭୬ ହଜାର ଟପିସାରିଛି। କିନ୍ତୁ ରାଷ୍ଟ୍ରରେ କରୋନା ସହ ଲଢ଼ିବାପାଇଁ ସ୍ବାସ୍ଥ୍ୟ ସୁବିଧା ସେଭଳି ସୁଦୃଢ଼ ନାହିଁ। ଏହା ବିରୋଧରେ ମୁହଁ ଖୋଲିବାରୁ ମହାମାରୀ ଆରମ୍ଭ ହେବାପରଠାରୁ ଏଯାବତ୍‌ ୧୦ ଜଣ ଡାକ୍ତର ଏବଂ ୬ ଜଣ ସାମ୍ବାଦିକ ଗିରଫ ହୋଇଛନ୍ତି। ଡାକ୍ତରମାନଙ୍କୁ ମୁହଁ ଖୋଲିବାକୁ ମନା କରାଯାଇଛି। କୌଣସି ପ୍ରକାର ଅଭିଯୋଗ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି ଧମକ ଦିଆଯାଉଛି। ମିଳିଥିବା ସୂଚନାନୁଯାୟୀ ଇଜିପ୍ଟର ବିଭିନ୍ନ ହସ୍ପିଟାଲ୍‌ରେ ଯାବତୀୟ ସମସ୍ୟା ରହିଛି। ଡାକ୍ତରମାନଙ୍କ ପାଇଁ ପିପିଇ କିଟ୍‌ର ମଧ୍ୟ ଅଭାବ ଦେଖାଦେଇଛି। କିନ୍ତୁ ସମସ୍ୟା ସମ୍ପର୍କରେ ମୁହଁ ଖୋଲିବାକୁ ମନା କରାଯାଇଛି। ଅନ୍ୟପକ୍ଷେ ଅଷ୍ଟ୍ରେଲିଆରେ ହଠାତ୍ ସଂକ୍ରମଣ ବଢ଼ିଯିବାରୁ ଅଷ୍ଟ୍ରେଲିଆରେ ଆସନ୍ତାକାଲିଠାରୁ ଭିକ୍ଟୋରିଆ ଏବଂ ନ୍ୟୁ ସାଉଥ୍‌ ୱେଲ୍ସ ମଧ୍ୟରେ ସବୁ ସୀମା ବନ୍ଦ କରାଯିବ। ଦୀର୍ଘ ୧୦୦ ବର୍ଷପରେ ଦୁଇଟି ରାଜ୍ୟ ମଧ୍ୟରେ ସୀମା ବନ୍ଦ ରହିବ। ଶେଷ ଥର ପାଇଁ ସ୍ପାନିଶ୍‌ ଫ୍ଲୁ ସମୟରେ ଏହି ୨ଟି ପ୍ରଦେଶ ମଧ୍ୟରେ ଯୋଗାଯୋଗ ବନ୍ଦ ରହିଥିଲା। ବିଶ୍ବରେ ମୋଟ୍‌ ଆକ୍ରାନ୍ତ ସଂଖ୍ୟା ୧ କୋଟି ୧୫ ଲକ୍ଷ ୯୮ ହଜାର ଟପିଛି ଏବଂ ମୃତ୍ୟୁସଂଖ୍ୟା ୫ ଲକ୍ଷ ୩୭ ହଜାର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe