ସିବିଏସ୍‌ଇ ଦ୍ବାଦଶ ପରୀକ୍ଷା ଫଳ ପାଇଁ ୩୦:୩୦:୪୦ ଫର୍ମୁଲା!

Advertisment
ଚିନ୍ତା ବଢ଼ାଇଲାଣି ସାମା‌ଜିକ ଗଣମାଧ୍ୟମ: ଘୂରି ବୁଲୁଛି ନକଲି ପ୍ରଶ୍ନପତ୍ର

india.com

ମୁମ୍ବାଇ : ସିବିଏସ୍‌ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପାଇଁ ଛାତ୍ରଛାତୀଙ୍କୁ ୩୦:୩୦:୪୦ ଫର୍ମୁଲା ଆଧାରରେ ନମ୍ବର ଦିଆଯାଇପାରେ। ଅର୍ଥାତ୍‌ ଦଶମ ଶ୍ରେଣୀ ପରୀକ୍ଷାର ନମ୍ବରକୁ ୩୦ ପ୍ରତିଶତ, ଏକାଦଶ ଶ୍ରେଣୀ ପରୀକ୍ଷା ନମ୍ବରକୁ ୩୦ ପ୍ରତିଶତ ଏବଂ ଦ୍ବାଦଶ ଶ୍ରେଣୀ ପ୍ରି-ବୋର୍ଡ ପରୀକ୍ଷା ନମ୍ବରକୁ ୪୦ ପ୍ରତିଶତ ଗୁରୁତ୍ବ ଦିଆଯିବ।

ଉଲ୍ଲେଖଯୋଗ୍ୟ, ସିବିଏସ୍‌ଇ ପକ୍ଷରୁ ଗଠିତ ୧୩ ଜଣିଆ ବିଶେଷଜ୍ଞ କମିଟି ଏହି ଫର୍ମୁଲା ସପକ୍ଷରେ ଅଛନ୍ତି ବୋଲି ପ୍ରିନ୍ସିପାଲମାନେ ମତ ଦେଇଛନ୍ତି। ଆସନ୍ତାକାଲି କମିଟି ସୁପ୍ରିମ କୋର୍ଟରେ ଏହି ଫର୍ମୁଲା ରିପୋର୍ଟ ଦାଖଲ କରିବା ପରେ ଏ ସଂପର୍କରେ ଘୋଷଣା କରିବା ଆଶା କରାଯାଉଛି। ମହାମାରୀ ପାଇଁ ଦ୍ବାଦଶ ଶ୍ରେଣୀ ପରୀକ୍ଷାକୁ ବାତିଲ କରିବା ପାଇଁ ଗତମାସରେ ଅଭିଭାବକମାନେ ଏକ ଜନସ୍ବାର୍ଥ ମାମଲା ସୁପ୍ରିମ କୋର୍ଟରେ ରୁଜୁ କରିଥିଲେ। ସିବିଏସ୍‌ଇ ଚଳିତମାସ ୧ ତାରିଖରେ ପ୍ରଥମେ ପରୀକ୍ଷା ବାତିଲ କରିଥିଲା। ଏହାପରେ ବିଭିନ୍ନ ରାଜ୍ୟର ବୋର୍ଡ ମଧ୍ୟ ସେମାନଙ୍କ ଦ୍ବାଦଶ ପରୀକ୍ଷା ବାତିଲ କରିଥିଲେ। କିଛିଦିନ ତଳେ ସିବିଏସଇ ପକ୍ଷରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ ଇଣ୍ଟରନାଲ ପରୀକ୍ଷା ଅନଲାଇନରେ କରି ସେହି ନମ୍ବରକୁ ଅପ୍‌ଲୋଡ୍‌ କରିବା ପାଇଁ ଚଳିତମାସ ୨୮ ତାରିଖ ପର୍ଯ୍ୟନ୍ତ ସମୟ ଦିଆଯାଇଛି। ତେବେ ସିବିଏସଇ ପକ୍ଷରୁ କେଉଁ ଫର୍ମୁଲା ଆଧାରରେ ନମ୍ବର ଦିଆଯିବ ତାହାକୁ ନେଇ ଉଭୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଉତ୍କଣ୍ଠା ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe