ଦେଶରେ ପ୍ରତିଦିନ ୩୧ ଶିଶୁ ସଡ଼କ ଦୁର୍ଘଟଣାରେ ପ୍ରାଣ ହାରୁଛନ୍ତି

Advertisment
ବେପରୁଆ ଗାଡ଼ି ଚାଳନା ହେଲା କାଳ: କ୍ରେନ୍‌ ଧକ୍କାରେ ଚାଲିଗଲା ବାପ-ଝିଅଙ୍କ ଜୀବନ 

DNA India

ନୂଆଦିଲ୍ଲୀ : ଦେଶରେ ସଡ଼କ ଦୁର୍ଘଟଣା ଜନିତ ମୃତ୍ୟୁ ସଂଖ୍ୟା ୨୦୧୮ ତୁଳନାରେ ୨୦୧୯ରେ କମିଛି। ସଡ଼କ ଦୁର୍ଘଟଣା ଯୋଗୁଁ ୨୦୧୮ରେ ଦେଶରେ ୧ ଲକ୍ଷ ୫୧ ହଜାର ୪୧୭ ମୃତ୍ୟୁ ହୋଇଥିବାବେଳେ ୨୦୧୯ରେ ଏହା ୧ ଲକ୍ଷ ୫୧ ହଜାର ୧୧୩ ରହିଛି। ତେବେ ସଡ଼କ ଦୁର୍ଘଟଣା ଯୋଗୁଁ ମୃତ୍ୟୁସଂଖ୍ୟା ପୂର୍ବବର୍ଷ ତୁଳନାରେ କମିବା ଆଦୌ ଆଶ୍ବସ୍ତିଜନକ ନୁହେଁ। କାରଣ ଦେଶରେ ଦୁର୍ଘଟଣା ଯୋଗୁଁ ଶିଶୁ ମୃତ୍ୟୁ ବୃଦ୍ଧି ପାଇଛି।

ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରାଳୟର ରିପୋର୍ଟ ଅନୁଯାୟୀ ଦେଶରେ ୨୦୧୯ରେ ସଡ଼କ ଦୁର୍ଘଟଣା ଯୋଗୁଁ ୧୧ ହଜାର ୧୬୮ ଶିଶୁ ପ୍ରାଣ ହାରିଛନ୍ତି। ‌ଅର୍ଥ ପ୍ରତିଦିନ ୩୧ ଶିଶୁଙ୍କ ମୃତ୍ୟୁ ହେଉଛି। ସଡ଼କ ଦୁର୍ଘଟଣା ଯୋଗୁଁ ହେଉଥିବା ସମୁଦାୟ ମୃତ୍ୟୁର ଏହା ପ୍ରାୟ ୮ ପ୍ରତିଶତ। ୨୦୧୮ ତୁଳନାରେ ୨୦୧୯ରେ ସଡ଼କ ଦୁର୍ଘଟଣା ଯୋଗୁଁ ଶିଶୁଙ୍କ ମୃତ୍ୟୁ ହେବା ୧୧.୯୪ ପ୍ରତିଶତ ବୃଦ୍ଧି ପାଇଛି। ରିପୋର୍ଟ ଅନୁଯାୟୀ ଉତ୍ତରପ୍ରଦେଶରେ ସର୍ବାଧିକ ୨,୩୮୮ ଜଣ ଶିଶୁଙ୍କ ମୃତ୍ୟୁ ହୋଇଥିବାବେଳେ ତାମିଲନାଡ଼ୁ ଏବଂ ପଂଜାବରେ ଯଥାକ୍ରମେ ୧୧୫୩ ଏବଂ ୯୭୯ ଜଣ ଶିଶୁଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe