ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ଟପିଲା: ଆରୋଗ୍ୟ ହାର ୭୫% ପାର୍‌, ଆମେରିକାରେ ପ୍ଲାଜମା ଥେରାପିକୁ ଅନୁମତି

Advertisment

ମୁଜାଫରପୁରରେ ହେଉଛି ୫୦୦ ଶଯ୍ୟାର ଅସ୍ଥାୟୀ କୋଭିଡ୍‌ ହସ୍ପିଟାଲ୍‌

ମୁଜାଫରପୁରରେ ହେଉଛି ୫୦୦ ଶଯ୍ୟାର ଅସ୍ଥାୟୀ କୋଭିଡ୍‌ ହସ୍ପିଟାଲ୍‌

ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ଟପିଲା: ଆରୋଗ୍ୟ ହାର ୭୫% ପାର୍‌, ଆମେରିକାରେ ପ୍ଲାଜମା ଥେରାପିକୁ ଅନୁମତି

Image Courtesy of The New Indian Express

ନୂଆଦିଲ୍ଲୀ: ଦେଶରେ ଆଜି କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ଟପିଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୬୧୪୦୮ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଏଥିଯୋଗୁଁ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୩୧ ଲକ୍ଷ ୬ ହଜାର ୩୪୮ରେ ପହଞ୍ଚିଯାଇଛି। ସେହିଭଳି ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନା ୮୩୬ଜଣଙ୍କର ପ୍ରାଣ ନେଇଛି। ‌ଫଳରେ ଦେଶରେ କରୋନା ମୃତ୍ୟୁସଂଖ୍ୟା ୫୭ ହଜାର ଟପି ୫୭୫୪୨ରେ ପହଞ୍ଚିଛି। ଅନ୍ୟପକ୍ଷରେ ଦେଶରେ ଆରୋଗ୍ୟ ହାର ପ୍ରଥମ ଥର ପାଇଁ ୭୫ ପ୍ରତିଶତ ଅତିକ୍ରମ କରି ୭୫.୨୭ ପ୍ରତିଶତ ଛୁଇଁଛି।

ଦେଶରେ କରୋନା ଆକ୍ରାନ୍ତ ରାଜ୍ୟଗୁଡ଼ିକ ମଧ୍ୟରେ ସର୍ବାଧିକ ପ୍ରଭାବିତ ରାଜ୍ୟଗୁଡ଼ିକ ହେଲେ ଯଥାକ୍ରମ‌େ ମହାରାଷ୍ଟ୍ର, ତାମିଲନାଡ଼ୁ, ଆନ୍ଧ୍ର ପ୍ରଦେଶ, କର୍ଣ୍ଣାଟକ, ଉତ୍ତର ପ୍ରଦେଶ ଏବଂ ଦିଲ୍ଲୀ। ଆମେରିକା ଓ ବ୍ରାଜିଲ ପରେ ଭାରତ ତୃତୀୟ ପ୍ରଭାବିତ ରାଷ୍ଟ୍ର ରହିଛି। ଆଇସିଏମଆର ପକ୍ଷରୁ ପ୍ରକାଶିତ ରିପୋର୍ଟରୁ ଜଣାଯାଇଛି ଆଜି ପର୍ଯ୍ୟନ୍ତ ଦେଶରେ କରୋନା ଚିହ୍ନଟ ପାଇଁ ୩.୫୯ କୋଟି ନମୁନା ପରୀକ୍ଷା କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ୬.୦୯ ଲକ୍ଷ ନମୁନା ପରୀକ୍ଷା ହୋଇଛି। ଆମେରିକାରେ କରୋନା ଚିକିତ୍ସା ପାଇଁ ଟ୍ରମ୍ପ ପ୍ରଶାସନ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନେଇଛି। ରକ୍ତ ପ୍ଲାଜମା ଦ୍ବାରା କରୋନା ରୋଗୀଙ୍କ ଚିକିତ୍ସା ପାଇଁ ଜରୁରୀକାଳୀନ ଅନୁମତି ଦିଆଯାଇଛି। ଉଲ୍ଲେଖଯୋଗ୍ୟ, ଆମେରିକାରେ ବର୍ତ୍ତମାନ ସୁଦ୍ଧା କରୋନା ମହାମାରୀ ୧,୭୬,୦୦୦ରୁ ଅଧିକ ଲୋକଙ୍କ ମୁଣ୍ଡ ନେଇସାରିଲାଣି।

ମୁଜାଫରପୁରରେ ହେଉଛି ୫୦୦ ଶଯ୍ୟାର ଅସ୍ଥାୟୀ କୋଭିଡ୍‌ ହସ୍ପିଟାଲ୍‌
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ କେୟାର୍ସ ପାଣ୍ଠି ବିନିଯୋଗରେ ବିହାରର ପାଟନା ଓ ମୁଜାଫରପୁରରେ ୫୦୦ ଶଯ୍ୟା ବିଶିଷ୍ଟ ଦୁଇଟି ଅସ୍ଥାୟୀ କୋଭିଡ୍‌ ଡାକ୍ତରଖାନା ସ୍ଥାପନ କରାଯାଉଛି ବୋଲି ଆଜି ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ସ୍ପଷ୍ଟ କରାଯାଇଛି। ସେଥି ମଧ୍ୟରୁ ପାଟନାର ବିହତା ଠାରେ ସ୍ଥାପିତ ଡାକ୍ତରଖାନାକୁ ସୋମବାର ଅପରାହ୍ଣରେ ଲୋକାର୍ପିତ କରାଯାଇଥିବା ବେଳେ ଖୁବ୍‌ ଶୀଘ୍ର ମୁଜାଫରପୁର କୋଭିଡ୍‌ ଡାକ୍ତରଖାନା ଖୋଲିବ ବୋଲି ସୂଚନା ମିଳିଛି। ଏହା ଦ୍ବାରା ବିହାରରେ କୋଭିଡ୍‌ ଚିକିତ୍ସା ଆହୁରି ସୁଗମ ହୋଇପାରିବ ବୋଲି କୁହାଯାଇଛି। ଉଲ୍ଲେଖଯୋଗ୍ୟ, ଏ ପ୍ରକାର ଡାକ୍ତରଖାନାରେ ରହିଥିବା ୫୦୦ ଶଯ୍ୟା ମଧ୍ୟରୁ ୧୨୫ଟି ଆଇସିୟୁ ଏବଂ ଅନ୍ୟ ୩୭୫ଟି ସାଧାରଣ ଶଯ୍ୟା ବିଶିଷ୍ଟ ହୋଇଥିବା ବେଳେ ପ୍ରତି ଶଯ୍ୟାକୁ ଅମ୍ଳଜାନ ଯୋଗାଣ ବ୍ୟବସ୍ଥା ରହିଥିବା ଜଣାଯାଇଛି। ସୂଚନା ଥାଉ କି, ମହାମାରୀ କୋଭିଡ୍‌-୧୯ର ମୁକାବିଲା ପାଇଁ ବିହାରରେ ଦିନକୁ ଲକ୍ଷେ ପାଖାପାଖି ନମୁନା ପରୀକ୍ଷଣ କରିବା ଲକ୍ଷ୍ୟରେ ରାଜ୍ୟକୁ ଅଧିକ ପରୀକ୍ଷା ନିରୀକ୍ଷା ସରଞ୍ଜାମ ଯୋଗାଇଦେବା ଲାଗି ଗତ ୧୧ ତାରିଖରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ସେହିପରି ୫,୦୦୦ ଅମ୍ଳଜାନ ସିଲିଣ୍ଡର ମଧ୍ୟ ପଠାଇବାକୁ ଅନୁରୋଧ କରିଥିଲେ। ତେବେ ରାଜ୍ୟରେ ଏହି ଦୁଇଟି ସ୍ବତନ୍ତ୍ର କୋଭିଡ୍‌ ଡାକ୍ତରଖାନା ରାଜ୍ୟବାସୀଙ୍କ କୋଭିଡ୍‌ ଲଢ଼େଇକୁ ଯଥେଷ୍ଟ ଶାଣିତ କରିପାରିବ ବୋଲି ନୀତୀଶ ଆଶାବାଦୀ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe