ବିଶ୍ବବ୍ୟାପୀ ୩୧ ହଜାର ମୃତ: ଇଟାଲିରେ ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିଲା, ସ୍ପେନ୍‌ରେ ଦିନକରେ ୮୩୮ ମୃତ

ବିଶ୍ବବ୍ୟାପୀ ୩୧ ହଜାର ମୃତ: ଇଟାଲିରେ ମୃତ୍ୟୁ ସଂଖ୍ୟା ୧୦ ହଜାର ଟପିଲା, ସ୍ପେନ୍‌ରେ ଦିନକରେ ୮୩୮ ମୃତ

Al Jazeera

ରୋମ: କରୋନା ଭାଇରସ ଏବେ ପୂରା ବିଶ୍ବରେ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଆଜି ସୁଦ୍ଧା କରୋନା ଭାରଇସ୍‌ ମହାମାରୀ ୩୧ ହଜାରରୁ ଊର୍ଦ୍ଧ୍ବ ଲୋକଙ୍କ ଜୀବନ ନେଲାଣି। ଇଟାଲିରେ ୧୦୦୨୩ ଜଣ ଏହି ମହାମାରୀରେ ପ୍ରାଣ ହରାଇଥିବା ବେଳେ ଲକ୍ଷାଧିକ ଲୋକ ଆକ୍ରାନ୍ତ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ହଜାର ହଜାର ଲୋକଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ଇଟାଲି କରୋନା ମୃତ୍ୟୁରେ ପ୍ରଥମ ସ୍ଥାନରେ ରହିଥିବା ବେଳେ ଏହା ପଛକୁ ସ୍ପେନ୍‌ ରହିଛି। ସ୍ପେନ୍‌ରେ ୬୫୨୮ ଜଣଙ୍କ ମୃତ୍ୟୁ ଘଟିଛି। ଗୋଟିଏ ଦିନରେ ସ୍ପେନ୍‌ରେ ୮୩୮ ଜଣଙ୍କ ମୃତ୍ୟୁ ଘଟିବା ପରେ ସବୁଠି ଆତଙ୍କର ବାତାବରଣ ଦେଖିବାକୁ ମିଳିଛି। ସ୍ଥାନରେ ରହିଥିବା ଚୀନ୍‌ରେ ୩୧୭୭ ଜଣଙ୍କ ମୃତ୍ୟୁ ଘଟିଛି। ଚତୁର୍ଥ ସ୍ଥାନରେ ଥିବା ଇରାନ୍‌ରେ ୨୫୧୭ ଲୋକଙ୍କ ମୃତ୍ୟୁ ଘଟିଥିବା ବେଳେ ଫ୍ରାନ୍ସରେ ୧୯୯୫ ଜଣଙ୍କ ମୃତ୍ୟୁ ଘଟିଛି। ବିଶ୍ବର ୧୯୫ଟି ରାଷ୍ଟ୍ରରେ ପ୍ରାୟ ୬ ଲକ୍ଷ ୬୦ ହଜାର କରୋନା ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଚୀନ୍‌ରେ ଏ ପର୍ଯ୍ୟନ୍ତ ୮୨ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ପର୍ଯ୍ୟନ୍ତ ୧ ଲକ୍ଷ ୪୨ ହଜାର ଲୋକ କରୋନାରୁ ମୁକ୍ତ ହୋଇଥିବା ବେଳେ ଏଥିରୁ କେବଳ ଚୀନ୍‌ରେ ୬୨ ହଜାର ଲୋକ କରୋନା ମୁକ୍ତ ହୋଇଛନ୍ତି। ଚୀନ୍‌ରେ ଏବେ ମାତ୍ର୨୬୦୦ କରୋନା ଆକ୍ରାନ୍ତଙ୍କୁ ଚିକିତ୍ସା ଚାଲିଛି ଏବଂ ଅନ୍ୟମାନେ ହସ୍ପିଟାଲରୁ ଘରକୁ ଫେରିଛନ୍ତି। ଇରାନ୍‌ରେ ଆକ୍ରାନ୍ତଙ୍କ ସଂଖ୍ୟା ୩୫ ହଜାର ଥିବା ବେଳେ ଏଠାରେ ୧୧ ହଜାର ଲୋକ ସୁସ୍ଥ ହୋଇଥିବା ରିପୋର୍ଟ ମିଳିଛି। ବ୍ରିଟେନ୍‌ରେ ୧୭ ହଜାର ଆକ୍ରାନ୍ତ ଥିବା ବେଳେ ସେମାନଙ୍କ ମଧ୍ୟରୁ ୧୦୧୯ ଜଣଙ୍କ ମୃତ୍ୟୁ ଘଟିଛି ଏବଂ ମାତ୍ର ୧୩୫ ଜଣ ସୁସ୍ଥ ହୋଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe