Image Source: India Today
ଜମ୍ମୁ: ସୋମବାର ସକାଳେ କିସ୍ତଓ୍ଵାର୍ ଜିଲ୍ଲାରେ କ୍ଷମତା ଠାରୁ ଅଧିକ ଯାତ୍ରୀ ନେଇ ଯାଉଥିବା ଗୋଟାଏ ମିନି ବସ୍ ରାସ୍ତାରୁ ହଟି ଯାଇ ଗଭୀର ଖାଇରେ ପଡ଼ିଯିବାରୁ ଅନ୍ୟୂନ ୩୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଛି ଓ ଅନ୍ୟ ୧୮ ଜଣ ଆହତ ହୋଇଛନ୍ତି।
କିସ୍ତ୍ଓ୍ଵାର୍ ଜିଲ୍ଲା ମୁଖ୍ୟାଳୟସ୍ଥିତ ପୁଲିସ କଣ୍ଟ୍ରୋଲ୍ ରୁମ୍ରୁ ଜଣେ ପୁଲିସ ଅଧିକାରୀ କହିଛନ୍ତି: ୩୨ ଜଣ ବ୍ୟକ୍ତି ପ୍ରାଣ ହରାଇଛନ୍ତି ଓ ଅନ୍ୟ ୧୮ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣାସ୍ଥଳକୁ ଉଦ୍ଧାରକାରୀ ଦଳଙ୍କୁ ପଠାଯାଇଛି।
ଜେକେ ୧୭-୬୭୮୭ କେଶଓ୍ଵାନ୍ରୁ ଯାତ୍ରୀ ନେଇ କିସ୍ତ୍ଓ୍ଵାର୍ ଅଭିମୁଖେ ଯାଉଥିଲା। ଶ୍ରୀଗ୍ଓ୍ଵାରି ଠାରେ ଏହା ରାସ୍ତାରୁ ଖସି ଯାଇ ଗଭୀର ଖାଇକୁ ଖସିପଡ଼ିଥିଲା।
ପାହାଡ଼ୀ ଜିଲ୍ଲାର କେଶଓ୍ଵାନ୍ ଅଞ୍ଚଳର ସିର୍ଗଓ୍ଵାରି ଠାରେ ସକାଳ ୭: ୫୦ ମିନିଟ୍ରେ ବସ୍ଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ବୋଲି କିସ୍ତ୍ଓ୍ଵାର ଡେପୁଟି ମାଜିଷ୍ଟ୍ରେଟ୍ ଅଙ୍ଗ୍ରେଜ୍ ସିଂହ ରାଣା କହିଛନ୍ତି। ସାଙ୍ଘାତିକ ଆହତ ବ୍ୟକ୍ତିମାନଙ୍କୁ ଜମ୍ମୁସ୍ଥିତ ଜିଏମ୍ସିକୁ ଅଣାଯିବା ଲାଗି ହେଲିକପ୍ଟର୍ ପଠାଯାଇଛି।
ସ୍ଥାନୀୟ ଲୋକେ ପ୍ରଥମେ ଦୁର୍ଘଟଣାଗ୍ରସ୍ତଙ୍କୁ ସହାୟତା କରିଥିଲେ। ଆହତମାନଙ୍କୁ କିସ୍ତ୍ଓ୍ଵାର୍ ଜିଲ୍ଲା ଚିକିତ୍ସାଳୟକୁ ପଠାଇ ଦିଆଯାଇଛି।
ଠିକ୍ କେତେ ଲୋକ ମରିଛନ୍ତି ସେ କଥା କିସ୍ତ୍ଓ୍ଵାର୍ ଏସ୍ଏସ୍ପି ଶକ୍ତି ପାଠକ ନ ଜଣାଇ କହିଛନ୍ତି ଯେ ପୁଲିସ ଉଦ୍ଧାର କାର୍ଯ୍ୟ କରିଛି।
Follow Us