୪୦ ଜଣ ସ୍କୁଲ ପିଲାଙ୍କୁ ନେଇ ଆରବସାଗରରେ ଯାଉଥିବା ଡଙ୍ଗା ଦୁର୍ଘଟଣାଗ୍ରସ୍ତ: ୪ ମୃତ, ୩୨ ଉଦ୍ଧାର

Advertisment
୪୦ ଜଣ ସ୍କୁଲ ପିଲାଙ୍କୁ ନେଇ ଆରବସାଗରରେ ଯାଉଥିବା ଡଙ୍ଗା ଦୁର୍ଘଟଣାଗ୍ରସ୍ତ: ୪ ମୃତ, ୩୨ ଉଦ୍ଧାର

ମୁମ୍ବାଇ: ମହାରାଷ୍ଟ୍ରର ପାଳଘର ଜିଲ୍ଲା ଡହାଣୁ ନିକଟରେ ଶନିବାର ୪୦ଜଣ ସ୍କୁଲ ପିଲାଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ଯିବାରୁ ୪ ଜଣ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ବେଳେ ୪ ଜଣ ନିଖୋଜ ଥିବା ଜଣାପଡ଼ିଛି। ଆରବସାଗର ଦେଇ ଯାଉଥିବା ଡଙ୍ଗା ବୁଡ଼ିଯିବା ପରେ ୩୨ ଜଣ ପିଲାଙ୍କୁ ଉଦ୍ଧାର କରାଯାଇ ଥିବା ପାଳଘର ଏସ୍‌ପି ମଞ୍ଜୁନାଥ ସିଂହ ସ୍ପଷ୍ଟ କରିଛନ୍ତି।

publive-image

ଉଦ୍ଧାର କାର୍ଯ୍ୟରେ ଡାମନରୁ ଆସିଥିବା ଏକ ବିମାନ ଓ ତଟରକ୍ଷୀ ବାହିନୀର ଜାହାଜ ନିୟୋଜିତ ଅଛି। ଜିଲ୍ଲାପାଳ ପ୍ରଶାନ୍ତ ନରନାଓ୍ଵାରେ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ଡହାଣୁ ଉପକୂଳର ଖୁବ୍‌ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ବଣଭୋଜୀ ପାଇଁ ଛାତ୍ରମାନେ ଯାଉଥିବା ମାଛଧରା ଡଙ୍ଗାଟି ଡହାଣୁ ଠାରୁ ମାତ୍ର ୨କିଲୋମିଟର ଦୂରରେ ଆରବସାଗରରେ ଦୁର୍ଘଟଣାର ଶିକାର ହୋଇଥିଲା।

ଏହି ଘଟଣା ପରେ ମୁମ୍ବାଇ ଆସୁଥିବା ଜାହାଜଗୁଡ଼ିକୁ ତଟରକ୍ଷୀ ବାହିନୀ ଦିଗ ପରିବର୍ତ୍ତନ କରିଛନ୍ତି। ଡଙ୍ଗାରେ ଯାଉଥିବା ପିଲାମାନେ ମୁମ୍ବାଇ ଠାରୁ ୧୧୦ କିଲୋମିଟର ଦୂରରେ ଥିବା ପାଳଘର ଜିଲ୍ଲାର କେଏଲ ପୋଣ୍ଡା ହାଇସ୍କୁଲର ଛାତ୍ର ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe